ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମିଲର୍ସଙ୍କ ସ୍ବାର୍ଥରେ ଅଛନ୍ତି କି ରାଜ୍ୟ ସରକାର? CM ନବୀନଙ୍କ ଉପରେ ଏମିତି ଦୋଷ ଲଗାଇଲେ ବିରୋଧୀ ଦଳ

ମିଲର୍ସଙ୍କ ସ୍ବାର୍ଥରେ ଅଛନ୍ତି କି ରାଜ୍ୟ ସରକାର? CM ନବୀନଙ୍କ ଉପରେ ଏମିତି ଦୋଷ ଲଗାଇଲେ ବିରୋଧୀ ଦଳ

ଦୁଇ ମାସ ପୂର୍ବରୁ ଧାନ ଓ ଚାଉଳ କିଣା ନେଇ କେନ୍ଦ୍ର ଡକାଇଥିବା ବୈଠକରେ ସବୁ ରାଜ୍ୟର ସଚିବ ଥିଲେ। ଓଡ଼ିଶାର ଖାଦ୍ୟ ଯୋଗାଣ ସଚିବ କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛି ବିଜେପି।

ମିଲର୍ସଙ୍କ ସ୍ବାର୍ଥରେ ଅଛନ୍ତି କି ରାଜ୍ୟ ସରକାର? CM ନବୀନଙ୍କ ଉପରେ ଏମିତି ଦୋଷ ଲଗାଇଲେ ବିରୋଧୀ ଦଳ
CM ନବୀନଙ୍କ ଉପରେ ଏମିତି ଦୋଷ ଲଗାଇଲେ ବିରୋଧୀ ଦଳ (ଫାଇଲ୍ ଫଟୋ)
  • News18 Odia
  • Last Updated: October 12, 2021, 2:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଉଷୁନା ଚାଉଳ ପ୍ରସଙ୍ଗରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପ୍ରସଙ୍ଗକୁ ନେଇ ଜୋର ଧରିଲା ରାଜନୀତି ତାତି। ଚାଷୀ ନା ମିଲର୍ସଙ୍କ ସ୍ୱାର୍ଥରେ ମୁଖ୍ୟ ମନ୍ତ୍ରୀ ଚିଠି ଲେଖିଛନ୍ତି ବୋଲି ପ୍ରଶ୍ନ କରୁଛି ବିରୋଧୀ ଦଳ। ଯଦି ଚାଷୀଙ୍କ ସ୍ୱାର୍ଥରେ ଲେଖିଥାନ୍ତେ ତେବେ ଟୋକେନ ଲାପ୍ସ ହୋଇନଥାନ୍ତା। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଭୟଭୀତ ହୋଇ କେନ୍ଦ୍ରକୁ ଦୋଷ ଦେବାକୁ ଏଭଳି ଚିଠି ଲେଖିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଦୁଇ ମାସ ପୂର୍ବରୁ ଧାନ ଓ ଚାଉଳ କିଣା ନେଇ କେନ୍ଦ୍ର ଡକାଇଥିବା ବୈଠକରେ ସବୁ ରାଜ୍ୟର ସଚିବ ଥିଲେ। ଓଡ଼ିଶାର ଖାଦ୍ୟ ଯୋଗାଣ ସଚିବ କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛି ବିଜେପି। କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ମୁଖ୍ୟ ମନ୍ତ୍ରୀ ନାମକୁ ମାତ୍ର ଚିଠି ଲେଖୁଛନ୍ତି ବୋଲି କହିଛି। ସେପଟେ ବିଜେଡି ରଖିଛି ଜବାବ l

ଉଷୁନା ଚାଉଳକୁ ନେଇ ମୁଁହା ମୁଁହି ବିଜେଡି ବିଜେପି l ଉଷୁନା ଚାଉଳ ପ୍ରସଙ୍ଗରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ଯାହାକୁ ବର୍ତ୍ତମାନ ବଡ଼ ପ୍ରସଙ୍ଗ କରିଛନ୍ତି ବିରୋଧୀ ଦଳ ।

ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି, ‘‘ଚାଷୀ ନା ମିଲର୍ସଙ୍କ ସ୍ୱାର୍ଥରେ ମୁଖ୍ୟ ମନ୍ତ୍ରୀ ଏହି ଚିଠି ଲେଖିଛନ୍ତି। ଯଦି ଚାଷୀଙ୍କ ସ୍ୱାର୍ଥରେ ଲେଖିଥାନ୍ତେ ତେବେ ଟୋକେନ ଲାପ୍ସ ହୋଇନଥାନ୍ତା । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଭୟଭୀତ ହୋଇ କେନ୍ଦ୍ରକୁ ଦୋଷ ଦେବାକୁ ଏଭଳି ଚିଠି ଲେଖିଛନ୍ତି ମୁଖ୍ୟ ମନ୍ତ୍ରୀ । ଦୁଇ ମାସ ପୂର୍ବରୁ ଧାନ ଓ ଚାଉଳ କିଣା ନେଇ କେନ୍ଦ୍ର ଡକାଇଥିବା ବୈଠକରେ ସବୁ ରାଜ୍ୟର ସଚିବ ଥିଲେ। ଓଡ଼ିଶାର ଖାଦ୍ୟ ଯୋଗାଣ ସଚିବ କାହିଁକି ଚୁପ ବସିଥିଲେ । ଓଡ଼ିଶାର ଚାଷୀ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଅଛନ୍ତି । ତେଣୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଓ ମିଲରମାନଙ୍କ ଲାଭ ପାଇଁ ସରକାର ଚିଠି ଲେଖିଛନ୍ତି । ମୁଖ୍ୟ ମନ୍ତ୍ରୀ ଭୟବୀତ ହୋଇ ଚିଠି ଲେଖିଛନ୍ତି । କେନ୍ଦ୍ରକୁ ଦୋଷ ଦେବା ପାଇଁ ରାଜ୍ୟ ସରକାରଙ୍କର ଏହା ପ୍ରାକ ପ୍ରସ୍ତୁତି।’’

ସେପଟେ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି l ବିଜେଡି ଉପ ସଭାପତି ଦେବୀ ମିଶ୍ର କହିଛନ୍ତି, "ସମାଲୋଚନା ଆଳରେ ବିଜେପି ସମାଲୋଚନା କରୁଛି। ଓଡ଼ିଶାରେ କେତେ ଉଷୁନା ଓ କେତେ ଅରୁଆ କେତେ ଚାଉଳ ଉତ୍ପାଦନ ହେଉଛି ପ୍ରଥମେ ଦେଖୁ ବିଜେପି।। ଗତ ବର୍ଷ ୭୭ ମେଟ୍ରିକ ଟନ୍ ଧାନରୁ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ କରାଯାଇଥିଲା। ୨୮ ଲକ୍ଷ ଟନ୍ ପଡ଼ି ରହିଛି। ହେଲେ ଉଷୁନା ଚାଉଳ କିଣିବାକୁ ପ୍ରବଧାନ ନାହିଁ। ଉଷୁନା ଚାଉଳ ଅଧିକ ଉତ୍ପାଦନ ହେଉଛି। ଅଧିକ ଚାଉଳ ପଡ଼ି ରହିଲେ ସମସ୍ୟା ହେଉଛି। ଷ୍ଟକ ଉଠିଲେ ଚାଷୀଙ୍କ ଲାଭ ହେବ। ପଞ୍ଚାୟତ ନିର୍ବାଚନ ସହ ସମ୍ପର୍କ ନାହିଁ।’’

କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ମୁଖ୍ୟ ମନ୍ତ୍ରୀ ନାମକୁ ମାତ୍ର ଚିଠି ଲେଖୁଛନ୍ତି ବୋଲି କହିଛି। ଚାଷୀଙ୍କ ସମସ୍ୟା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ପଦକ୍ଷେପ ନେବା ଆବଶ୍ୟକ। ଉଭୟ ସଲାସୁତରା ହୋଇ ଚୁପ୍ ବସିଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଦଳ।

ରବିବାର ଆଗାମୀ ଖରିଫ୍ ରୁତୁରେ ଧାନ କିଣା ପ୍ରକ୍ରିୟାକୁ ନେଇ ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ମୁଖ୍ୟ ମନ୍ତ୍ରୀ ଓଡ଼ିଶାର ବଳକା ଉଷୁନା ଚାଉଳ କିଣିବା ପାଇଁ ପ୍ରଧାନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଓଡ଼ିଶା ଅଧିକ ଉଷୁନା ଚାଉଳ ଉତ୍ପାଦନ କରିଥାଏ ।

ଚଳିତ ବର୍ଷ ଖରିଫ ରତୁରେ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ କରିବା ଲକ୍ଷ୍ୟ ରଖିଛି । ସେଥି ମଧ୍ୟରୁ ୨୮ ଲକ୍ଷ ଚାଉଳ ବଳକା ରହିବ ଓ ତାହା ଏଫସିଆଇକୁ ଯୋଗାଇ ଦେବ ଓଡ଼ିଶା । ତେବେ ଗତ ବର୍ଷ ଡିପାର୍ଟମେଣ୍ଟ ଅଫ ଫୁଡ୍ ପ୍ରକ୍ୟୁରମେଣ୍ଟ ଆଣ୍ଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନର କଟକଣା ଯୋଗୁଁ ଓଡ଼ିଶାର ଚାଉଳକୁ ନେଇନଥିଲା ଏଫସିଆଇ । ଫଳରେ ମହାମାରୀ କରୋନା କାଳରେ ରାଜ୍ୟର ୧୦ ଲକ୍ଷ ଚାଷୀ କ୍ଷତି ସହିଛନ୍ତି । ତେଣୁ ଆଗାମୀ ଖରିଫ ରତୁରେ ଓଡ଼ିଶାରେ ଉତ୍ପାଦିତ ଚାଉଳ ଉଠାଇବାକୁ ପ୍ରଧାନ ମନ୍ତ୍ରୀ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟ ମନ୍ତ୍ରୀ ।
Published by: Lipina Das
First published: October 12, 2021, 2:56 PM IST