ଡବଲ୍ ମର୍ଡ଼ର୍: ପୂର୍ବ ବିଧାୟକ ଅନୁପ ସାଏ ଓ ଡ୍ରାଇଭରଙ୍କ ନାର୍କୋ ଟେଷ୍ଟ କରିବ ଛତିଶଗଡ଼ ପୋଲିସ

ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କ ଜେରା ବେଳେ ସେମାନଙ୍କ ବୟାନ ଓ ତଥ୍ୟରେ ତାଳମେଳ ରହୁ ନ ଥିବାରୁ ଛତିଶଗଡ ପୋଲିସ ସେମାନଙ୍କୁ ମୁହାଁମୁହିଁ ଜେରା କରିବାକୁ ଯୋଜନା କରୁଛି ।

ଛତିଶଗଡ଼ ପୋଲିସ୍‌ ହେଫାଜତରେ ଅନୁପ ସାଏ

ଛତିଶଗଡ଼ ପୋଲିସ୍‌ ହେଫାଜତରେ ଅନୁପ ସାଏ

  • Share this:
News18 Odia Digital

ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବ ବିଧାୟକ ଓ କଂଗ୍ରେସ ଏବଂ ବିଜେଡିର ପୂର୍ବ ନେତା ଅନୁପ ସାଏଙ୍କ ଦ୍ୱାରା ନିଜ ଲିଭ୍‌-ଇନ୍‌ ପ୍ରେମିକା କଳ୍ପନା ଦାସ ଓ ତାଙ୍କ ୧୪-ବର୍ଷର ଝିଅ ବବଲୀଙ୍କ ହତ୍ୟାର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି । ରିମାଣ୍ଡରେ ନେଇ ଅନୁପ ସାଏଙ୍କ କ୍ରାଇମ କନେକ୍ସନର ଖୋଳତାଡ଼ ଚଳାଇଛି ଛତିଶଗଡ଼ ପୋଲିସ ।

ଘଟଣାରେ ବ୍ୟବହୃତ ବୋଲେରୋ ଗାଡ଼ିକୁ ଖୋଜିବାକୁ ଛତିଶଗଡ଼ ପୋଲିସର ଗୋଟିଏ ଟିମ୍‌ ଗୁଜରାଟ ଯାଇଛି । ଅନୁପ ଓ ବବଲୀଙ୍କ ସମ୍ପର୍କର ବି ଚ଼ାଲିଛି ଖୋଳତାଡ଼ । ବହୁ ସ୍ଥାନକୁ ବବଲୀଙ୍କୁ ନେଇ ସେ ତାଙ୍କୁ ନିଜର ଝିଅ ବୋଲି ପରିଚ଼ୟ ଦେଇଥିବାରୁ ଅନୁପଙ୍କ ଡିଏନଏ ଟେଷ୍ଟ କରାଯିବା ନେଇ ଯୋଜନା କରୁଛି ପୋଲିସ । ଏଥି ପାଇଁ ପୋଲିସ କରିଥିବା ଆବେଦନର ଶୁଣାଣି କୋର୍ଟରେ ଆଗାମୀ ତାରିଖରେ ହୋଇପାରେ ।

ଅନୁପଙ୍କୁ ତିନି ଦିନିଆ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଦିନିକିଆ ରିମାଣ୍ଡରେ ନେଇଥିବା ଛତିଶଗଡ଼ ରାଇଗଡ଼ର ପୋଲିସ ଉଭୟଙ୍କୁ ମୁହାଁମୁହିଁ ଜେରା କରିବାକୁ ବି ଯୋଜନା ରଖିଛି । ଅନୁପ ଏବଂ ବର୍ଦ୍ଧନଙ୍କୁ ଜେରା ବେଳେ ତଥ୍ୟରେ ତାଳମେଳ ରହୁନଥିବା କହିଛି ଛତିଶଗଡ ପୋଲିସ । ରିମାଣ୍ଡ ଅବଧି ମଧ୍ୟରେ ତଥ୍ୟ ପ୍ରମାଣ ଯୋଗାଡ଼ ପାଇଁ ଜେରା କରିବା ସହ ନାର୍କୋ ଟେଷ୍ଟ ଓ ଡି.ଏନ୍‌.ଏ. ଟେଷ୍ଟ କରି ଦୁଇ ଅଭିଯୁକ୍ତ ଦେଇଥିବା ବୟାନ ସହ ମେଳ କରିବ ପୋଲିସ । ଏଥିସହ ଉଭୟଙ୍କୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ ଡେମୋ ବି ଦେଖିବ ପୋଲିସ ।

‘‘ୟାଙ୍କୁ (ଅନୁପ ସାଏଙ୍କୁ) ଗିରଫ କରିବା ପଛରେ ଆମ ପାଖରେ ଅନେକ ପ୍ରମାଣ ଥିଲା ଓ ଆହୁରି ପ୍ରମାଣ ମିଳି ଚ଼ାଲିଛି । ତାଙ୍କ ବୟାନ ଓ ତାଙ୍କର ଗିରଫ ହୋଇଥିବା ଡ୍ରାଇଭରର ବୟାନରେ ତାଳମେଳ ରହୁ ନ ଥିବା ଦେଖା ଯାଉଛି । ତେଣୁ ଦୁଇ ଜଣଙ୍କୁ ସାମନା ସାମନି ବସାଇ ପଚ଼ରାଉଚ଼ରା କରାଯିବ । ଆମେ ହତ୍ୟା ସ୍ଥଳକୁ ବି ଯାଇଛୁ ଓ ଘଟଣା କେମିତି ହୋଇଥିବ ଜାଣିବାକୁ ଚ଼େଷ୍ଟା କରିଛୁ । ତା’ଛଡ଼ା ଅନ୍ୟ ଅନେକ ପ୍ରମାଣ ଆମେ ସଂଗ୍ରହ କରିବାରେ ଲାଗିଛୁ,’’ କହିଛନ୍ତି ତଦନ୍ତକୁ ସୁପରଭାଇଜ୍‌ କରୁଥିବା ଛତିଛଗଡ଼ ବିଳାସପୁରର ଆଇଜି ଦୀପାଂଶୁ ବିଜୟକ୍ରାବ ।

ଏହି ଡବଲ୍‌ ମର୍ଡ଼ରରେ ବ୍ୟବହୃତ ସନ୍ଦିଗ୍ଧ ଇନୋଭା ଗାଡ଼ିକୁ ରାଇଗଡ଼ ଜିଲ୍ଲାର ଚ଼କ୍ରଧରନଗର ଥାନା ପରିସରରେ ରଖାଯାଇଛି । ଗାଡ଼ିର ନମ୍ବର ହେଉଛି OD 02V 9744 । ଏହା ଅନୁପ ସାଏଙ୍କ ନାଁରେ ରେଜିଷ୍ଟ୍ରେସନ ହୋଇଛି । ସେହିପରି ବୋଲେରୋକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସୁଥିବା ବେଳେ ହତ୍ୟାର ପୂର୍ବ ଦିନ ମାଆ ଓ ଝିଅ ରହିଥିବା ହୋଟେଲରୁ ବି ସୁରାକ୍ ମିଳିବ ବୋଲି ଆଶା ରଖିଛି ପୋଲିସ ।

ହୋଟେଲ କିଏ ବୁକ୍‌ କରିଥଲେ, ହୋଟେଲରେ ମାଆ-ଝିଅଙ୍କୁ ସାକ୍ଷାତ କରିବାକୁ କିଏ କିଏ ଆସିଥିଲେ ଓ ଗଲା ବେଳେ କିଏ ଓ କେଉଁ ଗାଡ଼ିରେ ନେଇଥିଲା ତା’ର ଖୋଳତାଡ଼ କରୁଛି ପୋଲିସ ।
Published by:Anand Shankar Thankur Das
First published: