ନବୀନଙ୍କ ତେରେଛା ବାଣ... କହିଲେ, ଡବଲ ଇଞ୍ଜିନ ନୁହେଁ, ସୁଶାସନ ଗୁରୁତ୍ବପୂର୍ଣ୍ଣ

ଝାରସୁଗୁଡ଼ା ବିଜୟ ପରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ଝାରସୁଗୁଡ଼ା ବିଜୟ ଉତ୍ସବରେ ଯୋଗ ଦେଇ ନବୀନ କହିଛନ୍ତି, କୌଣସି ସରକାରରେ ସିଙ୍ଗଲ କି ଡବଲ୍ ଇଞ୍ଜିନ ଆଦୌ ଗୁରୁତ୍ବ ରଖେନାହିଁ ।

ନବୀନଙ୍କ ତେରେଛା ବାଣ... କହିଲେ, ଡବଲ ଇଞ୍ଜିନ ନୁହେଁ, ସୁଶାସନ ଗୁରୁତ୍ବପୂର୍ଣ୍ଣ

ନବୀନଙ୍କ ତେରେଛା ବାଣ... କହିଲେ, ଡବଲ ଇଞ୍ଜିନ ନୁହେଁ, ସୁଶାସନ ଗୁରୁତ୍ବପୂର୍ଣ୍ଣ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବିଜେଡିର ବାଜିମାତ୍ । ଝାରସୁଗୁଡ଼ା ଉପ ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ୍‌ରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ୪୮ ହଜାରରୁ ଅଧିକ ଭୋଟ୍‌ରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପରାସ୍ତ କରିଛନ୍ତି ଦୀପାଳି । ଏହି ଅବସରରେ ଶଙ୍ଖ ଭବନରେ ଆୟେଜିତ ହୋଇଥିଲା ବିଜୟ ଉତ୍ସବ । ତେଣୁ ଦିଲ୍ଲୀରୁ ଫେରିବା ପରେ ଶଙ୍ଖ ଭବନରେ ପହଞ୍ଚିଥିଲେ ନବୀନ ପଟ୍ଟନାୟକ । ଝାରସୁଗୁଡ଼ା ବିଜୟ ପରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ଝାରସୁଗୁଡ଼ା ବିଜୟ ଉତ୍ସବରେ ଯୋଗ ଦେଇ ନବୀନ କହିଛନ୍ତି, କୌଣସି ସରକାରରେ ସିଙ୍ଗଲ କି ଡବଲ୍ ଇଞ୍ଜିନ ଆଦୌ ଗୁରୁତ୍ବ ରଖେନାହିଁ । ବରଂ ଲୋକାଭିମୁଖୀ ସୁଶାସନ ଓ ବିକାଶ ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ।

ଆଜିର ବାଜିମାତ ପରେ ଭୁବନେଶ୍ବର ଶଙ୍ଖ ଭବନରେ ହୋଇଛି ଜୋରଦାର ସେଲିବ୍ରେସନ । ସେଲିବ୍ରେସନ ପାଇଁ ପହଞ୍ଚିଥିଲେ ବିଜେଡିର ସବୁ ଟପବ୍ରାସ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ନେତା ଓ କର୍ମୀଙ୍କ ସହ ସେଲିବ୍ରେସନ କରିଥିଲେ । ନବୀନ କହିଥିଲେ କି BJDକୁ ବିଜୟୀ କରିଥିବାରୁ ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ । ଝାରସୁଗୁଡ଼ାବାସୀଙ୍କ ନିକଟରେ ସେ ଋଣୀ । ଝାରସୁଗୁଡ଼ାର ଉନ୍ନତି ପାଇଁ ବିଜେଡି ଜୋରଦାର ଉଦ୍ୟମ କରିବୁ । ଏହା ସହ ନବବାବୁଙ୍କ ବିକାଶ ଧାରାକୁ ଆଗକୁ ନିଆଯିବ ।

ଝାରସୁଗୁଡ଼ାରେ ବିଜୟ ପରେ ଶଙ୍ଖ ଭବନରେ ବିଜେଡିର ଉଲ୍ଲାସ ଖେଳିଯାଇଥିଲା । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ବକ୍ତବ୍ୟ ଦେଇ କହିଥିଲେ ଯେ, ନକାରାତ୍ମକ ରାଜନୀତିକୁ ସମୁଦ୍ରକୁ ଫୋପାଡ଼ି ଦେଇଛନ୍ତି । ଝାରସୁଗୁଡ଼ାବାସୀ ଦୀପାଳିଙ୍କୁ ବିଜୟୀ କରିଛନ୍ତି । ଭିସି ଜରିଆରେ ବିଜୟିନୀ ଦୀପାଳି ଦାସ ମଧ୍ୟ ବକ୍ତବ୍ୟ ଦେଇଥିଲେ । ସମସ୍ତ କର୍ମୀ ଓ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ ଦୀପାଳି । ଝାରସୁଗୁଡ଼ାବାସୀ ଓ ନବୀନଙ୍କୁ ବିଜୟର ଶ୍ରେୟ ମଧ୍ୟ ଦେଇଛନ୍ତି । ଏ ବିଜୟ ନବୀନ, ନବ ଓ ଝାରସୁଗୁଡ଼ାବାସୀଙ୍କର କହିଥିଲେ ।

ପରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବକ୍ତବ୍ୟ ଦେଇ କହିଥିଲେ ଯେ,ଝାରସୁଗୁଡ଼ାରେ ମହିଳାଙ୍କ ସମ୍ମାନର ବିଜୟ ହେଲା । ଗର୍ବ ଓ ଅହଂକାର ଉପରେ ନମ୍ରତାର ବିଜୟ । ଝାରସୁଗୁଡ଼ା ବିଜୟର ପୁନରାବୃତ୍ତି ୨୦୨୪ରେ ହେବ । ଉଭୟ ପରାଜୟ ଓ ବିଜୟରେ ଆତ୍ମସମୀକ୍ଷା ଜରୁରୀ ।

ସେପଟେ ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡ଼ା ଉପନିର୍ବାଚନରେ ବଢ଼ିଛି ବିଜେପିର ଭୋଟ୍‌ ହାର । ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଅକ୍ଳାନ୍ତ ପରିଶ୍ରମ ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ । ଯୁବ ନେତା ଟଙ୍କଧରଙ୍କୁ ଝାରସୁଗୁଡ଼ାବାସୀ ଆଶୀର୍ବାଦ ଦେଇଛନ୍ତି । ଆଗକୁ ଟଙ୍କଧର ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବେ । ବିଜୟିନୀ ଦୀପାଳି ଦାସଙ୍କୁ ଅଭିନନ୍ଦନ । ଝାରସୁଗୁଡ଼ା ଫଳାଫଳକୁ ଆମେ ସ୍ବୀକାର କରୁଛୁ ।’



ପଢନ୍ତୁ ଏହି ଖବର : ଭୁଲିଯାଆନ୍ତୁ AC...ବେଡ୍‌ ସିଟ୍‌ ଦେବ ଏସି ପରି ଥଣ୍ତା ! ଖରାଦିନରେ ହେବ ଆରାମଦାୟକ ନିଦ
Published by:Sujit Swain
First published: