News18 Odia Digital
ଭୁବନେଶ୍ୱର: ଆଉ ବର୍ଷେ ଲୋକଙ୍କୁ ମାଗଣା ଚାଉଳ। ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି।
୨୦୨୩ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମାଗଣା ଚାଉଳ ମିଳିବ। ଏଥିପାଇଁ ରାଜକୋଷରୁ ପ୍ରାୟ ୧୮୫ କୋଟି ଖର୍ଚ୍ଚ ହେବ। ରାଜ୍ୟ ସରକାର ଏକ ବର୍ଷ ପାଇଁରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି ବୃଦ୍ଧି କରିଛନ୍ତି। ଏହି ଆଧାରରେ ହିତାଧିକାରୀଙ୍କୁ ଆଉ ବର୍ଷେ ମାଗଣା ଚାଉଳ ପ୍ରଦାନ କରାଯିବ।
ହିତାଧିକାରୀଙ୍କୁ ୨୦୧୮ରୁ ମାଗଣା ଚାଉଳ ମିଳୁଥିଲା। ମହାମାରୀ ସମୟରୁ ସହାୟତା ହିତାଧିକାରୀଙ୍କୁ ମାଗଣା ଡାଲି ଚାଉଳ ଯୋଗାଇ ଦେଉଥିଲେ ସରକାର।
ଏହା ପୂର୍ବରୁ ଡିସେମ୍ବର ୨୩ରେ କେନ୍ଦ୍ର ସରକାର ମାଗଣା ରାସନର ଅବଧି ବୃଦ୍ଧି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।