କଳାହାଣ୍ଡିବାସୀଙ୍କୁ କୋଟି କୋଟି ଟଙ୍କାର ଦୀପାବଳି ଭେଟି ଦେଇଛନ୍ତି CM ନବୀନ

କଳାହାଣ୍ଡି ଜିଲ୍ଲାରେ ସମୁଦାୟ ୪ ଲକ୍ଷ ୭ ହଜାର ୧୦୪ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ । ଏହି କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ୮ ତାରିଖ ଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ସମସ୍ତ ୧୩ ଗୋଟି ବ୍ଳକରେ ଅନୁଷ୍ଠିତ ହେବ।

କଳାହାଣ୍ଡିବାସୀଙ୍କୁ କୋଟି କୋଟି ଟଙ୍କାର ଦୀପାବଳି ଭେଟି ଦେଇଛନ୍ତି CM ନବୀନ

କଳାହାଣ୍ଡିବାସୀଙ୍କୁ କୋଟି କୋଟି ଟଙ୍କାର ଦୀପାବଳି ଭେଟି ଦେଇଛନ୍ତି CM ନବୀନ

  • Share this:
News18 Odia Digital

କଳାହାଣ୍ଡି: ସୋମବାର ଦିନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କଳାହାଣ୍ଡି ଗସ୍ତରେ ଯାଇଥିଲେ । ସକାଳ ୧୧.୩୦ରେ ମୁଖ୍ୟ ମନ୍ତ୍ରୀ ଭବାନୀପାଟଣା ଓୟୁଏଟି ପଡ଼ିଆ ଠାରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ପ୍ରାୟ ଏକ ଘଣ୍ଟା ରହି ସେ ପୁନର୍ବାର ଫେରି ଆସିଥିଲେ । ଭବାନୀପାଟଣା ଓୟୁଏଟି ପରିସରରେ ମୁଖ୍ୟ ମନ୍ତ୍ରୀ ପହଞ୍ଚିବା ପରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

କଳାହାଣ୍ଡି ଜିଲ୍ଲାରେ ସମୁଦାୟ ୪ ଲକ୍ଷ ୭ ହଜାର ୧୦୪ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ । ଏହି କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ୮ ତାରିଖ ଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ସମସ୍ତ ୧୩ ଗୋଟି ବ୍ଳକରେ ଅନୁଷ୍ଠିତ ହେବ । ଏଥିରେ ବହୁ ମନ୍ତ୍ରୀ ଓ ବିଧାୟକ ସାମିଲ ହେବେ ।

ସେହି ପରି ଆଜି ମୁଖ୍ୟ ମନ୍ତ୍ରୀ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ । ସେଥି ମଧ୍ୟରୁ ୧୭୯.୧୧୫ କୋଟି ଟଙ୍କାର ୨୦୧ ଗୋଟି ପ୍ରକଳ୍ପର ଉଦଘାଟନ କରି ଥିବା ବେଳେ ୬୮୦.୧୯୧ କୋଟି ଟଙ୍କାର ୪୮ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତ ସ୍ଥାପନ କରିଥିଲେ ।

କଳାହାଣ୍ଡିରେ ଆରମ୍ଭ ବିଜୁ ହେଲ୍ଥ କାର୍ଡ଼ ବଣ୍ଟନ ପ୍ରକ୍ରିୟା


ମୁଖ୍ୟ ମନ୍ତ୍ରୀଙ୍କ ଏହି ଗସ୍ତରେ କଳାହାଣ୍ଡିବାସୀଙ୍କୁ ସମୁଦାୟ ୮୫୯.୩୦୬ କୋଟି ଟଙ୍କାର ଦୀପାବଳି ଭେଟି ଦେଇଥିବା ଜଣା ପଡ଼ିଛି । ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ବିରୋଧୀ ଦଳମାନେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ଆସୁଥିବା ବେଳେ ମୁଖ୍ୟ ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମଞ୍ଚରେ ବସିବା ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରି ଥିଲା, ତେବେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ମୁଖ୍ୟ ମନ୍ତ୍ରୀଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ବସିବା ଦେଖିବାକୁ ମିଳିଥିଲା

ମୁଖ୍ୟ ମନ୍ତ୍ରୀ ଫେରିଯିବା ପରେ ବିଜେଡିର ଏକ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଆକର୍ଷଣ ଥିଲା ଲାଞ୍ଜିଗଡ଼ର ପୂର୍ବତନ କଂଗ୍ରେସ ବିଧାୟକ ଶିବାଜୀ ମାଝିଙ୍କ ବିଜେଡିରେ ଯୋଗଦାନ କରିବା । ଗତ କିଛି ଦିନ ତଳେ ଶିବାଜୀ କଂଗ୍ରେସରୁ ଇସ୍ତାଫା ଦେଇ ଥିବା ବେଳେ ସୋମବାର ସେ ତାଙ୍କ ପ୍ରାୟ ୫୦୦ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ । ସେହି ପରି ନର୍ଲା ନିର୍ବାଚନ ମଣ୍ଡଳୀରୁ ମଧ୍ୟ ଶତାଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଥିଲେ ।

ଏହି ମିଶ୍ରଣ ପର୍ଵରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ନବ ଦାସ, ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ମନ୍ତ୍ରୀଙ୍କ ଏହି ଗସ୍ତକୁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା । ବିଜେପି ଜିଲ୍ଲାର ସମସ୍ତ ୧୩ ଗୋଟି ବ୍ଳକରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ମଧ୍ୟ ଭବାନୀପାଟଣା ସହରରେ ଏହି ଗସ୍ତକୁ ବିରୋଧ କରିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା! ଏଥିରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲେ । ଏହି ସ୍ମାର୍ଟ କାର୍ଡ଼ ପାଇବା ପାଇଁ ଜିଲ୍ଲାର ହିତାଧିକାରୀଙ୍କ ମଧ୍ୟରେ ବେଶ ଉତ୍ସୁକତା ପରିଲକ୍ଷିତ ହୋଇଥିଲା ।
Published by:Lipina Das
First published: