୧୭୧ ଖଣ୍ଡ ହୀରା ନେଇ ଖସି ପଳାଉଥିବା ଓଡ଼ିଆ ବ୍ୟକ୍ତିଙ୍କୁ ଛତିଶଗଡ଼ ପୋଲିସ ଗିରଫ କଲା

ଗୋଟିଏ ପୋଲିସ ଟିମ୍ ଛତିଶଗଡ଼-ଓଡିଶା ସୀମାରେ ସେହି ବ୍ୟକ୍ତିଙ୍କୁ ଅଟକାଇ ତାଙ୍କ ନିକଟରୁ ପ୍ରାୟ ୨୫ ଲକ୍ଷ ଟଙ୍କା ମୂଲ୍ୟର ୧୭୧ ଖଣ୍ଡ ହୀରା ଉଦ୍ଧାର କରିଛି । ସେହି ବ୍ୟକ୍ତିଙ୍କ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି ।

୧୭୧ ଖଣ୍ଡ ହୀରା ନେଇ ଖସି ପଳାଉଥିବା ଓଡ଼ିଆ ବ୍ୟକ୍ତିଙ୍କୁ ଛତିଶଗଡ଼ ପୋଲିସ ଗିରଫ କଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 7, 2020, 9:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News19 Odia Digital

ରାୟପୁର: ପ୍ରାୟ ୨୫ ଲକ୍ଷ ଟଙ୍କା ମୂଲ୍ୟର ହୀରା ଚୋରା ଚାଲାଣ ଅଭିଯୋଗରେ ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ଗିରଫ କରାଯାଇଛି । ପୋଲିସ କହିଛି ଯେ ନୂତନ ପଟେଲ ନାମକ ଏହି ୫୫ ବର୍ଷୀୟ ବ୍ୟକ୍ତିଙ୍କ ନିକଟରୁ ପ୍ରାୟ ୧୭୧ ଖଣ୍ଡ ହୀରା ଜବତ କରାଯାଇଛି ।

ଗାରିଆବନ୍ଦ ଜିଲ୍ଲାର ପୋଲିସ ଅଧୀକ୍ଷକ ଭୋଜରାମ ପଟେଲ ପିଟିଆଇକୁ କହିଛନ୍ତି ଯେ ଏକ ଟିପ୍-ଅଫ୍ ଉପରେ କାର୍ଯ୍ୟ କରି ଶନିବାର ସନ୍ଧ୍ୟାରେ ଦେଓବୋଗ୍ ପୋଲିସ୍ ଷ୍ଟେସନ ସୀମା ଅନ୍ତର୍ଗତ କଇତପଦର ଗ୍ରାମ ନିକଟରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

ଜଣେ ବ୍ୟକ୍ତି ଗାରିଆବନ୍ଦର ହୀରା ସମୃଦ୍ଧ ପାୟାଲିଖଣ୍ଡ ଅଞ୍ଚଳରୁ ଓଡ଼ିଶାର ନୁଆପଡ଼ା ଜିଲ୍ଲା ଅଭିମୁଖେ ଯାଉଥିବାର ସୂଚନା ପାଇବା ପରେ କେତେକ ପୋଲିସ ଟିମ୍‌ ସତର୍କତା ଅବଲମ୍ବନ କରି ତାଙ୍କୁ ଗିରଫ କରିବା ପାଇଁ କାର୍ଯ୍ୟ Eରମ୍ଭ କରିଥିଲା ବୋଲି ସେ କହିଛନ୍ତି। ସେହି ବ୍ୟକ୍ତି ଜଣକ ଏକ ମୋଟରସାଇକେଲରେ ଯାଉଥିବାର ଖବର ପୋଲିସ ପାଖରେ ପହଞ୍ଚିଥିଲା ।

ଗୋଟିଏ ପୋଲିସ ଟିମ୍‌ ଛତିଶଗଡ଼-ଓଡିଶା ସୀମାରେ ସେହି ବ୍ୟକ୍ତିଙ୍କୁ ଅଟକାଇ ତାଙ୍କ ନିକଟରୁ ପ୍ରାୟ ୨୫ ଲକ୍ଷ ଟଙ୍କା ମୂଲ୍ୟର ୧୭୧ ଖଣ୍ଡ ହୀରା ଉଦ୍ଧାର କରିଥିଲା ବୋଲି ପଟେଲ କହିଛନ୍ତି । ସେହି ବ୍ୟକ୍ତିଙ୍କ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ନୂତନ ପଟେଲ ନାମକ ଏହି ବ୍ୟକ୍ତି ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ପାୟାଲିଖଣ୍ଡରୁ ବେଆଇନ ଭାବେ ହୀରା ପାଇଥିଲେ ଓ ପଡୋଶୀ ରାଜ୍ୟରେ ଏହାକୁ ବିକ୍ରି କରିବାକୁ ନେଇ ଯାଉଥିଲେ।

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ଅଭିଯୁକ୍ତ ନୂତନ ପଟେଲଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ସେ ଓଡ଼ିଶାର ନୁଆପଡ଼ା ଜିଲ୍ଲାର ମୂଳ ବାସିନ୍ଦା ବୋଲି ପୋଲିସ କହିଛି । ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି ବୋଲି ଏସ୍‌.ପି. କହିଛନ୍ତି ।



ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ପାଞ୍ଚ ମାସ ମଧ୍ୟରେ ଜିଲ୍ଲାର ୧୮୧ ଖଣ୍ଡ ହୀରା ସହିତ ଚାରି ଜଣ ହୀରା ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି ।
Published by: Anand Shankar Thankur Das
First published: September 7, 2020, 9:40 PM IST
corona virus btn
corona virus btn
Loading