ରାଜନୀତିର ପଶାପାଲିରେ ଚାଷୀ; ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ସହାୟତା ଘୋଷଣାକୁ ନେଇ ବିବାଦ

ଆଜି ଯଦି ଉପନିର୍ବାଚନ ନଥାନ୍ତା ସହାୟତା ଘୋଷଣା ହୋଇ ନଥାନ୍ତା। ବିଜେପି ଓ ବିଜେଡ଼ି ଉପରେ ଚାଷୀଙ୍କ ଲୁହ ପଡ଼ିବ ବୋଲି କହିଛନ୍ତି ବିରୋଧୀ

ପଦ୍ମପୁର ଉପନିର୍ବାଚନ

ପଦ୍ମପୁର ଉପନିର୍ବାଚନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଇନ୍‌ପୁଟ୍‌ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ପ୍ରଦାନ କରାଯିବ। ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍‌ ଏବଂ ୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨, ୬୩,୫୬୦ ହେକ୍ଟର ଚାଷଜମିରେ ୩୩ ପ୍ରତିଶତ ବା ତା’ଠାରୁ ଅଧିକ ଫସଲହାନି ହୋଇଛି। ଅଥଚ ଏ ପର୍ଯ୍ୟନ୍ତ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ବହୁସଂଖ୍ୟକ ଚାଷୀ ଫସଲ ବୀମା ରାଶି ପାଇପାରି ନାହାଁନ୍ତି। ଏ ସଂପର୍କରେ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ବୈଷୟିକ ଉପଦେଷ୍ଟା କମିଟିକୁ ଜଣାଇବା ସହ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ଗତକାଲି ଏହି ଘୋଷଣା କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ରାଜ୍ୟ ସରକାରଙ୍କ ଇନପୁଟ ସହାୟତା ଘୋଷଣା ନେଇ ସମାଲୋଚନା କରିଛି ବିଜେପି। ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,"ଚାଷୀ ମାରଣ ନୀତି ଆପଣେଇଛି ସରକାର। ରାଜ୍ୟର ୭୦ ପ୍ରତିଶତ ଜମି ଜଳ ସେଚିତ ହୋଇନାହିଁ। ବର୍ଷା ଉପରେ ନିର୍ଭର କରୁଛି ଚାଷୀ। ମରୁଡ଼ିର ଶିକାର ହେଉଛନ୍ତି ଚାଷୀ। କିନ୍ତୁ ସହାୟତା ମିଳୁନି। ଗତକାଲି ତରବରିଆ ଭାବେ ରାଜ୍ୟ ସରକାର ସହାୟତା ଘୋଷଣା କଲେ। ପଦ୍ମପୁର ଉପନିର୍ବାଚନ ରେ ଚାଷୀ ବିରୋଧୀ ହାୱା ଥିବାରୁ ତରବରିଆ ଭାବେ ଏପରି ଘୋଷଣା କରିଛନ୍ତି। ଏତେ ଦିନ ଧରି  ଶସକଦାଲ ବିଧାୟକ ଓ ଅନ୍ୟମାନେ କରୁଥିଲେ କଣ ? ଆଜି ଯଦି ଉପନିର୍ବାଚନ ନଥାନ୍ତା ସହାୟତା ଘୋଷଣା ହୋଇ ନଥାନ୍ତା। କେତେ ଚାଷୀ କେଉଁ ଅଞ୍ଚଳର ଅଛନ୍ତି ସାର୍ବଜନୀନ କରନ୍ତୁ ତଥ୍ୟ। କେଉଁ ତଥ୍ୟ ଉପରେ ପର୍ଯ୍ୟବେସିତ ତାହା ସାର୍ବଜନୀନ କରନ୍ତୁ ସରକାର।

ଗତକାଲି ମରୁଡ଼ି ପ୍ରପୀଡ଼ିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବସିଡି ପାଇଁ ରାଜ୍ୟ ସରକାରଙ୍କ ୨୦୦କୋଟି ଟଙ୍କା ଘୋଷଣା ସ୍ବାଗତ ଯୋଗ୍ୟ, ହେଲେ ବିଜେପି ଯେଉଁ ବିରୋଧ କରି ଯେଭଳି ଭାବେ ମନ୍ତବ୍ୟ ଦେଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ, ଗତ ୬ମାସ ଧରି ଚାଷୀଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାର ପାଖରେ ଦାବି କରି ଆସୁଛି, ବିଜେପି ହାଇଡ୍ରାମା କରୁଛି, ଗତକାଲି କେନ୍ଦ୍ର କୃଷି ମନ୍ତ୍ରୀ ବୀମା କେଉଁ ଆଧାରରେ କମ୍ପାନୀକୁ ଚାଷୀଙ୍କ ବୀମା ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାହା ବୁଝାପଡ଼ୁନି ବୋଲି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି "ବିଜେପି ଓ ବିଜେଡ଼ି ଉପରେ ଚାଷୀଙ୍କ ଲୁହ ପଡ଼ିବ। ଇନପୁଟ ସବସିଡ୍ ଚାଷୀ ପାଇବା କଥା ହେଲେ ରାଜ୍ୟ ସରକାର ବିଳମ୍ବ କରିଛନ୍ତି। ଠିକ୍ ସମୟରେ ଦେଇଥିଲେ ଚାଷୀ ରାଜାରାସ୍ତରେ ବସି ନଥାନ୍ତେ। ଏବେ କେବଳ ଭୋଟ ରାଜନୀତି ଛଡ଼ା ଆଉ କିଛି ନାହିଁ। ଯଦି ଦରଦ ଥିଲା ଏମିତି ହାଇରାଣ କାହିଁକି କଲେ। ଏଣୁ ଚାଷୀଙ୍କ ଆଖି ଲୁହ ବିଜେପି ଓ ବିଜେଡ଼ି ଉପରେ ପଡ଼ିବ ବୋଲି ସେ କହିଛନ୍ତି।
Published by:Soumya Das
First published: