ପୁରୀର ବିତ୍ତଶାଳୀ ଏମାର ମଠର ଦାୟିତ୍ୱ ମହନ୍ତଙ୍କ ହାତରୁ ହଟିଲା; ମିଳିଲା ଅନେକ ସୁନା ଓ ରୂପା ଦ୍ରବ୍ୟ

୨୦୧୧ ମସିହାରେ ଏମାର ମଠରେ ହୋଇଥିବା ରୂପା ଇଟା ଚୋରି ମାମଲାରେ ଗିରଫ ହୋଇଥିବା ମଠର ମହନ୍ତ ଜାମିନରେ ଆସି ମଠରେ ଅଛନ୍ତି । ସେ ଏଣିକି କେବଳ ସେବାପୂଜା କରିବେ; ମଠର ପରିଚାଳନା ଦାୟିତ୍ୱ ରହିବ ଟ୍ରଷ୍ଟ ହାତରେ । ଏହାକୁ ବେଆଇନ ବୋଲି କହିଛନ୍ତି ମହନ୍ତ ।

ପୁରୀର ବିତ୍ତଶାଳୀ ଏମାର ମଠର ଦାୟିତ୍ୱ ମହନ୍ତଙ୍କ ହାତରୁ ହଟିଲା; ମିଳିଲା ଅନେକ ସୁନା ଓ ରୂପା ଦ୍ରବ୍ୟ
ଏମାର ମଠ; (ବାମ) ମଠରୁ ମିଳିଥିବା ରୂପା ସାମଗ୍ରୀରୁ କିଛି
  • News18 Odia
  • Last Updated: April 10, 2021, 9:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀକ୍ଷେତ୍ରର ବହୁ ପ୍ରାଚୀନ ଓ ବିତ୍ତଶାଳୀ ଏମାର ମଠର ପରିଚାଳନା ଦାୟିତ୍ୱ ଶେଷରେ ମହନ୍ତଙ୍କ ହାତରୁ ହଟିଛି । ଦେବୋତ୍ତର ବିଭାଗ ଦ୍ୱାରା ଗଠିତ ନୂତନ ଟ୍ରଷ୍ଟ ଏଣିକି ମଠର ସବୁ ଆୟବ୍ୟୟ ହିସାବ ରଖିବ । ରୂପା ଇଟା ମାମଲାରେ ବହୁ ଚର୍ଚ୍ଚାରେ ଥିବା ଏମାର ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ଠାରୁ ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ।

ଦେବୋତ୍ତର ବିଭାଗର ନିଷ୍ପତ୍ତି ଅନୁଯାୟୀ ବିବାଦୀୟ ମହନ୍ତ ଗୋପାଳ ରାମାନୁଜ ଦାସଙ୍କୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ନୂଆ ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଉତ୍ତର ପାର୍ଶ୍ୱ ମହନ୍ତ ନାରାୟଣ ରାମାନୁଜ ଦାସଙ୍କୁ ଦାୟିତ୍ୱ ଦିଆଯିବା ସହ ମଠରେ ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯାଉଛି । ମଠର ମହନ୍ତ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାରେ ସହଯୋଗ କରୁ ନ ବାରୁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଠର ଦୁଇଟି କୋଠରୀ ଓ ଗୋଟିଏ ସିନ୍ଦୁକର ତାଲା ଭଙ୍ଗାଯାଇ ଯାଞ୍ଚ କରାଯାଉଛି । ଭିତରେ ପୂଜା ପାଉଥିବା ରାମାନୁଜଙ୍କ ମୁର୍ତ୍ତି ସହ ଦିଅଁଙ୍କର ବହୁ ରୂପା ଓ ସ୍ୱର୍ଣ୍ଣାଳଙ୍କାର ମଧ୍ୟ ସିନ୍ଦୁକରୁ ଠାବ କରାଯାଇଛି।

ଏହା ବି ପଢ଼ନ୍ତୁ | Jio ଆଣିଲା IPL 2021 ଉପଭୋଗ କରିବା ପାଇଁ ୧୦୦% ଲାଭପ୍ରଦ ଯୋଜନା; ପ୍ରତି ଦିନ ପୁରସ୍କାର ଜିତନ୍ତୁ

ଐତିହ୍ୟସମ୍ପନ୍ନ ଏମାର ମଠ ହେଉଛି ରାମାନୁଜ ସମ୍ପ୍ରଦାୟର । ଏହା ଦିନେ ଏତେ ବିତ୍ତଶାଳୀ ଥିଲା ଯେ କୁହାଯାଏ ନଅଙ୍କ ଦୁର୍ଭିକ୍ଷ ସମୟରେ ସାରା ଓଡି଼ଶାକୁ ପୂରା ଗୋଟିଏ ମାସ ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ଦେଇ ଚଳାଇଥିଲା ଏହି ମଠ । ଧୀରେ ଧୀରେ ମଠାଧୀଶଙ୍କ ଅବହେଳା ଯୋଗୁଁ ଆଜି ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଛି ଏହି ମଠ । ଶ୍ରୀନୀବାସ ରାମାନୁଜ ଦାସଙ୍କ ପରେ ରାଜଗୋପାଳ ରାମାନୁଜ ଦାସ ଏହି ମଠର ମଠାଧୀଶ ହେବା ପରେ ମଠର ଅବନତି ଆରମ୍ଭ ହୋଇଥିଲା ବୋଲି କୁହାଯାଏ ।

ମହନ୍ତ ଗୋପାଳ ରାମାନୁଜ ଦାସ


୨୦୧୧ ମସିହାରେ ମଠର ମରାମତି କାର୍ଯ୍ୟ ଚାଲୁଥିବା ବେଳେ ମଠର ମହନ୍ତ ଓ କିଛି ମୁଲିଆ ମଠରୁ କେତେକ ରୂପା ଇଟା ଚୋରି କରିଥିଲେ । ତଦନ୍ତ ପରେ ମଠର ମହନ୍ତଙ୍କୁ ସେହି ସିନ୍ଧିଚୋରି ମାମଲାରେ ସିଂହଦ୍ୱାର ପୋଲିସ ଗିରଫ କରି ଜେଲ୍‌ ପଠାଇଥିଲା । ପରବର୍ତ୍ତୀ ତଦନ୍ତରେ ମଠର ଏକ ପରିତ୍ୟକ୍ତ ଭୂତଳ କୋଠରୀରୁ ବାହାରିଥିଲା ୫୨୨ ଖଣ୍ଡ ରୂପା ଇଟା । ତା’ ପର ଠାରୁ ଏମାର ମଠକୁ ଏକ ଟ୍ରଷ୍ଟ ଦାୟିତ୍ୱରେ ଦେବା ପାଇଁ ଦେବୋତ୍ତର କମିଶନ୍‌ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ପ୍ରଥମେ ଟ୍ରଷ୍ଟର ଅଧ୍ୟକ୍ଷ ଝାଞ୍ଜପିଟା ମଠ ମହନ୍ତ ସଚ୍ଚିଦାନନ୍ଦ ଦାସ ମହାରାଜଙ୍କୁ ଦିଆଯାଇଥିଲା । ହେଲେ ଏମାର ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସ ଏହାକୁ ବିରୋଧ କରି ହାଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ଏହା ବି ପଢ଼ନ୍ତୁ |ସୈନ୍ୟମାନେ ଦରମା ନେଉଛନ୍ତି; ଲଢ଼େଇରେ ତାଙ୍କର ମୃତ୍ୟୁ ହେଲେ ସହିଦ କୁହାଯାଇପାରିବ ନାହିଁ’

ଏବେ ଏମାର ମଠ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ଉତ୍ତରପାର୍ଶ୍ୱ ମଠ ମହନ୍ତ ନାରାୟଣ ରାମାନୁଜ ଦାସଙ୍କୁ ନିଯୁକ୍ତି ଦେଇଛି ଦେବୋତ୍ତର କମିଶନ । ଏମାର ମଠର ମହନ୍ତଙ୍କୁ ବାରମ୍ବାର ନୋଟିସ କରିବା ଓ ପ୍ରଶାସନିକ ଯୋଗାଯୋଗ କରିବା ସତ୍ତ୍ୱେ ସେ ସହଯୋଗ ନ କରିବାରୁ ଶୁକ୍ରବାର ଦିନ ଦେବୋତ୍ତର ଇନସ୍ପେକ୍ଟର, ମାଜିଷ୍ଟ୍ରେଟ୍‌ ଓ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତିରେ ମଠରେ ମାଲିକାନା ହସ୍ତାନ୍ତର ପ୍ରକ୍ରିୟା ଆୟୋଜିତ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ୬୦ ବର୍ଷୀୟ ଶିକ୍ଷକ ୧୯ ବର୍ଷୀୟା ଛାତ୍ରୀଙ୍କୁ ବର୍ଷ ଧରି ରେପ୍ କରୁଥିଲେ, ଗିରଫ ହେଲେ

‘‘ପ୍ରଥମେ ମଠ ମହନ୍ତ ସହଯୋଗ କରୁ ନ ଥିଲେ, ହେଲେ ପରେ ମାଜିଷ୍ଟ୍ରେଟ୍‌ ତାଙ୍କୁ ବୁଝାଇବା ପରେ ସେ ସହଯୋଗ କରିଥିଲେ । ସେହି ଅନୁସାରେ ସବୁ ଜିନିଷପତ୍ରର ତାଲିକା ତିଆରି ହେବା ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟା ଦୁଇ ଦିନ ଧରି ଚାଲିବ,’’ କହିଛନ୍ତି ଏମାର ମଠ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଉତ୍ତରପାର୍ଶ୍ୱ ମଠ ମହନ୍ତ ନାରାୟଣ ରାମାନୁଜ ଦାସ ।

ଏମାର ମଠ ଭିତରର ଏକ ଦୃଶ୍ୟ


ସିନ୍ଧି ଚୋରୀ ମାମଲାରେ ଗିରଫ ହୋଇଥିବା ମହନ୍ତ ରାଜଗୋପାଳ ରାମାନୁଜ ଦାଶ ମଠର କରି ଅନେକ ସମ୍ପତି ଲୁଟ କରିଥିବା ଅଭିଯୋଗର ସାମନା କରୁଛନ୍ତି । ଗିରଫ ହେବା ଦିନ ଠାରୁ ସେ ଚର୍ଚ୍ଚାରେ ରହି ଆସିଛନ୍ତି । ସର୍ବଦା ଗଣମାଧ୍ୟମର ନଜର ଆଢୁଆଳରେ ସେ ରହନ୍ତି । ହେଲେ ଦୀର୍ଘ ଦିନ ପରେ ପ୍ରଶାସନ ଏମାର ମଠର ପରିଚାଳନା ଦାୟିତ୍ୱରୁ ତାଙ୍କୁ ହଟାଇବାରେ ସକ୍ଷମ ହୋଇଛି । ଦେବୋତ୍ତର ବିଭାଗ ଦ୍ୱାରା ଗଠିତ ନୂଆ ଟ୍ରଷ୍ଟକୁ ମଠର ପରିଚାଳନା ଦାୟିତ୍ୱ ହସ୍ତାନ୍ତରିତ ହୋଇଛି ।

ଏହା ବି ପଢ଼ନ୍ତୁ | ଦେଶରେ ପୁଣି ଥରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ ହେବ କି? ରେଲ୍ୱେ କହିଲା ଏହି କଥା

‘‘ଅନ୍ତରୀଣ ଟ୍ରଷ୍ଟର ମୁଖ୍ୟ ଭାବେ ଉତ୍ତର ପାର୍ଶ୍ୱ ମଠର ମହନ୍ତ ନାରାୟଣ ରାମାନୁଜ ଦାସଙ୍କ ସମ୍ମୁଖରେ ଏମାର ମଠର ସମ୍ପତ୍ତିର ଆକଳନ କରାଯାଉଛି । ମହନ୍ତ ମହାରାଜ ଅସହଯୋଗ କରିବାରୁ ମଠ ଭିତରେ ଥିବା ମୁଖ୍ୟ କୋଠରୀର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ ଆଉ ଦୁଇଟି କୋଠରୀର ତାଲା ବି ଭାଙ୍ଗିବାକୁ ପଡ଼ିଥିଲା,’’ କହିଛନ୍ତି ଟ୍ରଷ୍ଟର ସଦସ୍ୟ ୫୨ ବର୍ଷୀୟା ବୁଦ୍ଧିଜିବୀ ପ୍ରତିମା ମିଶ୍ର ।

ଏହା ବି ପଢ଼ନ୍ତୁ | ବିବାହ ପରେ ସେକ୍ସ ପ୍ରତି ଆଗ୍ରହ କମ୍ ହୋଇଯାଏ କାହିଁକି? ଏହି ପ୍ରଶ୍ନର ଉତ୍ତର ଏଇଠି ଅଛି

ଏମାର ମଠ ଟ୍ରଷ୍ଟର ଅନ୍ୟତମ ସଦସ୍ୟ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ନରେଶ ଚନ୍ଦ୍ର ଦାଶ କହିଛନ୍ତି, ‘‘ରୂପା ଇଟାକୁ ନେଇ ଚର୍ଚ୍ଚା ଥିବା ଏହି ମଠର ସମ୍ପତିର ହସ୍ତାନ୍ତର ପ୍ରକ୍ରିୟା ଚାଲିଛି । ମଠର ମହନ୍ତ କେବଳ ସେବାପୂଜା କରିବା ପାଇଁ ଏବେ ରହିବେ, ଆଉ ମଠର ପରିଚାଳନା ଦାୟିତ୍ୱ ରହିବ ଟ୍ରଷ୍ଟ ହାତରେ । ଏହି ମଠରେ ପୂଜା ପାଉଛନ୍ତି ରାମାନୁଜ ଓ ରାଧାକୃଷ୍ଣଙ୍କର ମୂର୍ତ୍ତି । ଶ୍ରୀକ୍ଷେତ୍ରରେ ସବୁଠୁ ବଡ଼ ଝୁଲଣ ପର୍ବ ଏହି ମଠରେ ପାଳନ କରାଯାଏ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଏହା ମୋଜୀବନର ସବୁଠାରୁ ଖୁସିର ଦିନ’: ନକ୍ସଲଙ୍କ କବଳରୁ ରାକେଶ୍ୱର ମୁକୁଳିବା ପରେ ପତ୍ନୀ କହିଲେ

ଡଃ ଦାସ କହିଛନ୍ତି ଯେ ବନ୍ଦ ରହିଥିବା ଦୁଇଟି କୋଠରୀର ତାଲାକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭାଙ୍ଗିବା ପରେ ସେଥିରୁ ଗୋଟିକରୁ ବାହାରିଥିଲା ଗୋଟିଏ ବଡ଼ ସିନ୍ଦୁକ, ଆଉ ତା’ ଭିତରୁ ବାହାରିଥିଲା ରୂପା ଓ ସୁନା ଅଳଙ୍କାର । ମଠ ଠାକୁରଙ୍କ ଦୈନିନ୍ଦିନ ଅଳଙ୍କାର ସହ ଝୁଲଣର ଅଳଙ୍କାର ସେଥିରୁ ମିଳିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କୁଛ କୁଛ ହୋତା ହୈ ଅଞ୍ଜଳି ଏବେ ବଡ଼ ହୋଇ ଗ୍ଲାମରସ୍ ହୋଇଛନ୍ତି; ବୋଲ୍ଡ ଫଟୋ ଶେୟାର୍ କଲେ

‘‘ସାଢେ ୩ ଫୁଟ ଉଚ୍ଚର ଦୁଇଟି ରୂପା ବା ଚାନ୍ଦି ତାରକସୀ କାମର ଶହ ଶହ ବର୍ଷ ପୁରୁଣା ଗଛ ମିଳିଛି । ତା’ ସହିତ କିଛି ଠାକୁରଙ୍କ ବାସନକୁସନ ସହ ଅଷ୍ଟଧାତୁର ମୂର୍ତ୍ତି ମିଳିଛି । ପୁରୁଣା କାଳର ଏକ ସାତ ଫୁଟର ଖଣ୍ଡା ବି ମିଳିଛି । ଅନ୍ୟ ଏକ କୋଠରୀରୁ ଏକାଧିକ ପିତ୍ତଳ ହଣ୍ଡା ଓ ବାସନ ସାମଗ୍ରୀ ମିଳିଛି । ଅଳଙ୍କାର ସବୁର ଆକଳନ ପାଇଁ ଶ୍ରୀମନ୍ଦିର ବଣିଆଙ୍କୁ ନିୟୋଜିତ କରାଯାଇଛି ଓ ହଣ୍ଡା ହାଣ୍ଡିର ଓଜନ କରାଯାଇଛି । ଏ ସବୁର ତାଲିକା ପ୍ରସ୍ତୁତ ହେବା ପରେ ତାହା ଟ୍ରଷ୍ଟ ଓ ଦେବୋତ୍ତର ବିଭାଗରେ ଦାଖଲ କରାଯିବ,’’ କହିଛନ୍ତି ଡଃ ଦାସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | IPL 2021: କ୍ୱାରେଣ୍ଟାଇନ୍ ସରିବାରୁ କ୍ରିସ୍ ଗେଲ୍ ମାଇକେଲ୍ ଜ୍ୟାକସନଙ୍କ ନାଚ ନାଚିଲେ; VIDEO ଭାଇରାଲ୍

ଏମାର ମଠରେ ମିଳୁଥିବା ସବୁ ଜିନିଷକୁ ମଠ ଭିତରେ ଏକ କୋଠରାରେ ତାଲା ପକାଇ ରଖାଯିବ । ମହନ୍ତ କେବଳ ଦୈନିନ୍ଦନ ସେବା ପୂଜା କରିବେ । କୌଣସି ପରିଚାଳନା ଦାୟିତ୍ୱ ବା ଅଧିକାର ଆଉ ତାଙ୍କର ରହିବ ନାହିଁ । ମଠରୁ ୨୦୧୧ରେ ଜବତ କରାଯାଇଥିବା ୫୨୨ ଖଣ୍ଡ ରୂପା ଇଟା, ଯାହାର ଆନୁମାନିକ ମୂଲ୍ୟ ୯୦ କୋଟି ଟଙ୍କା, ଏବେ ବି ପୁରୀ ଜିଲ୍ଲା ପୋଲିସର ଅସ୍ତ୍ରାଗାରରେ ରହିଛି । ସେଗୁଡ଼ିକୁ ଶ୍ରୀମନ୍ଦିରକୁ ଦାନ କରାଯାଉ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିବାହିତ ପୁରୁଷଙ୍କ ସହ ପ୍ରେମ? ଅଭିନେତ୍ରୀ ରେଖା ଏହା ବିଷୟରେ କହିଲେ ଜାଣନ୍ତୁ - VIDEO

‘‘ଏମାର ମଠରୁ ମହନ୍ତଙ୍କ ଦାୟିତ୍ୱ ପ୍ରତ୍ୟାହାର ନ କରିବା ପାଇଁ ହାଇ କୋର୍ଟଙ୍କ ସ୍ଥିତାବସ୍ଥା ଜାରି ରହିଛି, ହେଲେ ସେହି ନିର୍ଦ୍ଦେଶନାମାକୁ ମାଜିଷ୍ଟ୍ରେଟଙ୍କୁ ଦେଖାଇଲେ ସୁଦ୍ଧା ସେ ଗ୍ରହଣ କରିବାକୁ ନାରାଜ । ମଠ ଭିତରକୁ ମୋତେ ପୂରାଇ ନ ଦେଇ ବାହାରେ ଅପେକ୍ଷା କରାଇଥିଲେ ସେମାନେ,’’ କହିଛନ୍ତି ମଠର ଓକିଲ ରାଜେଶ କୁମାର ରଣା ।



ଏମାର ମଠର ଅନ୍ତରୀଣ ଟ୍ରଷ୍ଟ୍‌ ଗଠନକୁ ସମ୍ପୁର୍ଣ୍ଣ ବେଆଇନ୍ ବୋଲି କହିଛନ୍ତି ଏମାର ମଠର ମଠାଧୀଶ ମହନ୍ତ ରାମାନୁଜ ଦାସ । ‘‘ହାଇ କୋର୍ଟ ଏହି ଟ୍ରଷ୍ଟ୍‌ ବୋର୍ଡ଼ ଗଠନକୁ ରଦ୍ଦ କରିବା ଓ ମହନ୍ତଙ୍କୁ ନ ହଟାଇବା ପାଇଁ କହିଥିଲେ ମଧ୍ୟ ପ୍ରଶାସନ ଜୋର୍‌ ଜବରଦସ୍ତ ଏହି ହସ୍ତାନ୍ତର ପ୍ରକ୍ରିୟା କରୁଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମଠର ସ୍ଥିତାବସ୍ଥା ଜାରି ରଖିବା ପାଇଁ ହାଇ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ସତ୍ତ୍ୱେ ଜୋର୍‌ ଜବରଦସ୍ତ କରିବା ବେଆଇନ । ହେଲେ ଆମେ କେତେ ମାମଲା ଲଢି଼ବୁ? ଏବେ ପ୍ରଶାସନ ଯାହା କରିବ ତା’ କଥାରେ ସହମତି ଦେବୁ । ଆମର ଅନେକ ସମ୍ପତ୍ତି ପ୍ରଶାସନ ନିଜ ଦଖଲକୁ ନେଇ ସାରିଥିବା ବେଳେ ଆଉ ଅଭିଯୋଗର ଫଳ କିଛି ନାହିଁ,’’ କହିଛନ୍ତି ଏମାର ମଠର ମଠାଧୀଶ ମହନ୍ତ ରାମାନୁଜ ଦାସ ।
Published by: Anand ST Das
First published: April 10, 2021, 9:57 PM IST