ଛତିଶଗଡ଼ର ମିଛ ଧରାପଡ଼ିଲା; ଲକଡାଉନରେ କାରଖାନା ଚାଲୁ ନ ଥିବାରୁ ମହାନଦୀରେ ଅଧିକ ପାଣି ଛାଡ଼ିଲେ

ଲକଡାଉନ ଯୋଗୁଁ କଳ କାରଖାନା ଚାଲୁ ନ ଥିବାରୁ ଛତିଶଗଡ଼ ସରକାର ଅଧିକ ପରିମାଣର ପାଣି ମହାନଦୀର ତଳ ମୁଣ୍ଡକୁ ଛାଡ଼ିଥିବା ଜଣାପଡିଛି । ଏହାକୁ ନେଇ ଓଡ଼ିଶାରେ ପୁଣି ଥରେ ଆରମ୍ଭ ହୋଇଛି ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ।

ଛତିଶଗଡ଼ର ମିଛ ଧରାପଡ଼ିଲା; ଲକଡାଉନରେ କାରଖାନା ଚାଲୁ ନ ଥିବାରୁ ମହାନଦୀରେ ଅଧିକ ପାଣି ଛାଡ଼ିଲେ
ହୀରାକୁଦ ଡ୍ୟାମ୍
  • News18 Odia
  • Last Updated: September 21, 2020, 10:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ମାମଲା ଚାଲିଥିବା ବେଳେ ଛତିଶଗଡ ସରକାରଙ୍କ ଆଉ ଏକ ଚାଲାକି ଧରାପଡ଼ିଛି । ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ବିଭାଗର ମନ୍ତ୍ରୀ ଦେଇଥିବା ଉତ୍ତରରୁ ଏହା ଜଣାପଡ଼ିଛି । ଲକଡାଉନ ଯୋଗୁଁ କାରଖାନା ଚାଲୁ ନ ଥିବାରୁ ଛତିଶଗଡ଼ ସରକାର ଅଧିକ ପରିମାଣର ପାଣି ତଳ ମୁଣ୍ଡକୁ ଛାଡ଼ିଥିବା ଜଣାପଡିଛି । ଏହାକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ।

ରାଜ୍ୟ ସଭାରେ ସାଂସଦ ସୁଜିତ କୁମାର ପଚାରିଥିଲେ ୨୦୧୮ ମାର୍ଚ୍ଚରୁ ୨୦୨୦ ଅଗଷ୍ଟ ମାସ ମଧ୍ୟରେ ହିରାକୁଦ ଜଳଭଣ୍ଡାରକୁ କେତେ ଜଳ ପ୍ରବେଶ କରିଛି । ଉତ୍ତର ରଖି ଜଳଶକ୍ତି ଓ ସାମାଜିକ ନ୍ୟାୟ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ରତନଲାଲ କଟରିଆ ବିସ୍ତୃତ ତଥ୍ୟ ରଖିଥିଲେ । ୨୦୧୮ ମାର୍ଚ୍ଚରେ ୦.୧୦୬ ମିନିୟନ ଏକର ଫିଟ, ୨୦୧୯ ମାର୍ଚ୍ଚରେ ୪୨ ମିଲିୟନ ଏକର ଫିଟ, ୨୦୨୦ ମାର୍ଚ୍ଚରେ ୦.୪୦୪ ଏକର ଫିଟ୍‌ ଜଳ ପ୍ରବେଶ କରିଥିବେ ସେ କହିଥିଲେ । ୨୦୧୯-୨୦୨୦ ବର୍ଷ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ଜଳ ପ୍ରବାହ ବଢ଼ିଛି ବୋଲି ବି ସେ କହିଥିଲେ ।

ତେବେ ନିର୍ଦ୍ଦିଷ୍ଟ ଭାବରେ କାରଣ ଉଲ୍ଲେଖ ନ ଥିଲେ ମଧ୍ୟ ଲକଡାଉନ କାରଣରୁ ଛତିଶଗଡ଼ରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ଠିକରେ ନ ଚାଲିବା ବା ବନ୍ଦ ହେବା ଯୋଗୁଁ ତଳ ମୁଣ୍ଡକୁ ଅଧିକ ଜଳ ପ୍ରବାହ ହୋଇଛି । ୨୦୨୦ ଅଗଷ୍ଟ ମାସର ଜଳ ପ୍ରବାହ ପୂର୍ବ ଦୁଇ ବର୍ଷର ରେକର୍ଡ଼ ଭାଙ୍ଗିଛି । ୨୦୧୮-୧୯ ବର୍ଷ ଅଗଷ୍ଟ ମାସରେ ୬.୮୨୪ ମିଲିୟନ ଏକର ଫିଟ ଜଳ ପ୍ରବାହ ଥିବା ବେଳେ ୨୦୨୦ ଅଗଷ୍ଟରେ ଏହା୧୪.୯୨୧ ମିଲିୟନ ଏକର ଫିଟ ହୋଇଥିଲା ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି


‘‘୨୦୧୮ ଓ ୨୦୧୯ ତୁଳନାରେ ୨୦୨୦ରେ ମାର୍ଚ୍ଚରୁ ଅଗଷ୍ଟ ଯାଏ ପ୍ରତ୍ୟେକ ମାସ ଅଧିକ ପାଣି ଆସିଛି । ତା’ର କାରଣ ହେଉଛି ଶିଳ୍ପାନୁଷ୍ଠାନଗୁଡିକ ବନ୍ଦ ରହିଛି,’’ କହିଛନ୍ତି ସୁଜିତ କୁମାର । ଏହାକୁ ନେଇ କଂଗ୍ରେସ ଓ ବିଜେପି କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ କରିଛନ୍ତି । ଛତିଶଗଡ଼ର ମହାନଦୀ ମିଛ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।

‘‘ବିଜେପି ସରକାର ଥିଲା ବେଳେ ମହାନଦୀ ପାଣି ନେଇ ସଠିକ ତଥ୍ୟ ଦେଇ ନ ଥିଲେ । ଲକଡାଉନ ଛତିଶଗଡ଼ର ମିଛକୁ ପଦାକୁ ଆଣିଲା... ରାଜ୍ୟ ସରକାର ତୁରନ୍ତ ଏହି ତଥ୍ୟକୁ ନେଇ ସୁପ୍ରିମ କୋର୍ଟ ଯାଆନ୍ତୁ...ତଳ ମୁଣ୍ଡରେ ବି ମହାନଦୀ ଓ ଋଷିକୁଲ୍ୟାରେ ବ୍ୟାରେଜ ନିର୍ମାଣ କରନ୍ତୁ,’’ କହିଛନ୍ତି ବାହିନୀପତି ।

ଛତିଶଗଡ଼ ସରକାରଙ୍କ ମହାନଦୀ ମିଛ ପଦାରେ ପଡ଼ିବା ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି: ‘‘ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଡୁପ୍ଲିକେଟ ଭୂମିକା ନିର୍ବାହନ କରିଛନ୍ତି । ଯେତେବବେଳେ ଆରମ୍ଭରୁ ବିବାଦ ଉଠିଥିଲା ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ରମଣ ସିଂ ଆଲୋଚନା ମାଧ୍ୟମରେ ଅଡୁଆ ତୁଟେଇବାକୁ ଚେଷ୍ଟା କରିଥିଲେ । ଯଦି ଆଲୋଚନା ହୋଇଥାନ୍ତା ତେବେ କେଉଁ ସମୟରେ କେତେ ପାଣି ଆସୁଛି ତାହାକୁ ତର୍ଜମା କରିବାର ସୁଯୋଗ ମିଳିଥାନ୍ତା । ହେଲେ ରାଜ୍ୟ ସରକାର ରାଜନୈତିକ ଗେମ୍‌ କରିବା ପାଇଁ ରମଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କଲେ । ଯେଉଁ କଥା ହାତରେ ଛିଣ୍ଡିଥାନ୍ତା ତାକୁ କୁରାଢ଼ିରେ ଛିଣ୍ଡେଇବାକୁ ଚେଷ୍ଟା କଲେ । ତେଣୁ ଆଜି ରାଜ୍ୟ ସରକାରଙ୍କ ଦୁର୍ବଳତା ପଦାରେ ପଡ଼ିଛି ।’’

ଓଡ଼ିଶା ସରକାରଙ୍କ ପାଖରେ ମୌସୁମୀ ଓ ଅଣମୌସୁମୀ ସମୟରେ କେତେ ପାଣି ଆସୁଛି ତା’ର ତଥ୍ୟ ନାହିଁ ବୋଲି ସେ କହିଛନ୍ତି । ‘‘ରାଜ୍ୟରେ ବିଭିନ୍ନ ବ୍ୟାରେଜ ନିର୍ମାଣ ପାଇଁ ସରକାରଙ୍କୁ ଜଳ ବିଶେଷଜ୍ଞମାନେ ମତ ଦେଇଥିଲେ, ହେଲେ ରାଜ୍ୟ ସରକାର ସେ ବାବଦରେ ଚିନ୍ତା ବି କରି ନ ଥିଲେ,’’ କହିଛନ୍ତି ହରିଚନ୍ଦନ ।

ମହାନଦୀ ବଞ୍ଚାଅ ଆନ୍ଦୋଳନର ଉପଦେଷ୍ଠା ଇଂଜିନିଅର୍‌ ଲଳିତ ପଟ୍ଟନାୟକ କହିଛନ୍ତି, ‘‘ବେଶୀ ପାଣି ଆସିଛି...ତେବେ ୧୯୮୨ରୁ ୨୦୦୬ ପର୍ଯ୍ୟନ୍ତ ୭୫% ଡିପେଣ୍ଡେବଲ ଫ୍ଲୋ’ରେ ୧.୯୮୦ MAF ପାଣି ଆସୁଥିଲା ଅଣମୌସୁମୀ ସମୟରେ । ହେଲେ ଅଣମୌସୁମୀ ସମୟରେ ଓଡିଶାକୁ ୧.୭୪ MAF ପାଣି ଦେଲେ ହୀରାକୁଦର ଜଳ ପରିଚାଳନା ଠିକ୍ ଭାବରେ ହୋଇପାରିବ । ଅନ୍ୟ ପଟେ ୨୦୧୮-୧୯ରେ ବହୁତ କମ ପାଣି ଆସିଥିବା ବେଳେ ୨୦୨୦ରେ ଯଥେଷ୍ଟ ଅଧିକ ପାଣି ଆସିଲା । ଏହାର କାରଣ ଛତିଶଗଡ଼ କମ୍‌ ପାଣି ବ୍ୟବହାର କରିଛି । ସେଥି ପାଇଁ ପାଣି ଠିକ୍ ପରିମାଣରେ ଆସିଛି । ଏଥିରୁ ପ୍ରମାଣିତ ହୋଇଛି ଯେ ଆମେ ଠିକ୍ କହୁଥିଲୁ ।’’

ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେ; କଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

‘‘ବର୍ତ୍ତମାନ ଟ୍ରାଇବ୍ୟୁନାଲ ଜାଣିଯିବା ଦରକାର ଯେ ୨୦୧୮ରେ କେତେ ପାଣି ଆସୁଥିଲା ଓ ୨୦୨୦ରେ କେତେ ଆସିଲା । ତା’ ପୂର୍ବରୁ ବି କେତେ ଆସୁଥିଲା ସେ ତଥ୍ୟ ସିଡବ୍ଲ୍ୟୁସି ପାଖରେ ଅଛି । ରାଜ୍ୟ ସରକାର ମଧ୍ୟ ଟ୍ରାଇବ୍ୟୁନାଲ ନିକଟରେ ସଠିକ ତଥ୍ୟ ରଖିବା ଦରକାର । ତା’ ଛଡ଼ା ଓଡ଼ିଶା ସରକାରଙ୍କର ମଧ୍ୟ ଭୁଲ ରହୁଛି । ତେଲ ନଦୀ ମହାନଦୀର ଏକ ବଡ଼ ଉପନଦୀ, ହେଲେ ସେଥିରେ ଗୋଟିଏ ହେଲେ ବ୍ୟାରେଜ ନାହିଁ । ତେଣୁ ରାଜ୍ୟ ସରକାର ମଧ୍ୟ ଯଥେଷ୍ଟ ବ୍ୟାରେଜ ନିର୍ମାଣ କରିବାର ଆବଶ୍ୟକତା ରହିଛି । ପୂର୍ବରୁ ଓଡ଼ିଶା ସରକାର ମଧ୍ୟ କହିଥିଲେ ସାତଟି ବ୍ୟାରେଜ ଓ ୨୪ଟି ଆନିକଟ କରିବୁ, କିନ୍ତୁ ଏବେ ସୁଦ୍ଧା କିଛି ହେଲାନାହିଁ,’’ କହିଛନ୍ତି ଲଳିତ ପଟ୍ଟନାୟକ ।



ଏନଜିଟିରେ ପୋଲାଭରମ ମାମଲାରେ ଚୁଡାନ୍ତ ନିଷ୍ପତ୍ତି ହୋଇଛି । ବିଶେଷଜ୍ଞଙ୍କ କମିଟି ଦେଇଥିବା ରିପୋର୍ଟକୁ ଏନଜିଟି ଗ୍ରହଣ କରିଛନ୍ତି  । ଏହି ପ୍ରକଳ୍ପ  ସମ୍ପର୍କରେ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପାଇଁ ଆନ୍ଧ୍ର ପ୍ରଦେଶ ଓ ପୋଲାଭୋରମ ପ୍ରକଳ୍ପକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି  ।
Published by: Anand Shankar Thankur Das
First published: September 21, 2020, 10:12 PM IST
corona virus btn
corona virus btn
Loading