News 18 Odia Digital
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଇଁ ବିକାଶର ବ୍ଲୁପ୍ରିଣ୍ଟ। ଆଜି ପ୍ରାୟ ୨ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ (chief minister)। ଆଉ ଗଞ୍ଜାମ ଜିଲ୍ଲାକୁ ଦେଶର ନମ୍ବର ୱାନ କରିବାକୁ ଆହ୍ବାନ ଦେଇଛନ୍ତି ନବୀନ। କବିସୂର୍ଯ୍ୟନଗର, ହିଞ୍ଜିଳିକାଟୁ ଏବଂ ଛାତ୍ରପୁରରେ କାର୍ଯ୍ୟକ୍ରମ କରି ଲୋକଙ୍କୁ ଜମି ପଟ୍ଟା ବଣ୍ଟନ ସହ SHG ମହିଳାଙ୍କୁ ବିନା ସୁଧରେ ଋଣ ବାଣ୍ଟିଛନ୍ତି ନବୀନ। ଆଉ ନବୀନଙ୍କ ବିକାଶ ଧାରାରେ ସାମିଲ ହେବାକୁ କହିଛନ୍ତି ଲୋକ ପ୍ରତିନିଧି।
ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କର। ଜିଲ୍ଲାରେ ତିନି ତିନିଟି କାର୍ଯ୍ୟକ୍ରମ କରି ଗଞ୍ଜାମବାସୀଙ୍କୁ ଏହି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik)। ଜିଲ୍ଲା ପାଇଁ ମୋଟ ୧୯୮୨ କୋଟି ୮୯ ଲକ୍ଷ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ। ୫୯୦ଟି ପ୍ରକଳ୍ପର ଲୋକାର୍ପଣ ସହ ୨୩୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମେ କବିସୂର୍ଯ୍ୟନଗର ବଡଆଗୁଳ ପଡ଼ିଆରେ କାର୍ଯ୍ୟକ୍ରମରେ ଯୋଗ ପ୍ରାୟ ୩୨୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ ନବୀନ। ସେଠାରେ ସୋରଡ଼ା, ଆସିକା, ଖଲ୍ଲିକୋଟ, ପୋଲସରା ଅଞ୍ଚଳର ଲୋକଙ୍କୁ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କରିବା ସହ ମିଶନ ଶକ୍ତି ଯୋଜନାରେ ୩ଟି ସ୍ବୟଂ ସହାୟିକା ଗୋଷ୍ଠୀକୁ ବିନା ସୁଧରେ ଋଣ ବାବଦରେ ଚେକ୍ ପ୍ରଦାନ କରିଥିଲେ। ଆଉ ଲୋକଙ୍କୁ ସମ୍ବାଧୋନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ କଳା ସଂସ୍କୃତିର ମାଟି । ମା'ମାନେ ଉଦ୍ୟୋଗୀ ହୁଅନ୍ତୁ। ମାଙ୍କ ଉନ୍ନତି ହେଲେ ଦେଶର ଉନ୍ନତି ହେବ। ଆଉ ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ କାମ କରିବାକୁ ଆହ୍ବାନ ଦେଇଥିଲେ ନବୀନ।
କବିସୂର୍ଯ୍ୟନଗର ପରେ ହିଂଜିଳିକାଟୁ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ୫୯୦ କୋଟି ଟଙ୍କା ବ୍ୟୟରେ ୩ ଶହରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ନବୀନ। ସେହପରି ୪ ହଜାର ୫ ଶହରୁ ଅଧିକ ଲୋଲଙ୍କୁ ଜମି ପଟ୍ଟା ବଣ୍ଚନ କରିଥିଲେ ନବୀନ। ଏହାସହ ଏସଏଚଜିଙ୍କୁ ବିନା ସୁଧରେ ଋଣ ବାବଦ ୧୫୬ କୋଟି ଟଙ୍କାର ଚେକ୍ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଶେଷରେ ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ୮୬୩ କୋଟିର ୬୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୫ଟି ବ୍ଲକ ପାଇଁ ୧୯୭ କୋଟିର ୧୫୮ ପ୍ରକଳ୍ପ ଉଦ୍ଘାଟନ କରିଥିଲେ ନବୀନ । ସେହିପରି ୬ ହଜାର ୩୫ SHGକୁ ବିନା ସୁଧରେ ୧୮୧ କୋଟି ୨୬ ଲକ୍ଷ ଟଙ୍କାର ଋଣ ବାଣ୍ଟନ କରିଲେ ନବୀନ । ୩ ହଜାର ୬୮୯ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ। ଆଉ ବିକାଶ ଧାରାରେ ସାମିଲ ହେବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଥିଲେ ଜନ ପ୍ରତିନିଧି ।
ଏହି ଖବର ପଢ଼ନ୍ତୁ -
ରାଜ୍ୟରେ ସକ୍ରିୟ ପଶ୍ଚିମା ଝଡ଼: ଏହି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା !ନବୀନ ସରକାରଙ୍କ ଫୋକସରେ ରାଜ୍ୟର ବିକାଶ। ସେହିକ୍ରମରେ ଲୋକାଭୂମିଖୀ ଯୋଜନା ଏବଂ ଏହାର କାର୍ଯ୍ୟକାରୀଉପରେ ପ୍ରାଥମିକତା ଦେଉଛନ୍ତି ସରକାର।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।