ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ
News18 Odia Digital
ଭୁବନେଶ୍ବର: ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି। ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩.୬୩ ଟଙ୍କା ଥିବାବେଳେ ଡିଜେଲ ହାର ଆଜି ଲିଟର ପିଛା ୯୫.୧୮ ଟଙ୍କା ରେକର୍ଡ କରାଯାଇଛି।
ଏହାପୂର୍ବରୁ ଗୁରୁବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୩.୦୪ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୪.୬୧ ଟଙ୍କା ରେକର୍ଡ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ରୂପା ସହର କଟକରେ ପେଟ୍ରୋଲ ଓ ଡିଜେଲ ହାର ହ୍ରାସ ପାଇଛି। ପେଟ୍ରୋଲ ମୂଲ୍ୟ ଲିଚର ପିଛା ୧୦୩.୩୭ ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ ୯୪.୯୩ ଟଙ୍କା ରେକର୍ଡ କରାଯାଇଛି। ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ହାର ଲିଟର ପିଛା ୧୦୯.୨୦ ରେକର୍ଡ ହୋଇଥିବାବେଳେ ଡିଜେଲ ହାର ଲିଟର ପିଛା ୧୦୦.୫୬ ଟଙ୍କା ରହିଛି।
ଏହି ସମୟରେ ଚେନ୍ନାଇ, କୋଲକାତା ଓ ମୁମ୍ବାଇ ଭଳି ଭାରତର ପ୍ରମୁଖ ସହରରେ ପେଟ୍ରୋଲ ଦର ଯଥାକ୍ରମେ ୧୦୨.୬୩, ୧୦୬.୦୩ ଓ ୧୧୧.୩୫ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୯୪.୩୩ ଟଙ୍କା, କୋଲକାତାରେ ୯୨.୭୬ ଟଙ୍କା ଓ ମୁମ୍ବାଇରେ ଏହି ହାର ୯୭.୨୮ ଟଙ୍କା ରେକର୍ଡ କରାଯାଇଛି।
ସେହିଭଳି ଦିଲ୍ଲୀରେ ପେଟ୍ରୋଲ ହାର ଲିଟର ପିଛା ୯୬.୭୨ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୮୯.୬୨ ଟଙ୍କା ରେକର୍ଡ କରାଯାଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।