ଓଡ଼ିଶା ଆସିବେ ଚିତା ବାଘ; ବଦଳରେ ନନ୍ଦନକାନନରୁ ଦୁବାଇ ଯିବେ ଏହି ପଶୁ

ଖାଲି ଚିତା ନୁହେଁ ୩ ଧଳା ସିଂହ ସହ ଦୁଇ ସିମ୍ପାଞ୍ଜୀ ଅଣାଯିବ। ବଦଳରେ ନନ୍ଦନକାନନରୁ ହିପୋ ସାଙ୍ଗକୁ କୃଷ୍ନସାର ଓ ମଣିପୁରୀ ମୃଗ ଯିବ ଦୁବାଇ।

ଓଡ଼ିଶା ଆସିବେ ଚିତା ବାଘ (ପ୍ରତୀକାତ୍ମକ ଛବି)

ଓଡ଼ିଶା ଆସିବେ ଚିତା ବାଘ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ନନ୍ଦନକାନନ ଆସିବ ଚିତା ବାଘ। ଦୁବାଇରୁ ଆସିବ ଦୁଇ ଆଫ୍ରିକୀୟ ଚିତା। ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ଚିତା ଆଣିବା ପ୍ରକ୍ରିୟା। ୭୦ ବର୍ଷ ପରେ ଦେଶକୁ ଚିତା ଅଣାଯିବା ପରେ ଏବେ ଚିତା ବାଘ ପ୍ରତି ଲୋକଙ୍କ ଆଗ୍ରହ ବଢିଛି। ଏଣୁ ଆସନ୍ତା ୬ ମାସ ମଧ୍ୟରେ ଚିତା ଆଣିବାକୁ ଯୋଜନା କରୁଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ନନ୍ଦନକାନନର ଜଳବାୟୁରେ ଚିତା ରହିପାରିବ। ହେଲେ ଯଦି ଵଂଶ ବୃଦ୍ଧି ନ ହୁଏ ତେବେ ଚିତା ଆଣିବା ବିଫଳ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ଏଣୁ ଦୁବାଇ ସଫାରିରୁ ଏକ୍ସପର୍ଟ ମାନେ ସବୁ ବୁଝି ଚିତା ଆଣିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।

୭୦ ବର୍ଷ ପରେ ଦେଶକୁ ଫେରିଲା ଚିତା। ଏହା ପରେ ଲୋକଙ୍କ ମଧ୍ୟରେ ଚିତାକୁ ନେଇ ବଢିଛି ଉତ୍କଣ୍ଠା। ଏବେ ନନ୍ଦନକାନନକୁ ଆସିବ ଚିତା ବାଘ। ଦୁବାଇ ସଫାରି ପାର୍କରୁ ଦୁଇଟି ଚିତା ବାଘ ଅଣାଯିବ। ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ଚିତା ଆଣିବାକୁ ରହିଛି ଯୋଜନା। ପୂର୍ବରୁ ନନ୍ଦନକାନନରେ କେବେ ଚିତା ବାଘ ନଥିଲା। ହେଲେ ଚିତା ବାଘ ଆସିଲେ ଲୋକଙ୍କର ନନ୍ଦନକାନନ ପ୍ରତି ଆଗ୍ରହ ବଢିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଦୁବାଇରୁ ଚିତା ବାଘ ଆସିଲେ କିଭଳି ରହିବ, କେତେ ଖର୍ଚ୍ଚ ହେବ ଓ ଟ୍ରାନ୍ସପୋର୍ଟ ଚାର୍ଜକୁ ନେଇ ଆଲୋଚନା ହୋଇଛି। ପ୍ରସ୍ତାବ ପରେ ସେଣ୍ଟ୍ରାଲ ଜୁ ଅଥରୀଟି ଓ ଫରେନ ଜୁ ଅଥରିଟି ମଞ୍ଜୁରୀ ପରେ ଆସିବେ ଦୁଇ ଚିତା। ପ୍ରାୟ ୬ ମାସ ଭିତରେ ଚିତା ବାଘ ଆସିବା ନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଚିତା ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ଏନକ୍ଲୋଜର ବା ଖୁଆଡ଼ ରହିବ। ତାପମାତ୍ରା କିଭଳି ରହିବା ଦରକାର, ଖାଦ୍ୟ କେତେ ଓ କିଭଳି ରହିବ ସେଥିପ୍ରତି ମଧ୍ୟ ଖାସ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଯଦିଓ ନନ୍ଦନକାନନ ଭିତରେ ସେହିଭଳି ପରିବେଶ ସୃଷ୍ଟି କରିହେବ କିନ୍ତୁ ଚିତା ବାଘ ପାଇଁ ହଜାରେ ବର୍ଗ କିଲୋମିଟର ଜଙ୍ଗଲ ମଧ୍ୟ କମ ପଡେ। ସବୁଠାରୁ ଅଧିକ ଶକ୍ତିଶାଳୀ ଓ ତୀବ୍ର ଗତିରେ ଦୌଡ଼ି ପାରୁଥିବା ଜୀବକୁ ଏନକ୍ଲୋଜରରେ ରଖିବା କଷ୍ଟକର ହୋଇପାରେ। ଏହା ସହ ପ୍ରଶସ୍ତ ଚାରଣ ଭୂଇଁ ଦରକାର। ଆଫ୍ରିକା ଭଳି ସଫାରିରେ ୫ହଜାର ବର୍ଗ କିଲୋମିଟର ଜଙ୍ଗଲରେ ଦୌଡୁଥିବା ଚିତା ଏଠି କିଭଳି ରହିବ ତାହା ବଡ଼ କଥା।

ନନ୍ଦନକାନନକୁ ଯେ କେବଳ ଚିତା ବାଘ ଆସିବ ତା ନୁହେଁ ଦୁବାଇ ସଫାରିରୁ ଏକା ସହ ଦୁଇ ଚିତା, ୩ ଧଳା ସିଂହ ଓ ଦୁଇ ସିପାଞ୍ଜି ଆସିବ। ବଦଳରେ ନନ୍ଦନକାନନରୁ ଯିବ ହିପୋପୋଟାମସ, ମଣିପୁରୀ ମୃଗ ଓ କୃଷ୍ନସାର। ତେବେ ଚିତା କେବେ ଆସୁଛି ତାକୁ ହିଁ ଅପେକ୍ଷା।
Published by:Soumya Das
First published: