ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାତ୍ଯା ‘ଗୁଲାବ’ର ସମୀକ୍ଷା କଲେ ମୁଖ୍ଯମନ୍ତ୍ରୀ; କହିଲେ ଜୀବନ ରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

ବାତ୍ଯା ‘ଗୁଲାବ’ର ସମୀକ୍ଷା କଲେ ମୁଖ୍ଯମନ୍ତ୍ରୀ; କହିଲେ ଜୀବନ ରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

ବାତ୍ୟା ଗୁଲାବର ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେବା ସହ ପ୍ରଶାସନକୁ ସହଯୋଗ କରିବାକୁ ସର୍ବସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ବାତ୍ଯା ‘ଗୁଲାବ’ର ସମୀକ୍ଷା କଲେ ମୁଖ୍ଯମନ୍ତ୍ରୀ; କହିଲେ ଜୀବନ ରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ
ବାତ୍ଯା ଗୁଲାବକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 26, 2021, 2:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର : ବାତ୍ୟା ଗୁଲାବର ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେବା ସହ ସ୍ଥାନାନ୍ତର କାର୍ଯ୍ୟ  ଓ କୋଭିଡ଼ ନିୟମ ପାଳନରେ ପ୍ରଶାସନକୁ ସହଯୋଗ କରିବାକୁ ସର୍ବସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ଆଜି ଅପରାହ୍ନ ସୁଦ୍ଧା ଗୁଲାବ ପ୍ରଭାବିତ ଜିଲ୍ଲାମାନଙ୍କରୁ ଲୋକମାନେ ଓ ଗୃହପାଳିତ ପଶୁମାନଙ୍କୁ ସ୍ଥାନାନ୍ତର ଓ କଚ୍ଚା ଘରମାନଙ୍କରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହିତ ଭୂସ୍ଖଳନ ସମ୍ଭାବନା ଥିବା ଅଞ୍ଚଳମାନଙ୍କରେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ମୁଖ୍ଯମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କରେ ୪୨ଟି ଓଡ୍ରାଫ, ୨୪ NDRF, ୧୦୩ ଅଗ୍ନିଶମ ଦଳ ମୁତୟନ କରାଯାଇଥିବା କହିଛନ୍ତି । ଆଜି ଅପରାହ୍ନ ୪ଟି ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ SRC ଅବଗତ କରାଇଥିଲେ ।

ଅନ୍ୟପକ୍ଷରେ ବାତ୍ୟା ଗୁଲାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ସମସ୍ତ ସ୍କୁଲକୁ କାଲି ପାଇଁ ଛୁଟି ଘୋଷଣା କରାଯାଇଛି । ସ୍ଥିତିକୁ ଦେଖି ମଙ୍ଗଳବାର ଦିନ ସ୍କୁଲ ଛୁଟି ରଖାଯିବ କି ନାହିଁ ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବର୍ଷା ହେଉଥିଲେ ପିଲାମାନେ ଘରୁ ବାହାରିବା ଉଚିତ ହେବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।  ନୂଆଦିଲ୍ଲୀ ଗସ୍ତରେ ଥିବାରୁ ମୁଖ୍ଯମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ମୁକାବିଲାର ସମୀକ୍ଷା କରିଛନ୍ତି ।
Published by: Soumya Das
First published: September 26, 2021, 2:24 PM IST