ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନରେ ସଂଶୋଧନକୁ ବ୍ୟବସାୟୀ ମହାସଙ୍ଘ ଓ ଖାଉଟିଙ୍କ ବିରୋଧ

କେନ୍ଦ୍ର ସରକାର ଚାଉଳ, ଡାଲି, ଆଳୁ, ପିଆଜ ଓ ଖାଇବା ତେଲ ଆଦି ସାମଗ୍ରୀକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ବାଦ ଦେଇଛନ୍ତି । ଏହା ଦ୍ୱାରା କେବଳ କର୍ପୋରେଟ ହାଉସ ଲାଭରେ ରହିବେ ବୋଲି କହିଛି ବ୍ୟବସାୟୀ ମହାସଙ୍ଘ ।

ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନରେ ସଂଶୋଧନକୁ ବ୍ୟବସାୟୀ ମହାସଙ୍ଘ ଓ ଖାଉଟିଙ୍କ ବିରୋଧ
ଆଇନରେ ପରିବର୍ତ୍ତନ ଦ୍ୱାରା କୃଷକଙ୍କୁ ନିଜ ଉତ୍ପାଦନର ଉଚିତ ମୂଲ୍ୟ ମିଳିବ ଓ ଦଲାଲଙ୍କ କବଳରୁ ମୁକ୍ତି ମିଳିବ ବୋଲି ସରକାର କହିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୃଷି ଓ କୃଷକର ଉନ୍ନତି ପାଇଁ କେନ୍ଦ୍ର କ୍ୟାବିନେଟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନରେ ଆଣିଥିବା ସଂଶୋଧନକୁ ବିରୋଧ କରିଛି ରାଜ୍ୟ ବ୍ୟବସାୟୀ ମହାସଙ୍ଘ। ମହାସଙ୍ଘର ଯୁକ୍ତି ଯେ ଏହା ଦ୍ୱାରା କୃଷି ଓ କୃଷକଙ୍କ ଉନ୍ନତି କଥା କୁହାଯାଉଥିବା ବେଳେ ବାସ୍ତବରେ ଏହା ଦ୍ବାରା କେବଳ ଫାଇଦା ପାଇବେ ବିଭିନ୍ନ କର୍ପୋରେଟ ହାଉସ ଓ ବଡ଼ ବଡ଼ ବ୍ୟବସାୟୀ । ତେବେ ଏହାର କାର୍ଯ୍ୟକାରିତା ଉପରେ ତୀକ୍ଷ୍ଣ ନଜର ରଖିଥିବା କହିଛି ମହାସଙ୍ଘ। ଏଭଳି ନିଷ୍ପତ୍ତିକୁ ଖାଉଟି ମଧ୍ୟ ବିରୋଧ କରୁଥିବା ବେଳେ କୃଷି ଅର୍ଥନୀତିଜ୍ଞ କିନ୍ତୁ ଏହାକୁ ସମର୍ଥନ କରିଛନ୍ତି ।

ଦେଶରେ କୃଷି ଓ କୃଷକର ଉନ୍ନତି ପାଇଁ ବୁଧବାର କେନ୍ଦ୍ର କ୍ୟାବିନେଟ ଆଣିଛନ୍ତି ‘ଗୋଟିଏ ଦେଶ ଗୋଟିଏ ବଜାର’ ସହିତ ଅତ୍ୟାବଶ୍ୟକ ଆଇନରେ ସଂଶୋଧନ। ଏହି ନିଷ୍ପତ୍ତି ଅନୁସାରେ ଚାଉଳ, ଡାଲି, ଆଳୁ, ପିଆଜ ଓ ଖାଇବା ତେଲ ଆଦି ସାମଗ୍ରୀକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ବାଦ ଦିଆଯାଇଛି। ଏହା ଦ୍ୱାରା କୃଷି କ୍ଷେତ୍ରର ବିକାଶ ସହିତ କୃଷକଙ୍କ ଆୟ ବୃଦ୍ଧି ଓ ଦେଶରେ ପୁଞ୍ଜି ନିବେଶ ବଢ଼ିବ । ଏହା ଦ୍ଵାରା ମଧ୍ୟ ବିଜ୍ଞପିତ କୃଷି ଉତ୍ପାଦ ବିପଣନ ସମିତି ବା ଏପିଏମସି (APMC) ବାହାରେ ବଜାରରେ ନିଜ ଉତ୍ପାଦ କୃଷକ ବିକ୍ରୀ କରିପାରିବେ ଓ ଏ ନେଇ କୌଣସି କଟକଣା ରହିବ ନାହିଁ ବୋଲି ସରକାରଙ୍କ ଯୁକ୍ତି । ସବୁଠାରୁ ବଡ଼ କଥା ହେଲା କୃଷକଙ୍କୁ ନିଜ ଉତ୍ପାଦନର ଉଚିତ ମୂଲ୍ୟ ମିଳିବା ସହିତ ଦଲାଲଙ୍କ କବଳରୁ ମୁକ୍ତି ମିଳିବ।

ତେବେ କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତିକୁ ବିରୋଧ କରିଛି ରାଜ୍ୟ ବ୍ୟବସାୟୀ ମହାସଙ୍ଘ । ମହାସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି: ‘‘ଏହି ନିଷ୍ପତ୍ତି ଦ୍ଵାରା ଫାଇଦା ପାଇବେ ବିଭିନ୍ନ କର୍ପୋରେଟ ହାଉସ ଓ ବଡ଼ ବଡ଼ ବ୍ୟବସାୟୀ । କାରଣ  କୃଷି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି ହେଉଥିବାରୁ ପୂରା ବଜାରକୁ ନିଜ ନିୟନ୍ତ୍ରଣକୁ ନେଇଯିବେ ବଡ଼ ବଡ଼ କର୍ପୋରେଟ ହାଉସମାନେ । ସବୁ ଠାରୁ ମୁଖ୍ୟ କଥା ହେଲା ସରକାରୀ ନିଷ୍ପତ୍ତିର କାର୍ଯ୍ୟକାରିତା ଉପରେ ସବୁକିଛି ନିର୍ଭର କରୁଛି କାରଣ ତୃଣମୂଳ ସ୍ତରରେ ଯଦି ଠିକଣା ଢଙ୍ଗରେ ଏହା କାର୍ଯ୍ୟକାରୀ ହୁଏ ତେବେ ହୁଏତ ଚାଷୀମାନେ ଏହାର କିଛି ଫାଇଦା ପାଇପାରନ୍ତି। ତେବେ ଜାତୀୟ ଓ ରାଜ୍ୟ ବ୍ୟବସାୟୀ ମହାସଙ୍ଘ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ।’’

ନୂଆ ଆଇନର କାର୍ଯ୍ୟକାରୀତା ଉପରେ ଜାତୀୟ ଓ ରାଜ୍ୟ ବ୍ୟବସାୟୀ ମହାସଙ୍ଘ ତୀକ୍ଷ୍ଣ ନଜର ରଖିଛି ବୋଲି ଲହିଛି ।


ଏହି ସଂଶୋଧିତ କ୍ୟାବିନେଟ ନିଷ୍ପତ୍ତିକୁ ଖାଉଟିମାନେ ବି ଖାଉଟି ବିରୋଧୀ ବୋଲି କହିଛନ୍ତି । ଖାଉଟି ବି. ଭାରତ କହିଛନ୍ତି: ‘‘ଏହା ଦ୍ବାରା ବିଭିନ୍ନ ବଜାର ଉପରେ ବଡ଼ ବଡ଼ ବ୍ୟବସାୟୀଙ୍କ ହସ୍ତକ୍ଷେପ ବଢିବ। ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯିବ । କୃଷି କ୍ଷେତ୍ରରେ ସରକାର ଯେଉଁ ପୁଞ୍ଜି ନିବେଶ କଥା କହୁଛନ୍ତି ତାହା ଅନେକ ପୁରୁଣା ଘୋଷଣା । ଯଦି ସରକାର ବାସ୍ତବରେ କୃଷି ଓ କୃଷକଙ୍କ ଉନ୍ନତି ଚାହାନ୍ତି ତେବେ ନିଷ୍ପତ୍ତିର ତୃଣମୂଳ ସ୍ତରରେ କାର୍ଯ୍ୟକାରୀତା ଉପରେ ଗୁରୁତ୍ୱ ଦେବା ଦରକାର ।’’

ତେବେ କେନ୍ଦ୍ର ସରକାରଙ୍କ ନିୟମ ଯଥାର୍ଥ ବୋଲି କହିଛନ୍ତି କୃଷି ଅର୍ଥନୀତିଜ୍ଞ। ବରିଷ୍ଠ କୃଷି ଅର୍ଥନୀତିଜ୍ଞ ସର୍ବନାରାୟଣ ମିଶ୍ର କହିଛନ୍ତି: ‘‘କୃଷି କ୍ଷେତ୍ରରେ ପୁଞ୍ଜି ନିବେଶ ବଢ଼ିଲେ କୃଷକଙ୍କ ଉନ୍ନତି ହେବ । ଦଲାଲଙ୍କ ରାଜ ହଟିବ। କୃଷିଜାତ ପଦାର୍ଥର ଷ୍ଟୋରେଜ ପାଇଁ ନୂଆ ନୂଆ କୋଲ୍ଡ ଷ୍ଟୋର୍‌ ସୃଷ୍ଟି ହେବ। ଚାଷୀଙ୍କ ଆୟ ବଢ଼ିବ। ତେଣୁ ଏହା ଏକ ସମୟୋପଯୋଗୀ ପଦକ୍ଷେପ ।’’

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 4, 2020, 9:34 PM IST
corona virus btn
corona virus btn
Loading