ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବାପୁଙ୍କ ନୀତି ଓ ଆଦର୍ଶକୁ ମନେ ପକାଇଲେ CM ନବୀନ

ରବିବାର ଦିନ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ଶାନ୍ତି ଓ ଅହିଂସାର ପ୍ରବାଦ ପୁରୁଷଙ୍କ ଅମର ନୀତି ଓ ଆଦର୍ଶ ସମସ୍ତଙ୍କୁ ଉଚିତ ମାର୍ଗରେ ପରିଚାଳିତ କରୁଥିବ ବୋଲି କହିଥିଲେ ମୁଖ୍ୟ ମନ୍ତ୍ରୀ।

ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ରବିବାର ଦିନ ଦେଶର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଥିଲା । ଦେଶର ବିଭିନ୍ନ ସ୍ଥାନରୁ ମାନ୍ୟଗଣ୍ୟ ବ୍ୟକ୍ତି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିଲେ। ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳ ୧୧ ଟାରେ ରାଜଘାଟ ଯାଇଥିଲେ।

ସେହିପରି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ଶାନ୍ତି ଓ ଅହିଂସାର ପ୍ରବାଦ ପୁରୁଷଙ୍କ ଅମର ନୀତି ଓ ଆଦର୍ଶ ସମସ୍ତଙ୍କୁ ଉଚିତ ମାର୍ଗରେ ପରିଚାଳିତ କରୁଥିବ ବୋଲି କହିଥିଲେ ମୁଖ୍ୟ ମନ୍ତ୍ରୀ। ଏହା ସହ ସହିଦ ଦିବସରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସବୁ ସହିଦଙ୍କୁ ସଲାମ ମଧ୍ୟ କରିଥିଲେ ନବୀନ।



ଟ୍ୱିଟରରେ ସେ ଏକ ପୋଷ୍ଟ କରି ଲେଖିଥିଲେ,“ଜାତିର ପିତାଙ୍କୁ ନମ୍ର ଶ୍ରଦ୍ଧାଞ୍ଜଳି, ଶାନ୍ତି ତଥା ଅହିଂସାର ପିତା, #MartyrsDay। ଅହିଂସାର ଆଇକନଙ୍କର ଅମର ଆଦର୍ଶ ଓ ମାର୍ଗଦର୍ଶନ ଆଜି ବି ଜାରି ରଖିଛୁ । ଦେଶ ପାଇଁ ଜୀବନ ଦେଇଥିବା ସମସ୍ତ ସହିଦଙ୍କୁ ନମସ୍କାର।”
Published by:Lipina Das
First published: