News18 Odia Digital
ଭୁବନେଶ୍ବର: ଆଜିର ଭାରତରେ ସୁନା ମୂଲ୍ୟରେ ୨୫୦ ଟଙ୍କା ହ୍ରାସ ପାଇଛି। ଗୁରୁବାର ସୁଦ୍ଧା ଭାରତରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ୫୦,୧୬୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୬,୮୬୦ ଟଙ୍କା ରହିଛି।
ଗତକାଲି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୦,୯୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମର ମୂଲ୍ୟ ୪୬,୬୪୦ ଟଙ୍କା ଥିଲା।
ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ଅସ୍ଥିରତା ଦେଖିବାକୁ ମିଳିଛି। ଚେନ୍ନାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମର ସୁନା ମୂଲ୍ୟ ୫୨,୨୮୫ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୯୨୭ ଟଙ୍କା।
ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ହାର ୫୨,୮୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୫୦୦ ଟଙ୍କା ଅଛି।
କୋଲକାତାରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ହାର ୫୨,୮୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୫୦୦ ଟଙ୍କା ଅଛି। ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମର ମୂଲ୍ୟ ୫୧,୭୬୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୪୫୦ ଟଙ୍କା ଅଛି।
ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୧,୮୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୫୦୦ ଟଙ୍କା ରହିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଓ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୨୧୦ ଟଙ୍କା ହ୍ରାସ ପାଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।