ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରଚାରକୁ ଓହ୍ଲାଇବେ ବିଜେଡ଼ି ସୁପ୍ରିମୋ

ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। ଆଜି ଭିସି ଜରିଆରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • News18 Odia
  • Last Updated :
  • Other, India
  • Share this:
News18 Digital

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ରାଜନୀତି ସରଗରମ। ହେଭିଓ୍ଵେଟଙ୍କ ପ୍ରଚାରରେ ଧାମନଗର ମଇଦାନ କମ୍ପୁଛି। ଆଜି ଭିସି ଜରିଆରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ।

ନିଜ ଦଳର ପ୍ରାର୍ଥୀ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଡିଜିଟାଲ ମୋଡରେ ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ନିର୍ବାଚନ ପ୍ରଚାର ବେଳେ ଶାସକ ଦଳକୁ ବିରୋଧି ମାନେ ଟାର୍ଗେଟ୍ କରି ମିଥ୍ୟା କଥା କହି ଦଳକୁ ବଦନାମ କରିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଶାସକ ଦଳର ନେତା ପ୍ରଣବ ବଳବନ୍ତରାୟ କହିଥିଲେ । ଏହା ମଧ୍ୟ ଦଳ ତରଫରୁ କୁହାଯାଇଛି ଯେ, ବିରୋଧୀ ଦଳଙ୍କ କୌଣସି ଫର୍ମୁଲା ଧାମନଗରରେ କାମ କରିବ ନାହିଁ । ଅଞ୍ଚଳବାସୀ ଜାଣିଛନ୍ତି ବିକାଶ ପାଇଁ ଶାସକ ଦଳ ସେଠାରେ କେଉଁ ପଦକ୍ଷପ ମାନ ହାତକୁ ନେଇଛି । ତେଣୁ ଜନତାଙ୍କ ଆଶୀର୍ବାଦ ଓ ଭଲ ପାଇବା ବିଜେଡି ପ୍ରତି ଅଛି । ତେଣୁ ଦଳ ନିଶ୍ଚେ ଜିତିବ ବୋଲି ଆଶା ରହିଛି ।

ଭାରତୀୟ ଜନତା ପାର୍ଟି ପ୍ରତି ଓ ମୋଦୀଙ୍କ ପ୍ରତି ଆସ୍ଥା ଓ ବିଷ୍ଣୁ ସେଠୀଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ରହିଛି। ଶାସକ ଦଳ ପ୍ରତି ଜନ ସମର୍ଥନ ନାହିଁ। ଟଙ୍କା, ପ୍ରଶାସନ ଓ ପୋଲିସର ଭୟ ଦେଖାଇ ନିର୍ବାଚନକୁ ପ୍ରଭାବିତ କରିବାର ଅପଚେଷ୍ଟା କରୁଛନ୍ତି।ଧାମନଗର ସ୍ବାଭିମାନର ପ୍ରସଙ୍ଗ ହୋଇଛି।  ଧାମନଗର ରାଜନୈତିକ ସଚେତନ ଅଞ୍ଚଳ ହୋଇଥିବା ବେଳେ ସ୍ବାଭିମାନର ପ୍ରଶ୍ନକୁ ନେଇ ଶାସକ ଦଳ ଭିତରେ ବିଦ୍ରୋହ ହୋଇଛି। ଏହାକୁ ସଦା ସର୍ବଦା ପ୍ରସଙ୍ଗ କରିବା ସହ ଧାମନଗର ବିକାଶ, ସ୍ବାଭିମାନ,ଶିକ୍ଷା ଓ ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ବିଜେପି ପ୍ରସଙ୍ଗ କରିଛି। ୨୦୧୪ ନିର୍ବାଚନର କୌଣସି ଅସ୍ପଷ୍ଟତା ନାହିଁ ବୋଲି ପ୍ରଚାରରେ ଆସି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କଂଗ୍ରେସ ମଧ୍ୟ ପ୍ରଚାର କାର୍ଯ୍ୟରେ ପଛରେ ନାହିଁ । ବିରୋଧୀଙ୍କୁ ଟକ୍କର ଦେବାପାଇଁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ ମୈଦାନକୁ ଓହ୍ଲାଇଛନ୍ତି । ଏହାସହ ଷ୍ଟାର୍ ପ୍ରଚାରକ ମଧ୍ୟରେ ସୁର ରାଉତରାୟ ମଧ୍ୟ ପ୍ରଚାର କାର୍ଯ୍ୟ କରିବେ। ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାରଙ୍କ ସହ ଦଳର ବହୁ ନେତା କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
Published by:Soumya Das
First published: