ଏପ୍ରିଲ୍‌ ୧ରୁ ଏହି ସବୁ ବ୍ୟାଙ୍କ୍‌ର ଚେକ୍ ବୁକ୍ ଓ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍

ଏହି ସବୁ ବ୍ୟାଙ୍କର ଗ୍ରାହକମାନେ ଜାଣିରଖିବା ଉଚିତ ଯେ ସେମାନଙ୍କର ଆକାଉଣ୍ଟ ନମ୍ବର, IFSC, MICR କୋଡ୍, ଶାଖା ଠିକଣା, ଚେକ୍ ବୁକ୍ ଓ ପାସବୁକରେ ପରିବର୍ତ୍ତନ ହୋଇଛି । ହେଲେ ଦୁଇଟି ବ୍ୟାଙ୍କର ଚେକ୍ ବୁକ୍ ଓ ପାସବୁକ୍ ଜୁନ୍ ୩୦, ୨୦୨୧ ଯାଏଁ ବୈଧ ରହିବ ।

ଏପ୍ରିଲ୍‌ ୧ରୁ ଏହି ସବୁ ବ୍ୟାଙ୍କ୍‌ର ଚେକ୍ ବୁକ୍ ଓ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍
(ପ୍ରତୀକାତ୍ମକ ଛବି) (ଗେଟୀ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେନା ବ୍ୟାଙ୍କ, ବିଜୟା ବ୍ୟାଙ୍କ, କର୍ପୋରେସନ୍ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ, ୟୁନାଇଟେଡ୍ ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ ଏପ୍ରିଲ ୧, ୨୦୧୯ ଓ ଏପ୍ରିଲ ୧, ୨୦୨୦ରେ ଲାଗୁ ହେଲା । ହେଲେ ଏବେ ଏହି ବ୍ୟାଙ୍କଗୁଡିକର ଗ୍ରାହକ, ଅର୍ଥାତ୍‌ ଆକାଉଣ୍ଟଧାରୀମାନେ, ଧ୍ୟାନ ଦେବା ଆବଶ୍ୟକ ଯେ ଏହି ବ୍ୟାଙ୍କଗୁଡିକର ଚେକ୍ ବୁକ୍ ଓ ପାସବୁକ୍ ଏପ୍ରିଲ୍ ୧, ୨୦୨୧ ଠାରୁ ଅବୈଧ ହୋଇଯାଇଛି ।

ବ୍ୟାଙ୍କ ମିଶ୍ରଣ (banking consolidation) ବିଷୟରେ ଆପଣଙ୍କୁ ଜାଣିବା ଦରକାର ଯେ ଦେନା ଓ ବିଜୟା ବ୍ୟାଙ୍କର ବ୍ୟାଙ୍କ ଅଫ୍ ବରୋଦା ସହିତ ମିଶ୍ରଣ ଏପ୍ରିଲ୍ ୧, ୨୦୧୯ଠାରୁ ହୋଇସାରିଛି । ଠିକ୍‌ ସେମିତି ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ (ଓବିସି) ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପି.ଏନ୍‌.ବି.) ସହିତ ମିଶ୍ରଣ କରାଯାଇଛି । ସିଣ୍ଡିକେଟ୍ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହିତ, ଏବଂ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ୍ ବ୍ୟାଙ୍କକୁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ, ଏବଂ ଆହ୍ଲାବାଦ ବ୍ୟାଙ୍କକୁ ଇଣ୍ଡିଆନ୍ ବ୍ୟାଙ୍କ ସହିତ ମିଶ୍ରଣ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେମୋ ବସ୍‌’ କଣ୍ଡକ୍ଟର୍ଯାତ୍ରୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍

ନିଜ ଗ୍ରାହକମାନଙ୍କୁ ସତର୍କ କରାଇ ପି.ଏନ୍‌.ବି. ଓ ବ୍ୟାଙ୍କ ଅଫ୍ ବରୋଦା ପୂର୍ବରୁ ସୂଚନା ଦେଇଛନ୍ତି ଯେ ଓବିସି, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ଚେକ୍ ବୁକ୍ ଏପ୍ରିଲ୍ ୧ ତାରିଖରୁ ବନ୍ଦ ହୋଇଯାଇଛି ।ଏହି ବ୍ୟାଙ୍କଗୁଡ଼ିକର ଚେକ୍‌ ବୁକ୍‌ କେବଳ ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ ବୈଧ ରହିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ମୟୂରଭଞ୍ଜ: ହେଲ୍ମେଟ୍ ପାଇଁ ଗର୍ଭବତୀଙ୍କୁ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍ପେଣ୍ଡ୍ ହେଲେ

ଠିକ୍‌ ସେମିତି ଅନ୍ୟ ମିଶ୍ରିତ ବ୍ୟାଙ୍କଗୁଡ଼ିକର ଆକାଉଣ୍ଟଧାରୀମାନେ ମଧ୍ୟ ସେମାନଙ୍କର ବର୍ତ୍ତମାନର ଚେକ୍ ବୁକ୍ ଓ ପାସବୁକ୍ କେବଳ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୈଧ ଥିଲା ।

ଏହା ବି ପଢ଼ନ୍ତୁ | ବିଧାନ ସଭା ଭିତରେ MLA ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କଲେ; କହିଲେ, ‘‘ସରକାର ଶୁଣୁନାହାନ୍ତି’’

ଏହି ସବୁ ବ୍ୟାଙ୍କଗୁଡି଼କର ଗ୍ରାହକମାନେ ଏହା ବି ଜାଣିରଖିବା ଉଚିତ ଯେ ସେମାନଙ୍କର ଆକାଉଣ୍ଟ ନମ୍ବର, IFSC, MICR କୋଡ୍, ଶାଖା ଠିକଣା, ଚେକ୍ ବୁକ୍ ଓ ପାସବୁକରେ ପରିବର୍ତ୍ତନ ହୋଇଛି ।ହେଲେ ସିଣ୍ଡିକେଟ୍ ବ୍ୟାଙ୍କ ଓ କାନାରା ବ୍ୟାଙ୍କର ବର୍ତ୍ତମାନର ଚେକ୍ ବୁକ୍ ଓ ପାସବୁକ୍ ଜୁନ୍ ୩୦, ୨୦୨୧ ପର୍ଯ୍ୟନ୍ତ ବୈଧ ରହିବ ।



SMS କିମ୍ବା ଇମେଲ୍‌ ମାଧ୍ୟମରେ ସବୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବାକୁ ହେଲେ ଏହି ବ୍ୟାଙ୍କଗୁଡିକର ଗ୍ରାହକମାନଙ୍କୁ ନିଜ ମୋବାଇଲ୍ ନମ୍ବର, ଠିକଣା ଓନୋମିନି ଇତ୍ୟାଦି ବିବରଣୀ ଅପଡେଟ୍ କରିବାକୁ ପଡି଼ବ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଭଦ୍ରକର ରୋନିତ ରଞ୍ଜନ ନାୟକ NDA ପ୍ରବେଶିକା ପରୀକ୍ଷାରେ ଦେଶରେ ପ୍ରଥମ ସ୍ଥାନ ହାସଲ କଲେ

ନୂଆ ଚେକ୍ ବୁକ୍ ଓ ପାସବୁକ୍ ପାଇବା ପରେ ବ୍ୟାଙ୍କ ଆକାଉଣ୍ଟଧାରୀମାନଙ୍କୁ ମ୍ୟୁଚୁଆଲ୍ ଫଣ୍ଡ, ଟ୍ରେଡିଂ ଆକାଉଣ୍ଟ, ଜୀବନ ବୀମା ପଲିସି, ଆୟକର ଆକାଉଣ୍ଟ, ଏଫଡି / ଆରଡି, ପିଏଫ ଆକାଉଣ୍ଟ ଓ ଅନ୍ୟାନ୍ୟ ବିଭିନ୍ନ ଆର୍ଥିକ ଉପକରଣରେ ସେମାନଙ୍କର ନୂଆ ବ୍ୟାଙ୍କିଙ୍ଗ ବିବରଣୀ ଅପଡେଟ୍ କରିବାକୁ ପଡି଼ବ ।



ଏହି ସବୁ ବ୍ୟାଙ୍କର ଗ୍ରାହକମାନେ ସେହି ଅନୁସାରେ ଅନ୍ୟାନ୍ୟ ସ୍ଥାନରେ କୌଣସି ପ୍ରକାରର ଅସୁବିଧାକୁ ଏଡ଼ାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ମଧ୍ୟ ଅପଡେଟ୍ କରିନେବା ଆବଶ୍ୟକ ।
Published by: Anand ST Das
First published: March 15, 2021, 3:49 PM IST