ଗୃହରେ ଚିଟଫଣ୍ଡ ତାତି; ମୁଲତବୀ ପ୍ରସ୍ତାବ ଗ୍ରହଣ ନ ହେବାରୁ ତାତିଲେ ବିରୋଧୀ

ଚିଟଫଣ୍ଡ ସମ୍ପର୍କୀତ ଆଲୋଚନା ପାଇ ବିଜେପି ମୁଲତବୀ ପ୍ରସ୍ତାବ ଦେଇଥିବା ଗ୍ରହଣ ହୋଇନଥିବା ଅଭିଯୋଗ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ । ସେପଟେ କଂଗ୍ରେସ ତରଫରୁ ଚାଷୀ ଆତ୍ମହତ୍ୟା, ମରୁଡି ସମସ୍ୟା, ବିମା ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି ରହିଥିଲା।

ଗୃହରେ ଚିଟଫଣ୍ଡ ତାତି; ମୁଲତବୀ ପ୍ରସ୍ତାବ ଗ୍ରହଣ ନ ହେବାରୁ ତାତିଲେ ବିରୋଧୀ

ଗୃହରେ ଚିଟଫଣ୍ଡ ତାତି; ମୁଲତବୀ ପ୍ରସ୍ତାବ ଗ୍ରହଣ ନ ହେବାରୁ ତାତିଲେ ବିରୋଧୀ

  • News18 Odia
  • Last Updated :
  • Odisha (Orissa)
  • Share this:
News 18 Odia Digital

ଭୁବନେଶ୍ୱର; ବିଧାନସଭାରେ ଗୃହରେ ଚିଟଫଣ୍ଡ ତାତି । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋ ହାଲ୍ଲା ନାରାବାଜି । ଏକାଠି ହୋଇ ପ୍ରତିବାଦ କରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଚିଟଫଣ୍ଡ ସମ୍ପର୍କୀତ ଆଲୋଚନା ପାଇ ବିଜେପି ମୁଲତବୀ ପ୍ରସ୍ତାବ ଦେଇଥିବା ଗ୍ରହଣ ହୋଇନଥିବା ଅଭିଯୋଗ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ । ସେପଟେ କଂଗ୍ରେସ ତରଫରୁ ଚାଷୀ ଆତ୍ମହତ୍ୟା, ମରୁଡି ସମସ୍ୟା, ବିମା ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି ରହିଥିଲା । ସବୁ ଆଲୋଚନା ବାତିଲ କରି କେବଳ ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲା ରାଜ୍ୟ କଂଗ୍ରେସ । ଭିନ୍ନ ଭିନ୍ନ ଦାବିରେ ପୋଡ଼ିଆମ ନିକଟରେ ହୋ ହାଲ୍ଲା ଓ ନାରାବାଜି କରିଥିଲେ ବିରୋଧୀ । ଗୃହ ସ୍ଵାଭାବିକ ନ ହେବାରୁ ସାଢେ଼ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଥିଲେ ବାଚସ୍ପତି ।

ବିଜେଡି କହିଛି ପ୍ରଶ୍ନକାଳରେ ଆଲୋଚନା ପାଇଁ ଅନେକ ପ୍ରସଙ୍ଗ ରହିଛି । ଗୃହ ଚାଲୁ ତାହା ବିରୋଧୀ ଚାହୁଁନାହାନ୍ତି । ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଗୃହ ଅଚଳ କରୁଛନ୍ତି । ସେହିପରି ଶୂନ୍ୟକାଳ ଆରମ୍ଭରୁ ପୁନର୍ବାର ହୋ ହାଲ୍ଲା କରିଥିଲେ ବିଜେପି ସଦସ୍ୟ । ପୋଡିଅମ୍ ନିକଟରେ ପ୍ରତିବାଦ କରିଥିଲେ । ଚିଟଫଣ୍ଡ ପ୍ରସଙ୍ଗରେ ଆଲୋଚନା ପାଇଁ ଅଡି ବସିଥିଲେ । ଗୃହ କାର୍ଯ୍ୟ ସ୍ଵାଭାବିକ ପାଇଁ ବାଚସ୍ପତି କହିଥିଲେ ମଧ୍ୟ ଶୁଣିନଥିଲେ ବିଜେପି ସଦସ୍ୟ । ଚିଟଫଣ୍ଡ ପ୍ରସଙ୍ଗରେ ବିଜେପିର ମୁଲତବୀ ପ୍ରସ୍ତାଵ ଗ୍ରହଣ ନ ହେବା ପ୍ରସଙ୍ଗରେ ବାଚସ୍ପତି କହିଛନ୍ତି ଚିଟଫଣ୍ଡ ପ୍ରସଙ୍ଗ ବିଚାରାଧୀନ ରହିଛି । କମିଶନ ତଦନ୍ତ କରୁଛନ୍ତି ।  ଚିଟଫଣ୍ଡ ପ୍ରସଙ୍ଗ ବର୍ତ୍ତମାନ କରେଣ୍ଟ ଟପିକ ନୁହେଁ । ନିୟମ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ମୁଲତବୀ ଆଲୋଚନା ହୋଇ ପାରିବ ନାହିଁ । ଗୃହର ସୁପରିଚାଳନା ପାଇଁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଗୃହ ୨୦  ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ଗୃହ ବାହାରେ ବି ମୁହାଁ ମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ବିଭିନ୍ନ  ରାଜ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସକ୍ରିୟ ହୋଇଥିବା ବେଳେ ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ବି ଇଡି ଆକ୍ସନ ଆରମ୍ଭ କରିଛି । ଦୁଇ ଦିନ ତଳେ  ଓଡ଼ିଶାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳଙ୍କ ସମ୍ପତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡିର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୈତିକ ବୟାନ ବାଜି ଜୋର ଧରିଛି । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେଉଁମାନେ କ୍ଷମତା ଲୋଭୀ ସେମାନେ ଏଭଳି କାମ କରନ୍ତି । ଏହା ସହ ଆକ୍ରୋଶମୂଳକ ରାଜନୀତି କରି ସବୁଦିନେ କ୍ଷମତା ରେ ରହିବାକୁ ଚାହିଁଲେ ତାହା ସବୁଦିନେ ରୁହେ ନାହିଁ ବୋଲି କହି ତେର୍ଚ୍ଛା ବାଣ ମାରିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ନିର୍ବାଚନ ପାଖେଇଲେ ଇଡି ବାହାରେ । ବିଭିନ୍ନ ରାଜ୍ୟରେ ଏବେ ଇଡି ବାହାରିଲାଣି ।  ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ କିନ୍ତୁ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଠିକ୍ ନୁହେଁ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି  ପଶ୍ଚିମବଙ୍ଗର ଉଦାହରଣ ଦେଇ ଇଡି ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
Published by:Soubhagya Mishra
First published: