News18 Odia Digital
ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା ( Akhyaya Tritiya ) । ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ନିର୍ମାଣର ( Rath yatra ) ଅନୁକୁଳ ପର୍ବ । ବିଧି ମୁତାବକ ଶ୍ରୀନଅର ରଥଖଳାରେ ତିନୋଟି ଧଉରା କାଠକୁ ପୂର୍ବରୁ ଶୋସ୍ତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜାର୍ଚ୍ଚନା କରାଗଲା । ମହାପ୍ରଭୁଙ୍କର ରଥ ନିର୍ମାଣ ( Rath yatra 2023 )ପାଇଁ ଆଜ୍ଞାମାଳ ଏକ ବିରାଟ ପଟୁଆରରେ ବିଜେ କରାଯାଇଥିଲା ।
ପୂଜାପଣ୍ଡା ସାମନ୍ତ ମହାପ୍ରଭୂଙ୍କ ତିନୋଟି ଆଜ୍ଞାମାଳ ଆଣି ତିନିଟି ଧଉରା କାଠ ଉପରେ ରଖିଲେ । ସେପଟେ ଚନ୍ଦନ ଠାକୁରମାନେ ବାହାର ଚନ୍ଦନଯାତ୍ରା ପାଇଁ ବିମାନ ବିଜେ କରି ବଡଦାଣ୍ଡକୁ ଆସିଛନ୍ତି । ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୂଳ ପରେ ରଥ ନିର୍ମାଣର ବିଧି ଆରମ୍ଭ ହୋଇଛି । ଆଜିଠାରୁ ରଥଖଳା ମଧ୍ୟ ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଉଠିଛି।
ସେହି ସମୟରେ ପାଟ୍ଟଯୋଶୀ ମହାପାତ୍ର ତିନି ବାଡର ବିଶ୍ୱକର୍ମା ମହାରଣା , ରୁପକାର ସେବକ ,ଦରଜି ସେବକ , କମାର ସେବକ ଆଦିଙ୍କୁ ଶାଢି ବାନ୍ଧିଥିଲେ । ସେହିପରି ଶ୍ରୀଜିଉ ମଧ୍ୟ ଆଜିର ଦିନରେ ନରେନ୍ଦ୍ର ପୁଷ୍କରିଣୀକୁ ଆସିଥାନ୍ତି ଚାପ ଖେଳିବା ପାଇଁ । ମଣି ବିମାନରେ ମଦନମୋହନ, ଭୁଦେବା, ଶ୍ରୀଦେବୀ ଓ ପାଲିଙ୍କିରେ ରାମକୃଷ୍ଣଙ୍କ ସହ ଶ୍ରୀକ୍ଷେତ୍ରର ପଂଚମହାଦେବ । ସେଥିପାଇଁ ନରେନ୍ଦ୍ର ପୁଷ୍କରିଣୀର ଚନ୍ଦନ ଚକଡା , ମନ୍ଦିରକୁ ଅତି ସୁନ୍ଦର ଭାବରେ ଆଲୋକମାଳାରେ ସଜ୍ଜିତ କରାଯାଇଛି ।
ପଢନ୍ତଉ ଏହି ଖବର :
Senior Citizens : ବରିଷ୍ଠ ନାଗରିଙ୍କ ପାଇଁ ଖୁସି ଖବର...ପ୍ରତିମାସରେ ସ୍ବାମୀ ଓ ସ୍ତ୍ରୀ ପାଇବେ ୪୧ ହଜାର !ତେବେ ଶ୍ରୀକ୍ଷେତ୍ରରେ ( Puri ) ଏହି ବିଶେଷ ପର୍ବପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଭଗବାନଙ୍କ ଦର୍ଶନ ପାଇଁ ବେଶ ଲୋକାରଣ୍ୟ ହୋଇଛି ବଡ଼ ଦାଣ୍ଡ । ଆଜିଠାରୁ ୨୧ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ। । ସେପଟେ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ପଢନ୍ତୁ ଏହି ଖବର :
Edible Oil Price: ଆଶ୍ବସ୍ତି ! ଶସ୍ତା ହେଲା ଖାଇବା ତେଲ; ଜାଣନ୍ତୁ କେଉଁ ତେଲ କେତେ ହ୍ରାସ ପାଇଲାପଢନ୍ତୁ ଏହି ଖବର :
ଅତ୍ୟଧିକ Electricity Billକୁ ନେଇ ଚିନ୍ତିତ କି ?; ଏହି ଟ୍ରିକ୍ ଆପଣାଇ କମାନ୍ତୁ ବିଲ୍ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।