JEE ଓ NEET ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ଚିଠି

ସେପ୍ଟେମ୍ବର ୧ରୁ ପରୀକ୍ଷା ପାଇଁ ଏନଟିଏ (NTA) ଆଡ଼ମିଟ କାର୍ଡ଼ ପ୍ରଦାନ କରିଥିବାବେଳେ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ କରିଛି । ସାରା ଦେଶରୁ ୮ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ପାଇଁ ଆବେଦନ କରି ପ୍ରସ୍ତୁତ ହେଉଛନ୍ତି ।

JEE ଓ NEET ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ଚିଠି
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
  • News18 Odia
  • Last Updated: August 25, 2020, 7:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ମାତ୍ର ୬ଦିନ ପରେ ଜେଇଇ (JEE) ମେନ ପରୀକ୍ଷାକୁ ହେବାର ଥିଲା । ଏହା ପୂର୍ବରୁ ରାଜ୍ୟରେ କୋରୋନା ସଂକ୍ରମଣକୁ ଲକ୍ଷ୍ୟକରି ଏହି ପରୀକ୍ଷା ବାତିଲ କରିବାପାଇଁ ମୁଖ୍ୟ ମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖିଛନ୍ତି । ଆସନ୍ତା ସେପ୍ଟେମ୍ବର ୧ ରୁ ୬ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା (JEE) ମେନ ପାଇଁ ରାଜ୍ୟରୁ ପ୍ରାୟ ୪୦ହଜାର ଛାତ୍ରଛାତ୍ରୀ  ଆବେଦନ କରିଛନ୍ତି । ସେହିଭଳି ସେପ୍ଟେମ୍ବର ୧୩ ତାରିଖରେ ହେବାକୁ ଥିବା ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ(NEET) ପାଇଁ ପ୍ରାୟ ୫୦ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ହଜାର ହଜାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ମାତ୍ର ୭ଟି ସହରରେ ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ଏହାର ପରୀକ୍ଷା କେନ୍ଦ୍ର କରିଛି । ତେଣୁ ଏଭଳି ସ୍ଥିତିରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଇ ପରୀକ୍ଷା ନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ମନ୍ତ୍ରୀ ।

"କୋରୋନା ସଂକ୍ରମଣକୁ ଦେଖିଲେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ନିଜେ କେନ୍ଦ୍ରକୁ ଯାଇ ଏକା ସାଙ୍ଗରେ ପରୀକ୍ଷା ଦେବା ଠିକ ନୁହେଁ । ଛାତ୍ରଛାତ୍ରୀଙ୍କ ପାଇଁ ଏହା ଅସୁରକ୍ଷିତ ଯାହା ଅନେକଙ୍କୁ ପ୍ରଭାବିତ କରିପାରେ,'' କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହା ସହ ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ,  ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ ହୋଇଥିବାରୁ ଆଭ୍ୟନ୍ତରୀଣ ଓ ଗ୍ରାମୀଣ ଅଞ୍ଚଳରୁ ସହରକୁ ପରୀକ୍ଷା ଦେବାକୁ ଆସିବା ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟସାଧ୍ୟ ହୋଇଯିବ। ଅନେକ ଜିଲ୍ଲାକୁ ଲାକଡାଉନ ଓ ସଟଡାଉନ କରାଯାଉଥିବାରୁ ଗମନା ଗମନ ମଧ୍ୟ ବାଧା ପ୍ରାପ୍ତି ହେବ। ଏଣୁ ଛାତ୍ରଛାତ୍ରୀ ସୁରକ୍ଷା ଦୃଷ୍ଟିରୁ ସେପ୍ଟେମ୍ବର ରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇବା ଆବଶ୍ୟକ । ଏହା ସହ ଏନଟିଏ (NTA)ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷା ପାଇଁ ଓଡ଼ିଶାର ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ୨ ରୁ ୩ ଘଣ୍ଟା ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ସୁବିଧାରର ପହଞ୍ଚି ପାରିବେ।

ମୁଖ୍ୟ ମନ୍ତ୍ରୀ ଲେଖିଥିବା ଚିଠି


ଚଳିତବର୍ଷ ଜେଇଇ(JEE) ଓ ନିଟ(NEET) ପରୀକ୍ଷା କୋଭିଡ19 ଯୋଗୁଁ ଦୁଇ ଦୁଇ ଥର ସ୍ଥଗିତ ରହିସାରିଛି । ପ୍ରଥମେ ଏପ୍ରିଲ ମାସରେ ହେବାକୁ ଥିବା ଜେଇଇ ମେନ ପରୀକ୍ଷା ଜୁଲାଇ ମାସ ୧୯ ରୁ ୨୪ ତାରିଖକୁ ଘୁଞ୍ଚାଯାଇଥିଲା । ସେହିଭଳି ମେ ୫ରେ ହେବାକୁ ଥିବା ନିଟ (NEET) ପରୀକ୍ଷାକୁ ଜୁଲାଇ ୨୬ରେ କରିବାକୁ ଏନଟିଏ(NTA) ଘୁଞ୍ଚାଇବାକୁ ନିଷ୍ପତି ନେଇଥିଲା । ଏହାପରେ ସାରା ଦେଶରେ କୋରୋନା ର ପ୍ରକୋପକୁ ଦେଖି ଏହାକୁ ସେପ୍ଟେମ୍ବର ମାସକୁ ଘୁଞ୍ଚାଇବାକୁ ପଡ଼ିଥିଲା । ପୂର୍ବରୁ ସେପ୍ଟେମ୍ବର ମାସ ପରୀକ୍ଷାକୁ ମଧ୍ୟ ଘୁଞ୍ଚାଇବାକୁ ସୁପ୍ରିମ କୋର୍ଟରେ ଅଭିଭାବକ ଓ ଛାତ୍ରଛାତ୍ରୀ ପିଟିସନ ଦାଖଲ କରିଥିଲେ । ଅଗଷ୍ଟ ମାସ ୧୭ ତାରିଖରେ ସୁପ୍ରିମ କୋର୍ଟ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରିବାକୁ ରାୟ ଶୁଣାଇ ଥିଲେ । କୋରୋନା ଭିତରେ ଆମକୁ ଚାଲିବାକୁ ହେବ ବୋଲି କହିଥିଲେ । ଏହାକୁ ନେଇ ସମ୍ପୂର୍ଣ୍ଣ ଶିକ୍ଷା ବର୍ଷ ନଷ୍ଟ କରିବା ଠିକ ନୁହେଁ ବୋଲି ରାୟ ପ୍ରକାଶ କରିଥିଲେ ।

ସେପ୍ଟେମ୍ବର୧ରୁ ପରୀକ୍ଷା ପାଇଁ ଏନଟିଏ (NTA) ଆଡ଼ମିଟ କାର୍ଡ ପ୍ରଦାନ କରିଥିବାବେଳେ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ କରିଛି। ସାରା ଦେଶରୁ ୮ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ପାଇଁ ଆବେଦନ କରି ପ୍ରସ୍ତୁତ ହେଉଛନ୍ତି ।
Published by: Jagdish Barik
First published: August 25, 2020, 7:04 PM IST
corona virus btn
corona virus btn
Loading