ରାଜ୍ୟର ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ CM ନବୀନ ପଟ୍ଟନାୟକ

ଏହି ପ୍ୟାକେଜରେ concrete ହୋଇନଥିବା ୧୫,୦୦୦ ଲୁମ ପିଟକୁ (loom pit) ପର୍ଯ୍ୟାୟ କ୍ରମେ ଆଗାମୀ ତିନି ବର୍ଷରେ କଂକ୍ରିଟ କରାଯିବ । ପ୍ରତି ଲୁମ ପିଟ କଂକ୍ରିଟ ପାଇଁ ୭,୦୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ।

ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ CM ନବୀନ ପଟ୍ଟନାୟକ

ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ CM ନବୀନ ପଟ୍ଟନାୟକ

  • Share this:
News18 Odia Digital

ଭୁବନେଶ୍ବର: କରୋନା ମହାମାରୀ ହେତୁ ଗତ ଦୁଇ ବର୍ଷରେ ହସ୍ତତନ୍ତ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଛି ଓ ଓଡ଼ିଶା ହଜାର ହଜାର ବୁଣାକାର ମାନେ ରୋଜଗାର ହରେଇଛନ୍ତି। ଇତିମଧ୍ୟରେ ଏମାନଙ୍କ ରୋଜଗାର ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ବତନ୍ତ୍ର ପ୍ୟାକେଜର ଘୋଷଣା କରିଛନ୍ତି । ୩,୦୦୦ ବୁଣାକାର ପରିବାରକୁ ମୁଖ୍ୟ ମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ ଅଧନରେ ପ୍ରଥାମିକତା ଭିତ୍ତିରେ House-cum-work shed ଯୋଗାଇ ଦିଆଯିବ ।

ଏହି ପ୍ୟାକେଜରେ concrete ହୋଇନଥିବା ୧୫,୦୦୦ ଲୁମ ପିଟ (loom pit) କୁ ପର୍ଯ୍ୟାୟକମେ ଆଗାମୀ ତିନି ବର୍ଷରେ କଂକ୍ରିଟ କରାଯିବ । ପ୍ରତି ଲୁମ ପିଟ କଂକ୍ରିଟ ପାଇଁ ୭,୦୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ। ରାଜ୍ୟରେ ୩୧, ୩୪୨ଟି ଲୁମ ପିଟ ମଧ୍ୟରୁ ଏ ପର୍ଯ୍ୟନ୍ତ ୧୫,୦୭୧ ଲୁମ ପିଟକୁ କଂକ୍ରିଟ କରାଯାଇଛି ।

ଏ ପର୍ଯ୍ୟନ୍ତ ୧୧,୬୯୫ଟି House-cum-Work shed ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି । ଲୁଗାବୁଣା ଓ କୁଟୀର ଶିଳ୍ପ ଉତ୍ପାଦନ ପ୍ରକ୍ରିୟାରେ ପରିବାରର ସଦସ୍ୟମାନେ ମଧ୍ୟ ସହଯୋଗ କରିଥାନ୍ତି। ସେହିପରି ଡିଜାଇନ ପ୍ରସ୍ତୁତି ମଧ୍ୟ ଏକ ଜଟିଳ ପ୍ରକ୍ରିୟା। ତେଣୁ ବୁଣାକାର ମାନଙ୍କ ଆଖି ଉପରେ ଯେପରି ବିଶେଷ ଚାପ ନ ପଡ଼ିବ ଓ ସେମାନେ ଦୀର୍ଘ ସମୟ କାମ କରିପାରିବେ, ସେଥିପାଇଁ ସେମାନଙ୍କୁ ଏହି ଯୋଜନାରେ ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି।

ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ


ସମସ୍ତ ଯୋଗ୍ୟ ବୁଣାକାର ପରିବାରକୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଗାଇ ଦେବା ପାଇଁ ନିଷ୍ପତ୍ତି କରାଯାଇଛି । ପଞ୍ଚାୟତ ରାଜ ବିଭାଗର ଗାଇଡ଼ଲାଇନ ଅନୁସାରେ ଏଥିପାଇଁ ହିତାଧିକାରୀ ଚୟନ କରାଯିବ।

ଏହି ପ୍ୟାକେଜରେ ବୁଣାକାର ମାନେ ଯେପରି ସୁବିଧାରେ ଋଣ ପାଇ ପାରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି । ବୁଣାକାର ମାନଙ୍କୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେବା ପାଇଁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବୁଣାକାର ମାନଙ୍କର ଉତ୍ପାଦନ ସାମଗ୍ରୀ ରଖିବା ନିମନ୍ତେ ବିଭିନ୍ନ ଗୋଷ୍ଠୀ ଭିତ୍ତିଭୂମି ଯଥା- CFC, ଗୋଦାମ ଓ ବିକ୍ରୟ କେନ୍ଦ୍ର ଆଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜରିଆରେ କରାଯିବ।

ସୁବର୍ଣ୍ଣପୁର ଜିଲ୍ଲା ହସ୍ତତନ୍ତର ଏନ୍ତୁଡି ଶାଳ । ଜିଲ୍ଲାରେ ପ୍ରାୟ ୬,୦୦୦ ବୁଣାକାର ପରିବାର ବସବାସ କରିଥାନ୍ତି । ଏହି ଜିଲ୍ଲାର ବାନ୍ଧ କଳା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ବୁଣାକାର ମାନଙ୍କ ହାତବୁଣା ଲୁଗା ଜାତୀୟ ସ୍ତରରେ ବେଶ ସିକୃତି ଲାଭ କରିଛି । ବଲିଉଡରେ ମଧ୍ୟ ଏଠାକାର ଶାଢ଼ୀ ବେଶ ଗ୍ରହଣୀୟ ହୋଇଛି।

୩,୦୦୦ ବୁଣାକାର ପରିବାରକୁ ମୁଖ୍ୟ ମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ


ଏହି ଅବସରରେ ବୁଣାକାର ପରିବାର କହିଛନ୍ତି, "ଅନେକ ଦିନ ରୁ ଦାବି ହୋଇ ଆସୁଥିଲା। କରୋନାରେ ବୁଣାକାର ମେରୁଦଣ୍ଡ ଭାଙ୍ଗିଯାଇଥିଲା। ସରକାରଙ୍କ ସହାୟତା ନିହାତି ଜରୁରୀ ହୋଇପଡ଼ିଥିଲେ। ଏପରି ସ୍ଥିତିରେ ମୁଖ୍ୟ ମନ୍ତ୍ରୀଙ୍କ ପାକେଜ ଅନେକ ସାହାଯ୍ୟ କରିବ ।’’

କେତେବେଳେ ଅଭିନେତ୍ରୀ ବିଦ୍ୟା ବାଲନ ପିନ୍ଧି ଥିବା ଶାଢ଼ୀକୁ ନେଇ ଚର୍ଚ୍ଚା ହୋଇଥିବା ବେଳେ କେତେବେଳେ ଭିନ୍ନ ଭିନ୍ନ ଭାଷାରେ ମା' ଲେଖା ହୋଇଥିବା ଶାଢ଼ୀ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ବର୍ଷ ଧରି କୋଭିଡ ପ୍ରଭାବରେ ବହୁ ଅସୁବିଧାରେ ଥିବା ବୁଣାକାର ଆଜି ମୁଖ୍ୟ ମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି। ।

ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ । ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି। ବୁଣାକାର ମାନେ ସେମାନଙ୍କ ଦକ୍ଷତା ଦ୍ବାରା ଓଡ଼ିଶାର ମହାନ ସାଂସ୍କୃତିକ ପରମ୍ପରାକୁ ହସ୍ତତନ୍ତ ଜରିଆରେ ସାରା ବିଶ୍ବରେ ଉପସ୍ଥାପନ କରିଆସୁଛନ୍ତି ଏବଂ ଓଡିଶାର ତିଆରି ହସ୍ତତନ୍ତର ମଧ୍ୟ ବିଶେଷ ଚାହିଦା ରହିଛି ।
Published by:Lipina Das
First published: