ହୀରାକୁଦରେ ଅଧିକ ଗେଟ୍ ଖୋଲିବାକୁ ଛତିଶଗଡ଼ର ଅନୁରୋଧ; ସ୍ୱତନ୍ତ୍ର ରିଲିଫ କମିଶନର

ଛତିଶଗଡ଼ ସରକାରଙ୍କ ତରଫରୁ ଆମର ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଆହୁରି ଅଧିକ ଗେଟ ଖୋଲିବା ପାଇଁ ଅନୁରୋଧ କରାଯାଉଛି ।

ହୀରାକୁଦରେ ଅଧିକ ଗେଟ୍ ଖୋଲିବାକୁ ଛତିଶଗଡ଼ର ଅନୁରୋଧ; ସ୍ୱତନ୍ତ୍ର ରିଲିଫ କମିଶନର

ହୀରାକୁଦରେ ଅଧିକ ଗେଟ୍ ଖୋଲିବାକୁ ଛତିଶଗଡ଼ର ଅନୁରୋଧ; ସ୍ୱତନ୍ତ୍ର ରିଲିଫ କମିଶନର

  • Share this:
News 18 Odia Digital

ଭୁବନେଶ୍ୱର; ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ କିଛି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାନଦୀ ସିଷ୍ଟମରେ ବନ୍ୟା ପରିସ୍ଥିତି ଅଧିକ ଅଛି । ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗରେ ସେଭଳି ସ୍ଥିତି ନଥିବା ବେଳେ ଜଳକାରେ ବନ୍ୟା ଜଳ ବିପଦ ସଂକେତ ଉପରେ ରହିଛି । ଦକ୍ଷିଣ ଅଞ୍ଚଳରେ ଥିବା ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ନାହିଁ ।

ଲଘୁଚାପ ଜନିତ ବର୍ଷା ପରେ ମୁଣ୍ଡଳୀ ନିକଟରେ ଦଶ ଲକ୍ଷରୁ ସାଢ଼େ ଦଶ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଆକଳନ କରାଯାଉଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟାଜଳ ପ୍ରବାହିତ ହେବାନେଇ ସୂଚନା ରହିଛି । ଖଇରମାଲ ଠାରେ ୯.୫୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେଲ୍ ପଟୁ ବେସି ପାଣି ଆସୁନଥିବାବେଳେ ହୀରାକୁଦ ଡ୍ୟାମରୁ ଅଧିକ ପାଣି ଆସୁଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି ଫଳରେ ହୀରାକୁଦ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି । ବର୍ତ୍ତମାନ ୩୪ ଟି ଗେଟ ଦେଇ ହୀରାକୁଦରେ ଜଳ ନିଷ୍କାସିତ ହେଉଛି । ୩ବର୍ଷ ପୂର୍ବେ ଅର୍ଥାତ ୨୦୧୯ ଅଗଷ୍ଟ ୧୪,୧୫ ତାରିଖରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସେପଟେ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନଥିବା ବେଳେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧାର କିଛି ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛି । ଜଳସମ୍ପଦ ବିଭାଗର ବରିଷ୍ଠ ଇଂଜିନିଅର ମାନଙ୍କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି । ୭ଟି ଏନଡିଆରଏଫ, ୩ଟି ଓଡ୍ରାଫ୍ଟ, ୧୨ଟି ଅଗ୍ନୀଶମ ବିଭାଗକୁ ବନ୍ୟାଞ୍ଚଳକୁ ପଠାଯିବ । ଏହା ଏକ ମଧ୍ୟମ ଧରଣର ବନ୍ୟା ହୋଇଥିବାରୁ ସମସ୍ତ ଜିଲ୍ଲା ପ୍ରଶାସନ ମାନଙ୍କୁ ସଜାଗ ରହିବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ, ପିଇବା ପାଣି ବ୍ୟବସ୍ଥା କରିବାକୁ କୁହାଯାଇଛି । ଅଞ୍ଚଳର ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାପାଳ କାମ କରିବାକୁ ନିଷ୍ପତି ନେବେ ।

ଓଡ଼ିଶା ଛତିଶଗଡ଼ ଜଳ ବିବାଦ ପ୍ରସଙ୍ଗରେ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି-
ବ୍ୟରେଜର ଧର୍ମ ହେଉଛି ବର୍ଷା ଦିନ ଆସିଲେ ବ୍ୟରେଜ ଖୋଲାଯିବ । ବ୍ୟାରେଜକୁ ବନ୍ଦ ରଖାଯାଇ ପାରିବନାହିଁ । ଛତିଶଗଡ଼ ଯେଉଁ ବ୍ୟାରେଜ କରିଛି ତାକୁ ବନ୍ଦ କରି ରଖିପାରିବେନି , ନଚେତ ତାହା ଭାଙ୍ଗିଯିବ । ଛତିଶଗଡ଼ ସରକାରଙ୍କ ତରଫରୁ ଆମର ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଆହୁରି ଅଧିକ ଗେଟ ଖୋଲିବା ପାଇଁ ଅନୁରୋଧ କରାଯାଉଛି । ଆମେ ତାଙ୍କ ଅନୁସାରେ ଗେଟ ଖୋଲିପାରିବୁନି । ଆମେ ଆମର ସ୍ଥିତି ଦେଖି ଆମେ ଗେଟ ଖୋଲିବୁ ।ଜଳସମ୍ପଦ ବିଭାଗ ଇଂଜିନିଅର ମାନେ ଆଲୋଚନା କରି ସ୍ଥିତି ଦେଖି ନିଷ୍ପତି ନେବେ । ୩୪ଟି ଗେଟ ଦେଇ ସ୍ଥିତି ନିୟନ୍ତ୍ରଣ କରାଯିବାକୁ ଯୋଜନା କରାଯାଇଛି ।
Published by:Soubhagya Mishra
First published: