ଛାଡ଼ଖାଇରେ ବୋହି ନେଲେ ମାଛମାଂସ ଓ କଙ୍କଡ଼ା; ସହରରେ ୧୦ ଟନ ମାଛ ବିକ୍ରି

କାର୍ତ୍ତିକ ମାସ ପାଇଁ ପାଟିରେ ଆଇଁଷ ବାଜି ନଥିଲା। ଛାଡ଼ଖାଇରେ ନିଜ ମନ ପସନ୍ଦର ଆମିଷ ଘରକୁ ନେଇଛନ୍ତି ଲୋକ। ଆପଣ ଛାଡ଼ଖାଇ କିପରି ମନେଇଛନ୍ତି ଆମକୁ କମେଣ୍ଟରେ ଜଣାନ୍ତୁ।

ଚିଙ୍ଗୁଡ଼ି ୩୦୦ କୁ ମଟନ ୧୦୦୦
ବୋହିନେଲେ ଲୋକ

ଚିଙ୍ଗୁଡ଼ି ୩୦୦ କୁ ମଟନ ୧୦୦୦ ବୋହିନେଲେ ଲୋକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବ୍ରହ୍ମପୁର: ଛାଡ଼ଖାଇକୁ ନେଇ ବ୍ରହ୍ମପୁରରେ ଜମିଲା ଆମିଷ ବ୍ୟବସାୟ। ସହରବାସୀ ବୋହିନେଲେ ମାଛ, ମାଂସ, ଅଣ୍ଡା ଓ କଙ୍କଡ଼ା। ଦୀର୍ଘ ଏକ ମାସ ଧରି ସାତ୍ଵିକ ଭୋଜନ କରିଥିଲେ ଲୋକେ। ଆଜି ସକାଳୁ ସକାଳୁ ସହରର ବିଭିନ୍ନ ମାଛ ବଜାରରେ ଲାଗିଥିଲା ଲୋକଙ୍କ ଭିଡ଼। ଭଳିକି ଭଳିକି ମାଛ କିଣିବା ନିମନ୍ତେ ବଜାର ସାରା ଘୁରି ବୁଲୁଥିଲେ ଲୋକେ । ଯାହାର ଯେଉଁ ମାଛ ପସନ୍ଦ ସେହି ମାଛକୁ କିଣି ନେଉଥିଲେ ଲୋକେ ।

‘‘ଏକ ମାସ ଧରି ଆମିଷ ଖାଇନଥିବା ବେଳେ ଗତକାଲି କାର୍ତ୍ତିକ ମାସ ଶେଷ ହୋଇଥିଲା । ତେଣୁ ଆଜି ମାର୍ଗଶୀର ମାସର ପ୍ରଥମ ଦିନ ହୋଇଥିବା ଯୋଗୁଁ ଛାଡ଼ଖାଇ ପାଳନ କରିଛନ୍ତି ସହରବାସୀ । ଛାଡ଼ଖାଇ ପାଳନ ଅବସରରେ ମାଛ ବଜରେ ବିଭିନ୍ନ ରକମର ମାଛ ମଧ୍ୟ ଆସିଥିଲା । ଯଦିଓ ସାଧାରଣ ଦିନ ଅପେକ୍ଷା ଆଜି ଦରରେ ସାମାନ୍ୟ ବୃଦ୍ଧି ହୋଇଛି । ତଥାପି ମଧ୍ୟ ଆମିଷ ଘରକୁ କିଣିଛୁ,‘‘ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ମିଲି ।

‘‘ସହରର କମାପଲ୍ଳୀ, ଗେଟ୍‌ବଜାର, ଗିରିମାର୍କେଟ ସହ ଅନ୍ୟ ସମସ୍ତ ମାଛ ବଜାରରେ ଅନୁରୂପ ଭାବେ ଲୋକଙ୍କ ଭିଡ଼ ଲାଗିଥିଲା । ସହରବାସୀ ନିଜ ମନ ମୁତାବକ ଓ ଦରକୁ ଆଧାର କରି ମାଛ, ମାଂସ, ଅଣ୍ଡା, କଙ୍କଡ଼ା କିଣୁଥିବା ବେଳେ ଆଜି ପରିବାର ସଦସ୍ୟଙ୍କ ସାଥିରେ ଆମିଷ ଭୋଜନ ଛାଡ଼ଖାଇର ମଜା ଉଠାଇବୁ,‘‘ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ଜିତେନ୍ଦ୍ର ପ୍ରସାଦ ମିଶ୍ର ।

‘‘ଗତ ଏକ ମାସ ହେଲା ଲୋକେ କାର୍ତ୍ତିକ ବ୍ରତ ପାଳନ କରୁଥିଲେ। ତେଣୁ ଆମିଷ ବଜାରରେ ନା ବ୍ୟବସାୟ ଭଲ ହେଉଥିଲା ନା ଲୋକଙ୍କ ଭିଡ଼ ଜମୁଥିଲା। କାର୍ତ୍ତିକ ମାସ ଶେଷ ହେବା ପରେ ଆଜି ବଜାରରେ ବେଶ ଭିଡ଼ ଦେଖିବାକୁ ମିଳିଥିଲା। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାଛ ବଜାରରେ ମଧ୍ୟ ଭଳିକି ଭଳି ମାଛ ଆଣିଥିଲେ ବ୍ୟବସାୟୀ ମାନେ। ବ୍ରହ୍ମପୁର ସହରର ବିଭିନ୍ନ ମାଛ ବଜାରକୁ ମୋଟ ୧୦ ଟନ ମାଛ ଆସିଛି। ସହରର ବିଭିନ୍ନ ମାଛ ବଜାରକୁ ଆନ୍ଦ୍ରରୁ ମାଛ ଓ ମାଂସ, ବାଲୁଗାଁରୁ ଚିଙ୍ଗୁଡ଼ି ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନ୍ୟ ସାନ ଓ ବଡ଼ ମାସଂ ଆସିଥିବା ବେଳେ ମାଛ ବ୍ୟବସାୟ ମଧ୍ୟ ଭଲ ହୋଇଛି,‘‘ କହିଛନ୍ତି ମାଛ ବ୍ୟବସାୟୀ ଶଙ୍କର ବେହେରା ।

ରୋହୀ ଭାକୁର ମାଛ କିଲୋ ପିଛା ୧୫୦ ଟଙ୍କା, ମାଗୁର ମାଛ ୧୨୦, ଚିଙ୍ଗୁଡ଼ି ୩୦୦ ରୁ ୬୦୦, ଚିକେନ୍‌ ୨୪୦ ଏବଂ ମଟନ କିଲୋ ପିଛା ୧୦୦୦ ଟଙ୍କା ରହିଛି । ତେବେ ପୂର୍ବ ବର୍ଷର ଛାଡ଼ଖାଇ ଭଳି ଚଳିତ ବର୍ଷ ସେତେ ପରିମାଣରେ ଆଜି ବ୍ୟବସାୟ ହୋଇନାହିଁ । ଯଦିଓ ଆସନ୍ତାକାଲି ମାର୍ଗଶୀର ମାସର ପ୍ରଥମ ଗୁରୁବାର ରହିଛି ଶୁକ୍ରବାର ଦିନ ଭଲ ବ୍ୟବସାୟ ହେବ ବୋଲି ଆଶାବାଦୀ ଅଛନ୍ତି ଦୋକାନୀ।

ମାଛ, ମାଂସ କିଣି ବେଶ ଉତ୍ସାହରେ ସହ ବ୍ରହ୍ମପୁରବାସୀ ପାଳନ କରିଛନ୍ତି ଛାଡଖାଇ । ତଥାପି ମଧ୍ୟ ଅନେକ ଆଜି ଛାଡ଼ଖାଇ ପାଳନ କରିନଥିବା ବେଳେ ଆସନ୍ତା ଶୁକ୍ରବାର ସହରବାସୀ ଛାଡ଼ଖାଇ ପାଳନ କରିବେ ।
Published by:Soumya Das
First published: