ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଜାମିନ ପ୍ରଦାନ କଲେ ସିବିଆଇ କୋର୍ଟ

ମାସକ ପରେ ଚର୍ଚ୍ଚିତ ମିଶ୍ରଙ୍କୁ ମିଳିଲା ଜାମିନ। ଚର୍ଚ୍ଚିତ ମିଶ୍ରଙ୍କ ଓକିଲ ଜୟଦିପ ପାଲଙ୍କ ସୂଚନା ଅନୁଯାୟୀ ଆଜି କୋର୍ଟ ଜାମିନ ମଞ୍ଜୁରୀ କରିଛନ୍ତି।

 ଚର୍ଚ୍ଚିତ ମିଶ୍ର

ଚର୍ଚ୍ଚିତ ମିଶ୍ର

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର: ମାସକ ପରେ ଚର୍ଚ୍ଚିତ ମିଶ୍ରଙ୍କୁ ମିଳିଲା ଜାମିନ। ଚର୍ଚ୍ଚିତ ମିଶ୍ରଙ୍କ ଓକିଲ ଜୟଦିପ ପାଲଙ୍କ ସୂଚନା ଅନୁଯାୟୀ ଆଜି କୋର୍ଟ ଜାମିନ ମଞ୍ଜୁରୀ କରିଛନ୍ତି। ତାଙ୍କ ଓକିଲଙ୍କ କହିବା ଅନୁଯାୟୀ ଚର୍ଚ୍ଚିତଙ୍କୁ ଲକ୍ଷେ ଟଙ୍କା ଡିପୋଜିଟ ସହ ପାସପୋର୍ଟ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏହାସହ ପ୍ରତି ୧୫ ଦିନରେ ଆଇଓଙ୍କ ପାଖରେ ତଦନ୍ତ ପାଇଁ ଦେଖା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିବିଆଇ କୋର୍ଟ। ଏହା ସହ ତଦନ୍ତରେ ସହଯୋଗ ସହ ସାକ୍ଷୀକୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଥିବା କହିଛନ୍ତି ଜୟଦିପ ।

ଗତମାସ ୬ ତାରିଖରେ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଥିଲେ। ପାରାଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁ ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଚର୍ଚ୍ଚିତଙ୍କ ସମେତ ୫ ଜଣ ଗିରଫ ହୋଇଥିଲେ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲର ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ ମଧ୍ୟ ଅଛନ୍ତି।
Published by:Soumyashree Mishra
First published: