ଭୁବନେଶ୍ୱରରୁ ରାଉରକେଲା ବିମାନ ଚଳାଚଳ ଆରମ୍ଭ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲାବାସୀଙ୍କ ପାଇଁ ଖୁସିର ଖବର । ବିମାନ ସେବାରେ ଯୋଡିହେଲା ରାଉରକେଲା । ମୁଖ୍ୟମନ୍ତ୍ରୀ କଲେ ଶୁଭ ଉଦଘାଟନ । ପିଏମ ମୋଦିଙ୍କୁ ଧନ୍ୟବାଦ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଭୁବନେଶ୍ୱରରୁ ରାଉରକେଲା ବିମାନ ଚଳାଚଳ ଆରମ୍ଭ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରୁ ରାଉରକେଲା ବିମାନ ଚଳାଚଳ ଆରମ୍ଭ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ସ୍ମାର୍ଟ ସିଟିରୁ ଷ୍ଟିଲ ସିଟିକୁ ଉଡିଲା ବିମାନ । ଆଜିଠୁ ଭୁବନେଶ୍ୱରରୁ ରାଉରକେଲା ବିମାନ ସେବା ଆରମ୍ଭ ହୋଇଛି । ଓଡ଼ିଶାରେ ଚତୁର୍ଥ ସ୍ଥାନ ହିସାବରେ ରାଉରକେଲାକୁ ବିମାନ ସେବା ମିଳିଛି। ଭୁବନେଶ୍ୱର, ଜୟପୁର ଓ ଝାରସୁଗୁଡା ପରେ ରାଉରକେଲା ସହର ବିମାନ ସେବାରେ ଯୋଡି ହୋଇଛି ।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଉପସ୍ଥିତ ରହି ପତାକା ହଲାଇ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତି ଆଦିତ୍ୟ ନିନ୍ଧିଆ ଭିସି ମାଧ୍ୟମରେ ଯୋଡି ହୋଇଥିଲେ । ସେହିପରି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିମାନବନ୍ଦରରେ ଉପସ୍ଥିତ ଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  ମଧ୍ୟ ବିମାନବନ୍ଦରରେ ପହଞ୍ଚିଥିଲେ ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆଜି ଭୁବନେଶ୍ୱର ଏବଂ ରାଉରକେଲାବାସୀଙ୍କ ପାଇଁ ଐତିହାସିକ ଦିନ। ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା ଭୁବନେଶ୍ୱରରୁ ରାଉରକେଲା ବିମାନ ଚଳାଚଳ ପାଇଁ। ଆଜି ରାଉରକେଲାବାସୀଙ୍କ ସ୍ୱପ୍ନ ପୁରା ହୋଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ। ତା ସହ ଏଲାଏନ୍ସ ଏୟାରକୁ ବହୁତ ବହୁତ ଧନ୍ୟବାଦ। ତା ସହିତ ବେସାମରିକ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ସେହିପରି ଦଳର ସାଂସଦ ଜୁଏଲ ଓରାମ ଦୀର୍ଘ ଦିନରୁ ଏନେଇ ଦାବି କରି ଆସୁଥିଲେ। ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ।

ରାଉରକେଲା ବିମାନ ଉଡାଣକୁ ନେଇ ବିଜେଡି ରାଜନୀତି କରୁଥିବା ଅଭିଯୋଗରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ଭାରତରେ ସଙ୍ଘୀୟ ବ୍ୟବସ୍ଥା ରହିଛି । କେଉଁ ଦଳ କହିବ, ସେଥିରେ କିଛି କଥା ନାହିଁ । ତାହା ସେମାନଙ୍କ ମନ୍ତବ୍ୟ । କିନ୍ତୁ ବିମାନ ଉଡାଣ ନେଇ ଅବଦାନରେ କେନ୍ଦ୍ରର ଯେତିକି ଅଂଶ ରହିଛି, ରାଜ୍ୟର ସେତିକି ଅଂଶ ରହିଛି ।

ସୂଚନାଯୋଗ୍ୟ, ସକାଳ ୧୦ ଟା ୪୫ମିନିଟରେ ଭୁବନେଶ୍ୱରରୁ ଆଲାଏନ୍ସ ଏୟାର ବିମାନ ରାଉରକେଲାକୁ ଉଡିଛି । ଭୁବନେଶ୍ୱର ଛାଡିବା ପରେ ବିମାନଟି ପୂର୍ବାହ୍ନ ୧୧ଟା ୪୦ ମିନିଟରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବା। ଏହା ପରେ ମଧ୍ୟାହ୍ନ ୧୨ଟା ୫ ମିନିଟରେ ବିମାନଟି ରାଉରକେଲାରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ଦିନ ୧ ଟା ସମୟରେ ପହଞ୍ଚିବ।

ଆସାନ୍ତା ୧୨ ତାରିଖରୁ ଏହି ବିମାନ ଦୈନିକ ଉଡାଣ କରିବ । ପ୍ରତିଦିନ ଅପରାହ୍ନ ୨ଟା ୫୫ ମିନିଟରେ ବିମାନ ଭୁବନେଶ୍ୱର ଛାଡି ୩ ଟା ୫୦ ମିନିଟରେ ରାଉରକେଲାରେ ପହଞ୍ଚିବ । ରାଉରକେଲାରୁ ଅପରାହ୍ନ ୪ ଟା ୧୫ ମିନିଟରେ ବାହାରି ଭୁବନେଶ୍ୱରରେ ୫ ଟା ୧୦ ମିନିଟରେ ପହଞ୍ଚିବ । ଭୁବନେଶ୍ୱରରୁ ରାଉରକେଲା ବିମାନ ଭଡା ୨ ହଜାର ୮ ଶହ ୩ ଟଙ୍କା। ସେହିପରି ରାଉରକେଲାରୁ ଭୁବନେଶ୍ୱର ବିମାନ ଟିକେଟର ମୂଲ୍ୟ ୨ ହଜାର ୭ ଶହ ୨୧ ଟଙ୍କା ରଖାଯାଇଛି। ବିମାନରେ ୭୨ଟି ସିଟ ରହିଛି । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉଲକେଲାକୁ ବିମାନ ସେବା ମିଳିଛି । ହକି ବିଶ୍ୱକପ ପାଇଁ ବିଦେଶରୁ ୧୪ଟି ଟିମ ଭାଗ ନେବାକୁ ଓଡ଼ିଶାକୁ ଆସିଛନ୍ତି । ଭୁବନେଶ୍ୱର ଓ ରାଉଲକେଲାରେ ହକି ବିଶ୍ୱ କପ ଖେଳ ହେବ ।
Published by:Soubhagya Mishra
First published: