ବିଷ୍ଣୁ ସେଠୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି

ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍  ଓ ଅନେକ ରାଜନୈତିକ ତଥା ବିଶିଷ୍ଚ ବ୍ୟକ୍ତି ।

ବିଷ୍ଣୁ ସେଠୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି

ବିଷ୍ଣୁ ସେଠୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍  ଓ ଅନେକ ରାଜନୈତିକ ତଥା ବିଶିଷ୍ଚ ବ୍ୟକ୍ତି ।

ଟୁଇଟ୍ ମାଧ୍ୟମରେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି.. ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ଖବର ଜାଣି ମୁଁ ଦୁଃଖିତ । ଜନ ପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି ଦୁଃଖଦ ସମୟରେ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଟୁଇଟ ମାଧ୍ୟମରେ ଶୋକ ପ୍ରକାଶ କରି ଲେଖିଛନ୍ତି, ବିଷ୍ଣୁ ସେଠୀ ଜଣେ ଦକ୍ଷ ବିଧାୟକ । ଲୋକପ୍ରିୟ ରାଜନେତା । ତାଙ୍କ ବିୟୋଗରେ ମୁଁ ଅମର ଆତ୍ମାର ସଦଗଦୀ ଜଣାଉଛି ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଲେଖିଛନ୍ତି, ଦୀର୍ଘ ଦିନର ବ୍ୟକ୍ତିଗତ ସମ୍ପର୍କ ଥିବା ବନ୍ଧୁଙ୍କୁ ହରାଇ ମୁଁ ମର୍ମାହିତ ଓ ଦୁଃଖିତ । ଭଗବାନ ଅମର ଆତ୍ମାର ସଦଗତି କରାନ୍ତୁ । ୧୯୯୮ ମସିହାରୁ ବିଷ୍ଣୁ ସେଠୀଙ୍କ ସହ ସମ୍ପର୍କ । ତାଙ୍କ ପରିବାର ସହ ମଧ୍ୟ ମୁଁ ଜଡ଼ିତ ।
ବରିଷ୍ଠ ରାଜନେତା, ବିରୋଧି ଦଳର ଉପନେତା ତଥା ଧାମନଗରର ବିଧାୟକ ଶ୍ରୀ ବିଷ୍ଣୁ ସେଠୀଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଶୋକ ବାର୍ତ୍ତାରେ ଜଣାଇଛନ୍ତି ।

Published by:Soubhagya Mishra
First published: