News18 Odia Digital
Naba Das Murder Case Update: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଦାଖଲ ହେଲା ଚାର୍ଜସିଟ। ଝାରସୁଗୁଡ଼ା JMFC କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି। ୫୪୩ ପୃଷ୍ଠାର ଏହି ଅଭିଯୋଗ ପତ୍ରରେ ଗୋପାଳ କାହିଁକି ହତ୍ୟା କଲେ କାରଣ ଦର୍ଶାଇଛି କ୍ରାଇମବ୍ରାଞ୍ଚ ।
କାହିଁକି ହତ୍ୟା କରିଥିଲେ ଗୋପାଳ, ଚାର୍ଜସିଟ୍ରେ କଣ ରହିଛି ?ନବଙ୍କୁ କାହିଁକି ହତ୍ୟା କଲେ ଗୋପାଳ ଦାସ? କଣ ଥିଲା ମର୍ଡର ମୋଟିଭ୍? ଚାର୍ଜସିଟରେ ହତ୍ୟାର କାରଣ କହିଛି କ୍ରାଇମବ୍ରାଞ୍ଚ । ନବଙ୍କୁ ସୁଚିନ୍ତିତ ଓ ଯୋଜନାବଦ୍ଧ ଭାବେ ଗୋପାଳ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ରେ ଉଲ୍ଲେଖ କରିଥିବା ସୂଚନା ମିଳିଛି। ଚାର୍ଜସିଟରେ ଉଲ୍ଲେଖ ରହିଛି ହତ୍ୟାର ଦୁଇଟି କାରଣ। ପ୍ରଥମଟି ହେଲା ବ୍ୟକ୍ତିଗତ କାରଣ। ଦ୍ୱିତୀୟରେ ପୁରୁଣା ଝଗଡ଼ା।
ହତ୍ୟା ପାଇଁ ଗୋପାଳ ଦାସ ଯୋଜନା କରିଥିବା ଚାର୍ଜସିଟ୍ରେ ଉଲ୍ଲେଖ ନେଇ ସୂତ୍ର ପକ୍ଷରୁ ସୂଚନା ମିଳିଛି । ହତ୍ୟା ପୂର୍ବରୁ ସୁଚିନ୍ତିତ ଯୋଜନା କରିଥିଲେ ଗୋପାଳ ଦାସ । ଦୀର୍ଘଦିନ ଧରି ମାନସିକ ଅବସାଦ ମଧ୍ୟରେ ଥିଲେ ଗୋପାଳ । ହତ୍ୟା ଉଦ୍ଦେଶ୍ୟରେ ହିଁ ଗୁଳି ଚଳାଇଥିଲେ ଗୋପାଳ । ନବ ଦାସଙ୍କ ପଟୁ ବିପଦ ଆଶଙ୍କା କରୁଥିଲେ ଗୋପାଳ । ନବ ଦାସ କ୍ଷତି କରିବାକୁ ଚାହୁଁଥିବା ସନ୍ଦେହ କରୁଥିଲେ ଗୋପାଳ । ଏହି ସନ୍ଦେହ ପାଇଁ ଗୋପାଳ ନବଙ୍କୁ ହତ୍ୟା କରିଥିଲେ । ନବ ଦାସ ଗୋପାଳଙ୍କ କ୍ଷତି ପାଇଁ ଉଦ୍ୟମ କରୁଥିବା ପ୍ରମାଣ ନାହିଁ । ଚାର୍ଜସିଟରେ ଏହି ସବୁ ତଥ୍ୟ ଥିବା ସୂତ୍ରରୁ ସୂଚନା ମିଳିଛି ।
ଗୋପାଳ ବିରୋଧରେ କଣ ଦଫା ଲାଗିଛି ?ଚାର୍ଜସିଟ୍ରେ ଦଫା ୩୦୭, ୩୦୨, ୨୭ (୧) ଆର୍ମସ ଆକ୍ଟ ଲାଗିଛି
ହତ୍ୟା ଷଡ଼ଯନ୍ତ୍ର ନେଇ କୌଣସି ଦଫା ଲାଗି ନାହିଁ
ମନ୍ତ୍ରୀଙ୍କ ବିରୋଧରେ ଗୋପାଳଙ୍କର ବ୍ୟକ୍ତିଗତ ଆକ୍ରୋଶ ଥିଲା
ନବଙ୍କ ବିରୋଧରେ ଗୋପାଳଙ୍କ ଭିତରେ କ୍ରୋଧ ଭରି ରହିଥିଲା
ଗୋପାଳ ଭାବୁଥିଲେ- ନବଙ୍କ ଆଡ଼ୁ ତାଙ୍କ ପ୍ରତି ବିପଦ ଥିଲା
ଧୀରେ ଧୀରେ ନବଙ୍କୁ ହତ୍ୟା ପାଇଁ ମନ ସ୍ଥିର କରିଥିଲେ ଗୋପାଳ
ଏଥିପାଇଁ ସୁଚିନ୍ତିତ ଯୋଜନା କରିଥିଲେ ଗୋପାଳ
ଯୋଜନା କରି ତାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲେ ଗୋପାଳ
୮୯ ଜଣଙ୍କୁ ପଚରାଉଚରା ପରେ ଏହି ନିଷ୍କର୍ଷରେ ପହଁଞ୍ଚିଛି CB
ତଦନ୍ତ ପାଇଁ ୧୦ଟି ଟିମ୍ ଗଠନ କରିଥିଲା କ୍ରାଇମବ୍ରାଞ୍ଚ
ଗତ ଜାନୁଆରୀ ୨୯ରେ ନବ ଦାସଙ୍କୁ ହତ୍ୟା ଝାରସୁଗୁଡ଼ା ବ୍ରଜରାଜନଗର ଗାନ୍ଧି ଛକରେ ହତ୍ୟା। ଗୁଳିକରି ହତ୍ୟା କରିଥିଲେ ASI ଗୋପାଳ ଦାସ। ମେ’ ୨୮ ତାରିଖରେ ପୂରିବ ୧୨୦ ଦିନ। ହତ୍ୟାକାଣ୍ଡ ସ୍ଥଳରୁ ଅଭିଯୁକ୍ତକୁ ଧରିଥିଲା ପୋଲିସ ୩ଟି ପର୍ଯ୍ୟାୟରେ ୧୩ ଦିନ ରିମାଣ୍ଡରେ ପଚରାଉଚରା କରାଯାଇଥିଲା।
ନବ ଦାସ ହତ୍ୟା ପୂରା ଘଟଣାକ୍ରମ: ଜାନୁଆରି ୨୯ ନବ ଦାସଙ୍କୁ ହତ୍ୟାଦିନ ପ୍ରାୟ ୧୨ଟାରେ ବ୍ରଜରାଜନଗରରେ ଫାୟାରିଂ
ନବଙ୍କୁ ଗୁଳି କରିଥିଲେ ASI ଗୋପାଳ ଦାସ
ଗାଡ଼ିରୁ ବାହାରିବା ମାତ୍ରେ ଗୁଳି କରିଥିଲେ ଗୋପାଳ ଦାସ
ଗୁରୁତର ଅବସ୍ଥାରେ ଝାରୁସୁଗୁଡାରୁ ଏୟାରଲିଫ୍ଟ
ଏୟାର ଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଥିଲା
ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ର ଚିକିତ୍ସା
ଚିକିତ୍ସାଧିନ ଅବସ୍ଥାରେ ନବ ଦାସଙ୍କ ଦେହାନ୍ତ ହୋଇଥିଲା
ଜାନୁଆରି ୩୧ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭକ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର
ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ବ୍ରଜରାଜନଗରର ଗଲା ଟିମ୍
କ୍ରାଇମ ସ୍ପଟକୁ ଯାଇଁ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍
ଫେବ୍ରୁଆରି ୧ରେ ଘଟଣାସ୍ଥଳରେ ସାଇନଟିଫିକ୍ ଟିମ
ଫେବ୍ରୁଆରି ୨ ଟାଙ୍କିରୁ ମିଳିଲା ଟୁକୁଡା କାଗଜପାଇଖାନା ଟାଙ୍କିରୁ ଜବତ ହୋଇଥିଲା କେତେକ କାଗଜ ଟୁକୁଡା
ଝାରସୁଗୁଡା ବିମାନବନ୍ଦର ଥାନା ପାଇଖାନା ଟାଙ୍କିରୁ ସୁରାଗ ସନ୍ଧାନ
ଗୋପାଳ ସେହି କାଗଜରେ ହତ୍ୟାର କାରଣ ଲେଖିଥିବା କୁହାଯାଇଥିଲା
ଫେବ୍ରୁଆରି ୭ ସିନ୍ ରିକ୍ରିଏସନବ୍ରଜରାଜନଗର କ୍ରାଇମ୍ ସ୍ପଟରେ ପହଁଞ୍ଚିଥିଲା କ୍ରାଇମବ୍ରାଞ୍ଚ
କେମିତି ଗୁଳି ଚଳାଇଥିଲା ଡେମୋ ଦେଖାଇଥିଲେ ଗୋପାଳ
ଫେବ୍ରୁଆରି ୮ ବିମାନ ବନ୍ଦରରେ ଗୋପାଳର କପଟ ହସନାର୍କୋ ଟେଷ୍ଟ ପାଇଁ ଗୁଜରାଟ ନେଇଥିଲା କ୍ରାଇମବ୍ରାଞ୍ଚ
ଝାରସୁଗୁଡା ବିମାନ ବନ୍ଦରରେ ଗୋପାଳର ହସ କ୍ୟାମେରାରେ କଏଦ
ବାଇପୋଲାର ଡିସଅର୍ଡରେ ପୀଡିତ ଗୋପାଳଙ୍କ ହସକୁ ନେଇ ଚର୍ଚ୍ଚା
ଗୁଜୁରାଟରୁ ଓଡିଶାକୁ ଫେରାଇ ଆଣିଥିଲା କ୍ରାଇମବ୍ରାଞ୍ଚ
ଫେବୃୟାରୀ ୧୩ରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ରେକର୍ଡ
ଫେବ୍ରୁଆରି ୧୪ ଚୌଦ୍ୱାର ଜେଲରେ ଗୋପାଳ
ଝାରସୁଗୁଡା ସବଜେଲରୁ ଚୌଦ୍ୱାରର ସର୍କଲ ଜେଲ୍
ଚୌଦ୍ୱାର ଜେଲ୍ର ସେଲ ନମ୍ବର ୩ରେ ରହିଲେ ଗୋପାଳ
ଫେବ୍ରୁଆରି ୨୮ ଗୋପାଳଙ୍କ ପୁରସ୍କାର ଚର୍ଚ୍ଚାଚାକିରି କାଳରେ ପୁରସ୍କାର, ପଦୋନ୍ନତି ବାବଦରେ ଚର୍ଚ୍ଚା
ବିଧାନସଭରେ ବିବୃତି ରଖିଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ
ଥରେ ପଦୋନ୍ନତି, ୪୫ ଥର ପୁରସ୍କୃତ ଗୋପାଳ
ପ୍ରକାଶ ଥାଉକି ବିଧାନ ସଭାରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଗତ ଜାନୁଆରୀ ୨୯ ଅପରାହ୍ନ ୧୨.୩୫ ବେଳେ ଗୋପାଳ ଦାସ ନାମକ ଜଣେ ସହକାରୀ ପୋଲିସ ସବ୍ଇନ୍ସପେକ୍ଟର ନବ କିଶୋର ଦାସଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଗୋପାଳ ତାଙ୍କ ସର୍ଭିଲ ପିସ୍ତଲରୁ ଗୁଳି ଚଳାଇଥିଲେ। ଏହି ଘଟଣାଟି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ବ ତୁରନ୍ତ କ୍ରାଇମ ବ୍ରାଞ୍ଚକୁ ଦିଆଯାଇଥିଲା।
ତଦନ୍ତରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କୁ ଜଣେ କାର୍ଯ୍ୟରତ/ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ଙ୍କୁ ମନୋନୀତ କରି ଏହି କେସ୍ର ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ। ହାଇକୋର୍ଟ ଏହି ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସଙ୍କୁ ମନୋନୀତ କରିଛନ୍ତି। ସାକ୍ଷୀମାନଙ୍କର ବକ୍ତବ୍ୟ ତଥା ଅଭିଯୁକ୍ତର ଜେରାକୁ ଭିତ୍ତିକରି ଗୋପାଳ ଦାସର ମାନସିକ ଅବସ୍ଥାର ଅନୁଶୀଳନ ଏକ ୪ ଜଣିଆ ମାନସିକରୋଗ ବିଶେଷଜ୍ଞ ବୋର୍ଡଙ୍କ ଦ୍ବାରା କରାଯାଇଅଛି। ଏତଦ୍ବ୍ୟତୀତ ଅଭିଯୁକ୍ତ ସତ କହୁଛି କି ନାହିଁ ପରୀକ୍ଷା କରିବା ପାଇଁ ତାର Forensic Psychological Assessment ଏବଂ Layered voice Analysis Test ନୂଆଦିଲ୍ଲୀ କେନ୍ଦ୍ରୀୟ Forensic Science Laboratoryର ବିଶେଷଜ୍ଞମାନଙ୍କ ଦ୍ବାରା କରାଯାଇଅଛି।
ଏଭଳି କେସ୍ରେ ଅପରାଧୀର ବ୍ୟବହାରିକ ବିଶ୍ଲେଷଣ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଅନୁଷ୍ଠାନ Federal Bureau of Investigationର ସହାୟତା ନେବା ପାଇଁ ରାଜ୍ୟ କ୍ରାଇମ ବ୍ରାଞ୍ଚ ଉଦ୍ୟମ କରୁଛି । ଆମେରିକାର FBI ସଂସ୍ଥାର Behavioral Support Unit ଦ୍ବାରା ଅଭିଯୁକ୍ତର ବ୍ୟବହାରିକ ମୂଲ୍ୟାୟନ କରିବାରେ ସାହାଯ୍ୟ କରିବା ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କ ଗୃହମନ୍ତ୍ରାଳୟର ସହାୟତା କାମନା କରିଛନ୍ତି।
ପଢ଼ନ୍ତୁ ଏହି ଖବର: ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ରୁଜୁ ହେବ ମାମଲା; ଜୋରିମାନା ନଦେଲେ ଯିବେ ଜେଲ୍ତେବେ ଏଭଳି ଏକ ସମ୍ବେଦନଶୀଳ କେସ୍ର ଯେଉଁଭଳି ଢଙ୍ଗରେ ରାଜନୀତିକରଣ କରାଯାଉଛି, ତାହା କେବଳ ମୋତେ ନୁହେଁ, ସାରା ଓଡିଶାବାସୀଙ୍କୁ ବ୍ୟଥିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।