• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଡବଲ୍ ମର୍ଡ଼ର୍: ଅନୁପ ସାଏ ଓ ଡ୍ରାଇଭରଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ଛତିଶଗଡ଼ ପୋଲିସ; ଭୁବନେଶ୍ୱରରେ ଛାନଭିନ୍ ଜାରୀ

ଡବଲ୍ ମର୍ଡ଼ର୍: ଅନୁପ ସାଏ ଓ ଡ୍ରାଇଭରଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ଛତିଶଗଡ଼ ପୋଲିସ; ଭୁବନେଶ୍ୱରରେ ଛାନଭିନ୍ ଜାରୀ

ଏହି ଡବଲ୍ ମର୍ଡରରେ ବ୍ୟବହାର କରାଯାଇଥିଲା ଦୁଇଟି ଗାଡ଼ି । ଅନୁପଙ୍କ ଇନୋଭା ସମ୍ପର୍କରେ ଠୋସ୍ ପ୍ରମାଣ ମିଳୁ ନ ଥିବା ବେଳେ ବୋଲେରୋକୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଥରେ ନୁହେଁ, ହତ୍ୟାକାଣ୍ଡ ପରେ ବୋଲେରୋ ତିନି ତିନି ଥର କିଣାବିକା ହୋଇଥିବା ପ୍ରମାଣ ମିଳିଛି ।

ଛତିଶଗଡ଼ ପୋଲିସ ହାଜତରେ ଅନୁପ ସାଏ

ଛତିଶଗଡ଼ ପୋଲିସ ହାଜତରେ ଅନୁପ ସାଏ

  • Share this:
News18 Odia Digital

ଭୁବନେଶ୍ୱର: ନିଜ ଲିଭ୍‌-ଇନ୍‌ ପ୍ରେମିକା ଓ ତାଙ୍କ ଝିଅର ଡବଲ୍ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୂର୍ବ ବିଧାୟକ ଅନୁପ ସାଏ ଓ ଅନ୍ୟତମ ଅଭିଯୁକ୍ତ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଆଜି କୋର୍ଟରେ ହାଜର କରିବା ପରେ ପାଞ୍ଚ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟକୁ କହିଛି ଛତିଶଗଡ଼ର ରାଇଗଡ଼ ଜିଲ୍ଲା ପୋଲିସ ।

ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ସମ୍ପର୍କରେ ଅଧିକ ଖୋଳତାଡ଼ ପାଇଁ ଆଜି ଭୁବନେଶ୍ବରରେ ବି ଛାନଭିନ୍ କରିଛି ଛତିଶଗଡ଼ ପୋଲିସର ଏକ ଟିମ୍‌ । ଏୟାରପୋର୍ଟ ଓ ଆରଟିଓ ଅଫିସ ସହିତ ସୁନ୍ଦରପଦା ଘରେ ତଦନ୍ତ କରିଛି ପୋଲିସ ଟିମ୍ । ଏୟାରପୋର୍ଟ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଚିଫ୍ ସିକ୍ୟୁରିଟି ଅଫିସରଙ୍କ ସହ ଆଲୋଚନା କରିଛନ୍ତି ଛତିଶଗଡ଼ ପୋଲିସର ତଦନ୍ତ ଅଧିକାରୀ ରୂପେଶ ଶର୍ମା । ଏୟାରଲାଇନ୍ସ ମ୍ୟାନେଜରଙ୍କୁ ବି ଭେଟିଛନ୍ତି ।

କୁହାଯାଉଛି ଯେ କଳ୍ପନାଙ୍କ ସହ ଅନୁପ କେବେ ଓ କେତେ ଥର ବାହାରକୁ ଯାଇଛନ୍ତି ତା’ର ତଥ୍ୟ ପ୍ରମାଣ ଯୋଗାଡ଼ କରିଛନ୍ତି ତଦନ୍ତ ଅଧିକାରୀ । ଅନୁପଙ୍କ ସହ ଆଉ କେଉଁମାନେ ରାଜ୍ୟ ବାହାରକୁ ଯାଇଛନ୍ତି ତା’ର ବି ତଥ୍ୟ ଯୋଗାଡ଼ କରିଛନ୍ତି ସେମାନେ । କଳ୍ପନା ଓ ତାଙ୍କ ଝିଅ ବବଲୀର ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ଗାଡ଼ି ସମ୍ପର୍କରେ ଭୁବନେଶ୍ବର ଆରଟିଓ କାର୍ଯ୍ୟାଳୟକୁ ଯାଇ ବି ଛାନଭିନ୍ କରିଛନ୍ତି ଟିମ୍‌ ।

ବ୍ରଜରାଜନଗରରୁ ତିନି ଥର ବିଧାୟକ ରହିଥିବା ଅନୁପ ସାଏଙ୍କୁ ରାଇଗଡ଼ ଜେଲ୍‌ରୁ ଏକ ସ୍ବତନ୍ତ୍ର କୋର୍ଟ ଭ୍ୟାନ୍ ଜରିଆରେ କୋର୍ଟକୁ ଅଣାଯାଇଥିଲା । କୋର୍ଟ ହାଜତରେ ତାଙ୍କୁ ରଖାଯାଇଥିଲା । ଅପରାହ୍ଣରେ ହାଜର କରାଯାଇଥିଲା ଜିଲ୍ଲା ଜଜଙ୍କ କୋର୍ଟରେ । ଅନୁପ ଓ ବର୍ଦ୍ଧନଙ୍କୁ ରିମାଣ୍ଡରେ ନେବା ପାଇଁ ରାଇଗଡ଼ ପୋଲିସକୁ କୋର୍ଟ ଅନୁମତି ଦେଇଥିଲେ ।

ଏହି ଡବଲ୍ ମର୍ଡରରେ ବ୍ୟବହାର କରାଯାଇଥିଲା ଦୁଇଟି ଗାଡ଼ି । ଅନୁପଙ୍କ ଇନୋଭା ସମ୍ପର୍କରେ ଠୋସ୍ ପ୍ରମାଣ ମିଳୁ ନ ଥିବା ବେଳେ ବୋଲେରୋକୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଥରେ ନୁହେଁ, ହତ୍ୟାକାଣ୍ଡ ପରେ ବୋଲେରୋ ତିନି ତିନି ଥର କିଣାବିକା ହୋଇଥିବା ପ୍ରମାଣ ମିଳିଛି ।

୨୦୧୬ ମସିହା ମେ ୭ରେ କଳ୍ପନା ଦାସ  ଓ ଝିଅ ବବଲିଙ୍କୁ ମର୍ଡର କରାଯାଇଥିଲା । ମର୍ଡରର ମାତ୍ର କିଛି ମାସ ଭିତରେ ସମ୍ପର୍କୀୟ ସୁନୀଲ କୁମାର ସାଏଦେଓଙ୍କୁ ବିକ୍ରି କରିଦେଇଥିଲେ । ପାଖାପାଖି ବର୍ଷକ ପରେ ସୁନୀଲ ସାଏଦେଓ ବୋଲେରୋଟିକୁ ବିକ୍ରି କରି ଦେଇଥିଲେ ଟିଟିଲାଗଡ଼ର ସୁନୀଲ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କୁ । ଯିଏ ପୁରୁଣା ଗାଡ଼ି କିଣାବିକାରେ ଓସ୍ତାଦ୍ ବୋଲି କୁହାଯାଉଛି । ଦୁଇ ସୁନୀଲଙ୍କ ଭିତରେ ଗାଡ଼ି କିଣାବିକାର ଏକ ନୋଟାରୀ ଏଗ୍ରିମେଣ୍ଟ ଲାଗିଛି ନ୍ୟୁଜ ୧୮ ଓଡ଼ିଆ ହାତରେ ।

ଆହୁରି ଚାଞ୍ଚଲ୍ୟକର ତଥ୍ୟ ହେଲା ଏହା ଯେ OLXରେ ମାତ୍ର ୨ ଲକ୍ଷ ୪୦ ହଜାର ଟଙ୍କାରେ କିଣିବାର ଆଠ ଦିନ ପରେ ବୋଲେରୋଟିକୁ ରାୟପୁରର ଆଉ ଜଣକୁ ବିକ୍ରି କରି ଦେଇଥିବା କହିଛନ୍ତି ସୁନୀଲ ଆଚ଼ାର୍ଯ୍ୟ । ତେବେ ବୋଲେରୋଟି ଏବେ ଗୁଜରାଟରେ ଥିବା କୁହାଯାଉଛି । ସବୁଠୁ ସାଂଘାତିକ କଥା ହେଲା, ତିନି ତିନି ଥର କିଣାବିକା ପରେ ବି ଗାଡ଼ିର ମାଲିକାନା ଏବେ ବି ସୁନୀଲ ସାଏଦେଓଙ୍କ ନାଁରେ ରହିଛି ।

ମୃତ କଳ୍ପନାଙ୍କ ବାପା ରୁଦ୍ରାକ୍ଷ ଦାସ ରହୁଥିବା ବ୍ରଜରାଜନଗର ବଘରାଚକା ବାସଭବନରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି । ହତ୍ୟାକାଣ୍ଡ ପର ଠାରୁ ତାଙ୍କ ଖବର ମିଳୁନି । ଅଲଗା ରହୁଥିବା ବଡ଼ ଭାଉଜ ରୀନା ଦାସଙ୍କୁ ଚ଼କ୍ରଧରନଗର ଥାନାରେ ହାଜର ହୋଇ ବୟାନ ରଖିବାକୁ ନୋଟିସ୍ ଦେଇଛି ଛତିଶଗଡ଼ ପୋଲିସ ।
Published by:Anand Shankar Thankur Das
First published: