ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସୌମ୍ୟଙ୍କ ମୃତ୍ୟୁ: ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜଶୀଟ୍ ଦାଖଲ ହେଲା; ‘ନିଆଁ ଲିଭାଇବାକୁ ଚେଷ୍ଟା ନ ଥିଲା’

ସୌମ୍ୟଙ୍କ ମୃତ୍ୟୁ: ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜଶୀଟ୍ ଦାଖଲ ହେଲା; ‘ନିଆଁ ଲିଭାଇବାକୁ ଚେଷ୍ଟା ନ ଥିଲା’

Chargesheet filed against Bidyabharti for husband Paralakhemundi forest officer Soumya death | ୩୨ ବର୍ଷୀୟ ସୌମ୍ୟରଞ୍ଜନ ମହାପାତ୍ର ନିଆଁରେ ଜଳୁଥିବା ବେଳେ ତାଙ୍କୁ ମାତ୍ର ଛଅ ମାସ ତଳେ ବିବାହ କରିଥିବା ବିଦ୍ୟାଭାରତୀ ପଣ୍ଡା ନିଆଁ ଲିଭାଇବାକୁ ତାଙ୍କ ଉପରେ ଯଥେଷ୍ଟ ପାଣି ଢାଳି ନ ଥିଲେ ବୋଲି କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତରୁ ଜଣାପଡ଼ିଛି ।

ସୌମ୍ୟଙ୍କ ମୃତ୍ୟୁ: ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜଶୀଟ୍ ଦାଖଲ ହେଲା; ‘ନିଆଁ ଲିଭାଇବାକୁ ଚେଷ୍ଟା ନ ଥିଲା’
ଏହି ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା ।
  • News18 Odia
  • Last Updated: October 9, 2021, 6:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ପାରଳାଖେମୁଣ୍ଡିରେ ବନ ବିଭାଗର ଯୁବ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ସ୍ଥିତିରେ ନିଜ ବାସଭବନରେ ପତ୍ନୀଙ୍କ ସାମନାରେ ନିଆଁ ଲାଗି ହୋଇଥିବା ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୁଦ୍ଧରେ ଚାର୍ଜସିଟ୍‌ ଦାଖଲ କରିଛି କ୍ରାଇମ୍‌ ବ୍ରାଞ୍ଚ୍‌ । ସୌମ୍ୟରଞ୍ଜନ ନିଆଁରେ ଜଳୁଥିବା ବେଳେ ମାତ୍ର ଛଅ ମାସ ପୂର୍ବେ ତାଙ୍କୁ ବିବାହ କରିଥିବା ବିଦ୍ୟାଭାରତୀ ତାଙ୍କୁ ବଞ୍ଚାଇବାକୁ ଯଥେଷ୍ଟ ଚେଷ୍ଟା ନ କରିବାରୁ ତାଙ୍କ ଜୀବନ ବିପଦ ଭିତରକୁ ଠେଲି ହୋଇଯାଇଥିଲା ବୋଲି କ୍ରାଇମ୍‌ ବ୍ରାଞ୍ଚ୍‌ ନିଜ ତଦନ୍ତ ସାରି କହିଛି (ACF Soumyaranjan Death)।

୩୨ ବର୍ଷୀୟ ଏ.ସି.ଏଫ୍‌. ସୌମ୍ୟରଞ୍ଜନ ମହାପାତ୍ର ଜୁଲାଇ ୧୨ ତାରିଖ ରାତିରେ ନିଜ ପାରଳାଖେମଣ୍ଡି ବାସଭବନରେ ନିଆଁରେ ଜଳୁଥିବା ବେଳେ ନିଆଁ ଲିଭାଇବାକୁ ବିଦ୍ୟାଭାରତୀ ତାଙ୍କ ଉପରେ ଯଥେଷ୍ଟ ପାଣି ଢାଳି ନ ଥିଲେ ବୋଲି ତଦନ୍ତ ପରେ ଜଣାପଡିଛି । ଅର୍ଥାତ ସେ ନିଜ ସ୍ୱାମୀଙ୍କୁ ଜାଣିଶୁଣି ନିଆଁରେ ପୋଡି଼ ହେଉଥିବାର ଦେଖୁଥିଲେ । ତେଣୁ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । CRPCର ଦଫା ୪୧-ଏ ଜରିଆରେ ବିଦ୍ୟାଭାରତୀଙ୍କୁ ନୋଟିସ ହୋଇଛି । ଏହି ମାମଲାରେ ସାତ ବର୍ଷରୁ କମ୍‌ ଜେଲ୍‌ ଦଣ୍ଡ ଥିବାରୁ ତାଙ୍କୁ ଗିରଫ ନ କରି ନୋଟିସ୍‌ କରିଛି ବୋଲି କହିଛି କ୍ରାଇମ୍‌ ବ୍ରାଞ୍ଚ୍‌ (Crime Branch) ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | UPରେ BJP ସାଂସଦଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଘଟଣାରେ ଗିରଫ; VIDEO ଭାଇରାଲ ହୋଇଥିଲା

‘‘ତଦନ୍ତ ଅନୁସାରେ ବିଦ୍ୟାଭାରତୀଙ୍କର ତାଙ୍କ ସ୍ୱାମୀଙ୍କ ସହିତ ବୈବାହିକ ସମ୍ପର୍କ ସେତେ ଭଲ ନ ଥିଲା । ତାଙ୍କର କେତେକ ବୟାନ ପଲିଗ୍ରାଫ୍‌ ଟେଷ୍ଟରେ ବିଶେଷ କରି ମଧ୍ୟ ଆସିଛି । ସେ ସୌମ୍ୟଙ୍କ ନିଆଁ ଲିଭାଇବାକୁ ଯଥା ପୂର୍ବକ ଚେଷ୍ଟା କରି ନ ଥିଲେ । ସୌମ୍ୟଙ୍କ ଦେହରେ ଯଥେଷ୍ଟ ପାଣି ଢଳାଯାଇ ନ ଥିଲା । ବିଦ୍ୟାଭାରତୀ ମଧ୍ୟ ସାଙ୍ଗେ ସାଙ୍ଗେ ସାହାଯ୍ୟ ପାଇଁ ଅନ୍ୟମାନଙ୍କୁ ଡାକି ନ ଥିଲେ । ସେ ନିଆଁ ଲିଭାଇବାକୁ ମଧ୍ୟ ଯଥେଷ୍ଟ ଉପଯୁକ୍ତ ପଦକ୍ଷେପ ନେଇ ନ ଥିଲେ,’’ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମ୍‌ ବ୍ରାଞ୍ଚ୍‌ ଏ.ଡି.ଜି. ସଞ୍ଜୀବ ପଣ୍ଡା (Crime Branch Sanjib Panda) ।

ସାମ୍ବାଦିକ ସମ୍ମିଳନୀରେ ଚାର୍ଜଶୀଟ୍ ବିଷୟରେ କହୁଛନ୍ତି କ୍ରାଇମ୍ ବ୍ରାଞ୍ଚ୍ ଏ.ଡି.ଜି. ସଞ୍ଜୀବ ପଣ୍ଡା ।


ଏହା ବି ପଢ଼ନ୍ତୁ | ତାଲିବାନ କହିଲା ହାତ କାଟିଦେବା ପରି ବର୍ବର ଦଣ୍ଡ ଫେରିବ; ଆମେରିକା କହିଲା, ‘‘ଆମେ ନଜର ରଖିଛୁ’’

ସେ ଆହୁରି କହିଛନ୍ତି, ‘‘ତଦନ୍ତ ସରିବା ପରେ ଶ୍ରୀମତୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୁଦ୍ଧରେ ଆଇ.ପି.ସି.ର ୨୮୫ ଏବଂ ୩୦୪-ଏ ଦଫାରେ ଚାର୍ଜଶୀଟ୍‌ ଦାଖଲ କରାଯାଉଛି । ୩୦୪-ଏ ହେଉଛି ନିଜ ଅବହେଳା ଦ୍ୱାରା ସ୍ୱାମୀଙ୍କ ମୃତ୍ୟୁ କରାଇଥିବା ପାଇଁ । ୨୮୫ ଆଇ.ପି.ସି. ହେଉଛି ଅଗ୍ନି ସମ୍ବନ୍ଧୀୟ ମାମଲାରେ ଅବହେଳାପୂର୍ଣ୍ଣ କାର୍ଯ୍ୟ, ଯାହା ତାଙ୍କ ସ୍ୱାମୀଙ୍କ ଜୀବନକୁ ବିପଦକୁ ଠେଲି ଦେଇଥିଲା ।’’

ଏହା ବି ପଢ଼ନ୍ତୁ | ବଙ୍ଗାଳୀ ଯୁବକ ଏକ କୋଟି ଟଙ୍କା ଲଟେରୀରେ ଜିତିଲେ, ଭୟରେ ଦୌଡ଼ି ଦୌଡ଼ି ଥାନାରେ ପହଞ୍ଚିଲେ

ସୌମ୍ୟରଞ୍ଜନଙ୍କ ପରିବାର ତାଙ୍କୁ ହତ୍ୟା କରାଯାଇଛି ବା ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ବୋଲି ଅଭିଯୋଗ କରିଆସୁଥିଲେ ବି ତାଙ୍କ ମୃତ୍ୟୁ ହତ୍ୟା ନୁହେଁ କି ଆତ୍ମହତ୍ୟା ନୁହେଁ ବୋଲି ତଦନ୍ତରୁ ଜଣାପଡ଼ିଛି ବୋଲି କହିଛନ୍ତି ସଞ୍ଜୀବ ପଣ୍ଡା । ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ଥିଲା ବୋଲି ସେ କହିଛନ୍ତି (Paralakhemundi Soumya death case)।

ସୌମ୍ୟ ଓ ବିଦ୍ୟାଭାରତୀଙ୍କ ଡିସେମ୍ବର୍ ୨୦୨୦ରେ ବିବାହ ସମୟର ଏକ ଦୃଶ୍ୟ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କଲେ ମହିଳା; ତାଙ୍କ ଶବକୁ କାଟି ୧୦ ଟୁକୁଡ଼ା କଲେ

‘‘ସାକ୍ଷୀମାନଙ୍କର ଜମାନବନ୍ଦୀ, ସାଇଣ୍ଟିଫିକ୍‌ ଦଳର ସ୍ପଟ୍‌ ଆନାଲିସିସ୍‌ ରିପୋର୍ଟ, ଆର୍‌.ଏଫ୍‌.ଏସ୍‌.ଏଲ୍‌.କୁ ଦିଆଯାଇଥିବା ସାମଗ୍ରୀଗୁଡ଼ିକର ପରୀକ୍ଷା ରିପୋର୍ଟ ଆଦିର ଆନାଲିସିସରୁ ଜଣାପଡ଼ିଛି ଯେ ସୌମ୍ୟରଢ୍ଜନଙ୍କ ବାସଭବନରେ ହିଁ ଘଟଣା ଘଟିଥିଲା । ତାଙ୍କ ପରିବାର ସଦସ୍ୟମାନଙ୍କ ଅଭିଯୋଗ ପରେ କ୍ରାଇମ୍‌ ବ୍ରାଞ୍ଚ୍‌ ଏହି ମାମଲାଟିକୁ ଏକ ହତ୍ୟା ମାମଲା ରୂପେ ତଦନ୍ତ କରୁଥିଲା । ତଦନ୍ତରେ ହତ୍ୟା ବିଷୟରେ ସେମିତି କୌଣସି ପ୍ରମାଣ ହସ୍ତଗତ ହୋଇନାହିଁ । ଏଥି ସହିତ ସେହି ଘଟଣାରେ ଆତ୍ମହତ୍ୟା ଜନିତ ମୃତ୍ୟୁ ଉପରେ ମଧ୍ୟ ସେମିତି କୌଣସି ପ୍ରମାଣ ମିଳି ନାହିଁ । ମିଳିଥିବା ତଥ୍ୟ ଏବଂ ପ୍ରମାଣଗୁଡ଼ିକ ଆଧାରରେ ଏହି ଘଟଣାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କୁହାଯାଇ ପାରିବ । ଏହା ସୌମ୍ୟଙ୍କ ମୃତ୍ୟୁକାଳୀନ ବୟାନରୁ ସ୍ପଷ୍ଟ ହୋଇଛି,’’ କ୍ରାଇମ୍‌ ବ୍ରାଞ୍ଚ୍‌ ଏ.ଡି.ଜି. ସଞ୍ଜୀବ ପଣ୍ଡା ।

ଏହା ବି ପଢ଼ନ୍ତୁ | ନୂଆ ମୋବାଇଲ୍ ସିମ୍ ନେବାର ନିୟମ ବଦଳିଲା; ଜାଣନ୍ତୁ କେମିତି ଲୋକକୁ ଆଉ ମିଳିବ ନାହିଁ SIM କାର୍ଡ଼

ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗିବା ବେଳେ ସେହି ଘରେ ତାଙ୍କ ସହ କେବଳ ତାଙ୍କ ପତ୍ନୀ ବିଦ୍ୟାଭାରତୀ ହିଁ ଥିଲେ । ହେଲେ ପୋଲିସ ଓ କ୍ରାଇମ୍‌ ବ୍ରାଞ୍ଚର ସବୁ ପଚରାଉଚରାରେ ସେ କହିଆସିଛନ୍ତି ଯେ ନିଆଁ କେମିତି ଲାଗିଲା ତାହା ସେ ଜାଣିନାହାନ୍ତି । ସେ ଲେଖିଥିବା ଅନେକ ଚିଠିରୁ ସ୍ପଷ୍ଟ ହୋଇଥିଲା ଯେ ସେ ସୌମ୍ୟଙ୍କଠାରୁ ଛାଡ଼ପତ୍ର ନେବାକୁ ବ୍ୟାକୁଳ ଥିଲେ ଓ ତାଙ୍କୁ ଭୀଷଣ ଘୃଣା କରୁଥିଲେ ।
Published by: Anand S.T. Das
First published: October 8, 2021, 8:08 PM IST