• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ବଦଳିବ ଶ୍ରୀମନ୍ଦିରର ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟ; ଦୁଇଦିନ ଭିତରେ ଛତିଶା ନିଯୋଗ ବୈଠକରେ ନିଆଯିବ ନିଷ୍ପତ୍ତି

ବଦଳିବ ଶ୍ରୀମନ୍ଦିରର ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟ; ଦୁଇଦିନ ଭିତରେ ଛତିଶା ନିଯୋଗ ବୈଠକରେ ନିଆଯିବ ନିଷ୍ପତ୍ତି

କାର୍ତ୍ତିକ ପୂର୍ଣ୍ଣିମା ଦିନ ଅର୍ଥାତ ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ ପଡୁଛି । ତେବେ ପଞ୍ଜିକାରେ ଏହି ଦିନ ଗ୍ରହଣକୁ ନେଇ ପାକ ତ୍ୟାଗ, ଦେବନୀତି ନିଷେଧର ଭିନ୍ନ ଭିନ୍ନ ସମୟ ଗୁଡିକର ଉଲ୍ଲେଖ ଦ୍ୱନ୍ଦ ସୃଷ୍ଟି କରିଥିବାରୁ ପୁଣି ପଞ୍ଜିକାକୁ ନେଇ ବିବାଦ ଉପୁଜିଛି ।

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; କାର୍ତ୍ତିକ ପୂର୍ଣ୍ଣିମା ଦିନ ଅର୍ଥାତ ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ ପଡୁଛି । ତେବେ ପଞ୍ଜିକାରେ ଏହି ଦିନ ଗ୍ରହଣକୁ ନେଇ ପାକ ତ୍ୟାଗ, ଦେବନୀତି ନିଷେଧର ଭିନ୍ନ ଭିନ୍ନ ସମୟ ଗୁଡିକର ଉଲ୍ଲେଖ ଦ୍ୱନ୍ଦ ସୃଷ୍ଟି କରିଥିବାରୁ ପୁଣି ପଞ୍ଜିକାକୁ ନେଇ ବିବାଦ ଉପୁଜିଛି। ସେଥିରେ ପୁଣି ଭ୍ରମାତ୍ମକ ସୃଷ୍ଟି କରିଛି ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ । ରାଧାରମଣ ପଂଜିକା ଅନୁମୋଦନ ଦେଇଥିବା ମୁକ୍ତିମଣ୍ଡପ ପଣ୍ଡିତ ସଭା ନିଜର ପଞ୍ଜିକାର ନ ଥିବାରୁ ଭ୍ରମାତ୍ମକ ତଥ୍ୟ ଦେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ବି ସେହି ସମାନ ତଥ୍ଯ ଦେଇଛି । ତେଣୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ତଥା ଜ୍ୟୋତିର୍ବିଦଙ୍କ ମତରେ ପଞ୍ଜିକାର ସଂଶୋଧନ ହେବା ସହ ମନ୍ଦିର ପ୍ରଶାସନ ଆଗାମୀ ଦିନରେ ଗୋଟିଏ ପଞ୍ଜିକା କରି ତାହାକୁ ସାର୍ବଜନୀନ ବ୍ୟବହାର ପାଇଁ କଲେ ଆଉ ଏଭଳି ଦ୍ୱନ୍ଦ ହେବ ନାହିଁ ।

ସେପଟେ ଏନେଇ ଖୁବ ଶୀଘ୍ର ଛତିଶା ନିଯୋଗ ବୈଠକ କରି ନୀତି ନିର୍ଘଣ୍ଟ ଓ କାର୍ତ୍ତିକରେ ରାଜରାଜେଶ୍ୱର ବେଶ ପାଇଁ ନିଷ୍ପତି ହେବ ବୋଲି କହିଛନ୍ତି ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ । ତେବେ ସେହିଦିନ ବୋଇତ ବନ୍ଦାଣ ବା ଡଙ୍ଗାଭସା ପରମ୍ପରାକୁ ସୂର୍ଯ୍ୟୋଦୟ ପୂର୍ବରୁ ସାରିବା ପାଇଁ କହିଛନ୍ତି ପଂଜିକାର ଓ ଜ୍ୟୋତିର୍ବିଦ ।

ପାକତ୍ୟାଗ ଓ ଦେବନୀତି ନିଷେଧକୁ ନେଇ କିଛି ପଂଜିକାରେ ଚତୁର୍ଥ ପ୍ରହର ଅର୍ଥାତ ସୂର୍ଯ୍ୟୋଦୟ ପୂର୍ବରୁ ପାଳନ କରିବାକୁ ଉଲ୍ଲେଖ ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତି ଦେଇଥିବା ରାଧାରମଣ ପଞ୍ଜିକାରେ ସକାଳ ୮ ଟା ୨୯ ମିନିଟରୁ ପାକ ତ୍ୟାଗ , ଦେବନୀତି ନିଷେଧ ବୋଲି ଉଲ୍ଲେଖ ରହିଛି । ତେଣୁ ରାଧାରମଣ ପଂଜିକା ଓ ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ସମ୍ପୁର୍ଣ୍ଣ ଭୁଲ ବୋଲି କହିଛନ୍ତି ଜ୍ୟୋତିର୍ବିଦ ତଥା ମୁକ୍ତିମଣ୍ଡପ ପଣ୍ଡିତ ସଭା ସଦସ୍ୟ ହରିଶଙ୍କର ମିଶ୍ର ।

କିଛି ମୁଷ୍ଟିମେୟ ନିଯୋଗ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭାର ନିଜ ଗଣନାକାରୀ ନ ଥିବାରୁ ବାହାର ଗଣନାକାରୀଙ୍କ ଗଣନାରେ ତୃଟି ହୋଇଛି । ରାଧାରମଣ ପଞ୍ଜିକାରେ ନଭେମ୍ବର ୮ ତାରିଖ ସକାଳ ୮ ଘଣ୍ଟା ୨୯ ମିନିଟ ପରଠାରୁ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଦର୍ଶ।ଯାଇଛି । ଏହାର ଅର୍ଥ ଏହି ସମୟ ଯାଏଁ ଏହା ହୋଇପାରିବ । "ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ତ୍ତିକ ପୁର୍ଣ୍ଣିମାକୁ ନେଇ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ନଭେମ୍ବର ୮ ରେ ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି । ଏ ନେଇ ଦିନ ୨ ଟା ୩୮ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ନୀତି ଓ ଅନ୍ୟାନ୍ୟ ନୀତି ହେବ ।
Published by:Soubhagya Mishra
First published: