ମଧ୍ୟପ୍ରଦେଶ ପରେ ଓଡ଼ିଶାର ନନ୍ଦନକାନନକୁ ଆସିବ ଚିତା

ଦୁବାଇ ସଫାରି ପାର୍କରୁ ଗୋଟିଏ ଲେଖାଏଁ ଅଣ୍ଡିରା ଓ ମାଈ ଚିତାକୁ ଓଡ଼ିଶା ଅଣାଯିବ। ଏଥିସହ ୫ଟି ଧଳା ସିଂହ ମଧ୍ୟ ଆଣିବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃକକ୍ଷ ନିଷ୍ପତ୍ତି ନେଇଛନ୍ତି।

ନନ୍ଦନକାନନକୁ ଆସିବ ଚିତା

ନନ୍ଦନକାନନକୁ ଆସିବ ଚିତା

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର: ଦୁବାଇ ସଫାରି ପାର୍କରୁ ଗୋଟିଏ ଲେଖାଏଁ ଅଣ୍ଡିରା ଓ ମାଈ ଚିତା ଓଡ଼ିଶାକୁ ଅଣାଯିବ। ଏଥିସହ ୫ଟି ଧଳା ସିଂହ ମଧ୍ୟ ଆଣିବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃକକ୍ଷ ନିଷ୍ପତ୍ତି ନେଇଛନ୍ତି। ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଅନୁଯାୟୀ ଚିଡ଼ିଆଖାନା ପ୍ରାଣୀ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଦୁବାଇ ସଫାରି ପାର୍କ ସହ ଏକ ରାଜିନାମା ସ୍ୱାକ୍ଷରିତ ହେବ।

୨୦୧୯-୨୦ରେ ମଧ୍ୟ ନନ୍ଦନକାନନ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ। ମାତ୍ର ସଫଳତା ମିଳି ପାରି ନଥିଲା। ସେତେବେଳେ ଦୁଇଟି ଆଫ୍ରିକୀୟ ଚିତା, କଙ୍ଗାରୁ ଓ ୫ଟି ଜେବ୍ରା ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହମତି ମିଳିଥିଲା। ଏବେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ୮ଟି ଚିତା ଆସିବା ପରେ ବିଶ୍ବର ଦ୍ରୁତତମ ସ୍ତନ୍ୟପାୟୀ ପ୍ରାଣୀକୁ ନନ୍ଦନକାନନକୁ ଆଣିବା ଯୋଜନା ପୁନର୍ଜୀବିତ ହୋଇଛି। ବନ ବିଭାଗ ଅଧିକାରୀମାନେ ମଧ୍ୟ ଘନଘନ ବୈଠକ କରି ଏହା ଉପରେ ଆଲୋନା ଜାରି ରଖିଛନ୍ତି।
Published by:Soumyashree Mishra
First published: