• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ମା' ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ; ୪୩ କୋଟି ଟଙ୍କା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ନବୀନ

ମା' ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ; ୪୩ କୋଟି ଟଙ୍କା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ନବୀନ

ମା' ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ଦିରର ଉନ୍ନୟକ କାର୍ଯ୍ୟର ଶୁଭ ଉଦ୍‌ଘାଟନ ସହ ୪୩ କୋଟି ଟଙ୍କାର ପ୍ରକଳ୍ପର କଲେ ଭିତ୍ତି ପ୍ରସ୍ତର।

ମା' ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମା' ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Share this:
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଧବାର ହୋଇଥିଲା ଉତ୍ସବ ମୁଖର। ଲୋକାରଣ୍ୟ ହୋଇଯାଇଥିଲା ଗଞ୍ଜାମର ଆରାଧ୍ୟ ଦେବୀ ମା' ତାରାତାରିଣୀଙ୍କ ପୀଠ। ପବିତ୍ର ମନ୍ତ୍ରଧ୍ବନୀର ଉଚ୍ଚାରଣ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଦିନ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ପହଞ୍ଚିଥିଲା ଅସ୍ଥାୟୀ ହେଲିପେଡରେ। ଏହାପରେ ସିଧାସଳଖ ମା'ଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ମା'ଙ୍କ ଆଶୀର୍ବାଦ କାମନା କରିଥିଲେ। ଏହାପରେ ରୂପାନ୍ତରିତ ଯୋଜନାର ସଫଳ ରୂପାୟନରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହଯୋଗର ଉଚ୍ଚ ପ୍ରଶଂସା କରିଥିଲେ। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗର ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ।
ଏହାପରେ ଏକ ସାଧାରଣ ସଭାରେ ହଜାର ହଜାର ଲୋକଙ୍କୁ ସମ୍ବୋଧିତ କରିବା ସହ ୪୩ କୋଟି ଟଙ୍କାରେ ଋଷିକୂଲ୍ୟା ନଦୀ ତଟ ଉନ୍ନତୀକରଣ କାର୍ଯ୍ୟର ଭିତ୍ତି ସ୍ଥାପନ କରିଥିଲେ।

୪୩ କୋଟି ଟଙ୍କା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ନବୀନ


ଆଉ କହିଥିଲେ, ‘‘ମାଟ ତାରାତାରିଣୀଙ୍କ ମନ୍ଦିରର ଏହି ନୂଆ ରୂପ ଓ ବିକାଶିତ ପରିବେଶ ଅଧିକ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ। ଭକ୍ତମାନଙ୍କ ନିମନ୍ତେ ଅନେକ ସୁବିଧା ସୁଯୋଗ ବର୍ତ୍ତମାନ ମନ୍ଦିର ପରିସରରେ ମିଳିପାରିବ। ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ବାନ ଦେଉଛି।’’

ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ୫ଟି ସଚିବ ଭି.କେ.ପାଣ୍ଡିଆନ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ଓ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

‘‘ଅତି କମ ସମୟ ମଧ୍ୟରେ ମା'ଙ୍କ ମନ୍ଦିରର ରୂପାନ୍ତରଣ ହୋଇପାରିଛି। ମୁଖ୍ୟମନ୍ତ୍ରୀଙ୍କ ମନ୍ଦିର ପ୍ରତି ରହିଥିବା ଭଲପାଇବା ହିଁ ଏହାର ସର୍ବଶ୍ରେଷ୍ଠ ଉଦାହରଣ। ଏହାଛଡ଼ା ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମର ଏହା ପ୍ରକୃଷ୍ଟ ଉଦାହରଣ,’’ କହିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ତାରାତାରିଣୀ ଭବ୍ୟ ମନ୍ଦିର ନିର୍ମାଣରେ ବିଶିଷ୍ଟ ସ୍ଥପତି ପଦ୍ମଵିଭୂଷଣ ଦିବଂଗତ ରଘୁନାଥ ମହାପାତ୍ରଙ୍କର ବିଶେଷ ଅବଦାନ ରହିଥିଲା। ପ୍ରତିଷ୍ଠା ଉତ୍ସବ ଅବସରରେ ଦିବଂଗତ ରଘୁନାଥ ମହାପାତ୍ରଙ୍କ ପତ୍ନୀ ରଜନୀ ମହାପାତ୍ର ଓ ନାତି ସ୍ମିତେଶ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟତମ ସ୍ଥପତି ନାରାୟଣ ତ୍ରିପାଠୀ ଓ ଜଣେ ସାଧାରଣ ଭକ୍ତ କୁମାରୀ ଦାସ, ପିଡବ୍ଲୁଡି ଯନ୍ତ୍ରୀ ସୁରେଶ ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

‘‘୧୧୫ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଭକ୍ତମାନଙ୍କ ପାଇଁ ମନ୍ଦିର ପରିସରରେ ଏକ ମନୋଜ୍ଞ ପରିବେଶ ସୃଷ୍ଟି କରାଯାଇଛି। ପ୍ରସାଦ ସେବନ ଗୃହ, ଦୀପ ପ୍ରଜ୍ବଳନ ସ୍ଥାନ, ବାଖ୍ୟାନ କେନ୍ଦ୍ର, ମୁଣ୍ଡନ କେନ୍ଦ୍ର, ବିଶ୍ରାମସ୍ଥଳ, ସେଣ୍ଟ୍ରାଲ ପ୍ଲାଜା ଓ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା ଆଦି ନୂଆ ସୁବିଧା ସହିତ ସ୍ବଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି। ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଉଚ୍ଚପ୍ରଶଂସା କରିଥିଲେ,’’ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ଏପଟେ ମନ୍ଦିରରେ ଚାଲିଥିବା ପ୍ରତିଷ୍ଠା ଉତ୍ସବର ୪ର୍ଥ ଦିନରେ ତ୍ରିଶୁଳ ଧ୍ଵଜ ଓ ମହାଧିଯଙ୍କ ପାଇଁ ଦେବତାଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଛି।
Published by:Lipina Das
First published: