ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା ଆରମ୍ଭ; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହୋଇଛି । ଏହି ମେଳାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତିି ।

ପ୍ରଥମ ମହିଳା ବିଜ୍ନେସ୍ ମେଳାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

ପ୍ରଥମ ମହିଳା ବିଜ୍ନେସ୍ ମେଳାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ ଏଣ୍ଟରପ୍ରିନ୍ୟୁରସିପ୍ କାଉନ୍‌ସିଲ୍ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହୋଇଛି । ଏହି ମେଳାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତିି ।

ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସହଯୋଗ କରିବା ସହ ଓଡ଼ିଶା ସରକାରଙ୍କ ନାନା ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । ସୁକୀର୍ତ୍ତୀ ପଟ୍ଟନାୟକ ଆଇ.ଡ଼ବ୍ଲୁ.ଇ.ସି ଓଡ଼ିଶା ପରି ଆଇ.ଡ଼ବ୍ଲୁ.ଇ.ସି ର ଜାତୀୟ ଅନୁଷ୍ଠାନ ପ୍ରତିଷ୍ଠା ନେଇ ଖୁସି ବ୍ୟକ୍ତ କରିଥିଲେ । ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଥ ପ୍ରଦର୍ଶନ ତଥା ସଂସ୍ଥାର ଉତ୍ତୋରତ୍ତର ଉନ୍ନତି ପାଇଁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଓଡ଼ିଶା ମହିଳା ଉଦ୍ୟୋଗୀମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ ବୋଲି ଆଶା ପ୍ରକାଶ କରିଥିଲେ । ଆଇ.ସି.ସି ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେବି ପାଣି ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସଂସ୍ଥା ଦ୍ୱାରା ହେଉଥିବା ନାନା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।

ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଷ୍ଟଲ ଦ୍ୱାରା ସମନ୍ୱିତ ଏହି ମେଳା କେବଳ ମହିଳା ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହା ସହ ପ୍ରାୟ ୩୪ଟି ଖାଇବା ଷ୍ଟଲ ସହ, ପିଲାଙ୍କ ଖେଳ, ସେଲ୍ଫି, ଜୋନ୍‌, ଅନ୍ୟାନ୍ୟ କାର୍ଯ୍ୟକ୍ରମ, ଓଲିଉଡ଼ ସନ୍ଧ୍ୟା, ଫ୍ୟାସନ୍ ଶୋ ଆଇ.ଡ଼ବ୍ଲୁ.ଇ.ସି ଆୱାର୍ଡ଼ ଏବଂ ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି।

ବଲିଉଡ଼୍ ସେଲିବ୍ରିଟି ଅର୍ଜୁନ ରାମପାଲ ଓ ଇମତିଆଜ ଅଲି ଏହି ୫ ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅନ୍ୟାନ୍ୟ ବକ୍ତାମାନଙ୍କ ମଧ୍ୟରେ ପ୍ରେରଣାଦାୟୀ ବକ୍ତା ଶ୍ରୀ ଗୌରାଙ୍ଗ ଦାସ, ଜୀବନଶୈଳୀ ପ୍ରଶିକ୍ଷକ ଲ୍ରୁ୍ୟକ୍ କୌଟିଁହୋ, ଫିଟନେସ ବିଶେଷଜ୍ଞ ସମିର ପୁରୋହିତ ଆଦି ଯୋଗଦେଇ ନିଜର ମତାମତ ରଖିବେ ।  ଅନ୍ୟାନ୍ୟ ବିଶିଷ୍ଟ ବ୍ୟବସାୟୀ, ନୀତି ନିର୍ମାତା, ବିଭିନ୍ନ ବର୍ଗର ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଅର୍ଥନୈତିକ ସଂସ୍ଥା ଏବଂ ଅତିକ୍ଷୁଦ୍ର,  କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମଧ୍ୟ ଏହି ଉତ୍ସବରେ ଯୋଗଦେଇ ନିଜର ମତପୋଷଣ କରିବେ ।

ଏହି ମେଳା ଓଡ଼ିଶା ସରକାର, ଏମ୍‌.ଏସ୍‌.ଏମ୍‌.ଇ-ଡ଼ି.ଆଇ କଟକ ଓ ଅନ୍ୟାନ୍ୟ ବ୍ୟବସାୟୀ ସଂସ୍ଥା ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି । ମିଶନ ଶକ୍ତି ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀମାନେ ମେଳାରେ ଏକ ସ୍ୱତନ୍ତ୍ର ଅଂଶ ଭାବେ ଯୋଗ ଦେଇଛନ୍ତି। ତାଙ୍କ ଦ୍ୱାରା ପ୍ରଦର୍ଶିତ ଉତ୍ପାଦ ଜନସାଧାରଣଙ୍କ ମଧ୍ୟରେ ଆଦୃତ ହେବା ସହ ଆଦିବାସୀ ଜନଜାତି ମଧ୍ୟ ଉକ୍ତ ଉତ୍ସବରେ ନିଜ ଉତ୍ପାଦ ପ୍ରଦର୍ଶନ କରି ବ୍ୟାବସାୟ ଅଭିବୃଦ୍ଧି କରିବାକୁ ସକ୍ଷମ ହୋଇଛନ୍ତି। ଉକ୍ତ ମେଳା ସବୁ ବର୍ଗର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁଯୋଗ ହୋଇଥିବା ବେଳେ ଓଡ଼ିଶାର ନାନା ସଫଳ ମହିଳା ବ୍ୟବସାୟୀଙ୍କୁ ନିଜ ବ୍ୟବସାୟ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ସୁଯୋଗ ଅଟେ। ଏହି ମେଳା ୪ ମେ ୨୦୨୨ରୁ ୮ ମେ ୨୦୨୨ ଯାଏଁ ଚାଲିବ ।
Published by:Soumya Das
First published: