ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚାନ୍ଦିପୁର ITRରେ ତଥ୍ୟ ଲିକ୍: କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ପରିସରକୁ ଆସିଲେ ମୁଖ୍ୟ ସୁରକ୍ଷା ଅଧିକାରୀ

ଚାନ୍ଦିପୁର ITRରେ ତଥ୍ୟ ଲିକ୍: କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ପରିସରକୁ ଆସିଲେ ମୁଖ୍ୟ ସୁରକ୍ଷା ଅଧିକାରୀ

Chandipur ITR chief security officer quizzed in spying case | କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିର ସୁରକ୍ଷା ଦାୟିତ୍ବରେ ଥିବା ଅନୁରାଗ ସେନଙ୍କୁ ସେଠାକାର ସୁରକ୍ଷା ବଳୟ ଭେଦ କରି କେମିତି ଗୁପ୍ତଚରଗିରି ଚାଲୁଥିଲା ସେ ନେଇ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲା କ୍ରାଇମ୍ ‌ବ୍ରାଞ୍ଚ୍‌ ଟିମ୍‌ ।

ଚାନ୍ଦିପୁର ITRରେ ତଥ୍ୟ ଲିକ୍: କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ପରିସରକୁ ଆସିଲେ ମୁଖ୍ୟ ସୁରକ୍ଷା ଅଧିକାରୀ
ଅନୁରାଗ ସେନ; (ଡାହାଣ) କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିର ମୁଖ୍ୟ ଫାଟକ
  • News18 Odia
  • Last Updated: September 17, 2021, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଚାନ୍ଦିପୁରରେ ଥିବା ଡି.ଆର୍‌.ଡି.ଓ.ର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ (ଆଇ.ଟି.ଆର୍‌.) ତଥ୍ୟ ଲିକ୍ କରିବା ମାମଲାରେ କ୍ରାଇମ୍‌ ବ୍ରାଞ୍ଚର ତନାଘନା ଜୋର୍‌ ଧରିଛି । ପାଞ୍ଚ ଜଣ ଅଭିଯୁକ୍ତଙ୍କ ସହ ସ୍କାନରକୁ ଆସିଛନ୍ତି ଡି.ଆର.ଡି.ଓ.ର ମୁଖ୍ୟ ସୁରକ୍ଷା ଅଧିକାରୀ (ସି.ଏସ୍‌.ଓ.) ଅନୁରାଗ ସେନ । ପୂର୍ବାଞ୍ଚଳ ପୋଲିସ ଆଇ.ଜି. ହିମାଂଶୁ ଲାଲଙ୍କ ଅଫିସରେ ଅନୁରାଗଙ୍କୁ ଜେରା କରିଛି କ୍ରାଇମ୍‌ ବ୍ରାଞ୍ଚର ଟିମ୍ ।

ଶୁକ୍ରବାର ଦିନ ପ୍ରାୟ ଘଣ୍ଟାଏ କାଳ ଧରି ଅନୁରାଗ ସେନଙ୍କୁ ଘାଣ୍ଟିଥିଲା ତଦନ୍ତକାରୀ ଟିମ୍ । ଆଇ.ଟି.ଆର.ର ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ବ ରହିଛି ଅନୁରାଗଙ୍କ ଉପରେ । ତେଣୁ ସେଠାରେ ସୁରକ୍ଷା ବଳୟ ଭେଦ କରି କିଭଳି ଗୁପ୍ତଚରଗିରି ଚାଲୁଥିଲା ସେ ନେଇ ତାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲା କ୍ରାଇମ୍ ‌ବ୍ରାଞ୍ଚ୍‌ । କୁହାଯାଉଛି ଯେ ଅନୁରାଗଙ୍କ ପାଖରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଗୁରୁବାରଠାରୁ ବାଲେଶ୍ୱରରେ ଥିବା ଦୁଇ-ଜଣିଆ ରାଷ୍ଟ୍ରୀୟ ତଦନ୍ତ ସଂସ୍ଥାର (NIA) ଏକ ଟିମ୍‌ ବି ଏସ୍‌.ପି.ଙ୍କ ସହ ଏହି ମାମଲା ଉପରେ ଆଲୋଚନା କରିଥିଲା । ପ୍ରାୟ ଦୁଇ ଘଣ୍ଟା କାଳ ଏନ୍‌.ଆଇ.ଏ. ଅଧିକାରୀମାନେ ଏସ୍‌.ପି. ସୁଧାଂଶୁ ଶେଖର ମିଶ୍ରଙ୍କ ଅଫିସରେ ରହି ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ ।

ଏହା ବି ପଢ଼ନ୍ତୁ | ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗ ଚଢ଼ାଉ କଲା; କେଜରୀୱାଲଙ୍କ ନିକଟ ହୋଇଥିଲେ

‘‘ତଦନ୍ତ ଏବେ ଆଗେଇ ଚାଲିଛି । କାଲିଠୁ ଏହି ମାମଲାର ଦାୟିତ୍ୱ ନେବା ପରେ ଆମେ ତଦନ୍ତରେ ଲାଗିଛୁ । ଏବେ ସେ ବିଷୟରେ କହିଲେ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ । ଆଗକୁ ଉପଯୁକ୍ତ ସମୟରେ ଆମେ ଆପଣମାନଙ୍କୁ (ଗଣ ମାଧ୍ୟମକୁ) ଜଣେଇବୁ । ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବା ବିଷୟରେ ଏ ପର୍ଯ୍ୟନ୍ତ ଆମେ ବିଚାର କରିନୁ । ତାହା କଲେ ଆପଣମାନେ ଜାଣିପାରିବେ,’’ କହିଛନ୍ତି କ୍ରାଇମ୍‌ ବ୍ରାଞ୍ଚର ଅତିରିକ୍ତ ଏସ୍‌.ପି. ପ୍ରଶାନ୍ତ ବିଶୋଇ ।

କ୍ରାଇମ୍‌ ବ୍ରାଞ୍ଚର ଅତିରିକ୍ତ ଏସ୍‌.ପି. ପ୍ରଶାନ୍ତ ବିଶୋଇ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Viral Video: ମଥା ଉପରେ ଚଢ଼ିଗଲା ଟ୍ରାକ୍ଟର୍‌ର ଚକ; ହେଲମେଟ୍ ପିନ୍ଧିଥିଲା ବୋଲି ବଞ୍ଚିଗଲା ଲୋକଟି

ପ୍ରତିରକ୍ଷା ବିଭାଗର ଗୁପ୍ତ ତଥା ସମ୍ବେଦନଶୀଳ ତଥ୍ୟ ପ୍ରଘଟ ଅଭିଯୋଗରେ ଚାନ୍ଦିପୁର ଆଇ.ଟି.ଆର୍‌.ର ପାଞ୍ଚ ଜଣ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । କୁହାଯାଉଛି ଯେ ଗିରଫଦାରି ତାଲିକା ଆହୁରି ଲମ୍ବିପାରେ । ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ କହିବା କଥା ଯେ ବଳରାମଗଡ଼ିରୁ ଭୀମପୁରା ପାହି ପର୍ଯ୍ୟନ୍ତ ପାଖାପାଖି ୧୩ କିଲୋମିଟର ସମୁଦ୍ର ଭପକୂଳ ପ୍ରତିରକ୍ଷା ବିଭାଗ ଅଧୀନରେ ରହିଥିବାରୁ ସୁରକ୍ଷା ଢିଲା ହେଲେ ବା ଗୁଇନ୍ଦା ତଥ୍ୟ ଲିକ୍ ହେଲେ ଏହି ବାଟ ଦେଇ ଅନୁପ୍ରବେଶ କିମ୍ବା ବଡ଼ ଆକ୍ରମଣ ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ ।

ଏହା ବି ପଢ଼ନ୍ତୁ |  ଜଣ ଆତଙ୍କବାଦୀ ଗିରଫ ହେଲେ; ଦାଉଦ୍ ଇବ୍ରାହିମର ଭାଇର ସାହାଯ୍ୟରେ ବିସ୍ଫୋରଣ ଯୋଜନା କରୁଥିଲେ

‘‘ଆଇ.ଟି.ଆର୍‌.ର ସୁରକ୍ଷା ବ୍ୟବସ୍ଥାକୁ ଗମ୍ଭୀର ଧ୍ୟାନ ଦେବାର ଆବଶ୍ୟକତା ଅଛି । ସେଠାକାର ରିକୃଟମେଣ୍ଟ ପଦ୍ଧତି ୧୦୦ ପ୍ରତିଶତ ଦୁର୍ନୀତିଶୂନ୍ୟ ହେବା ଉଚିତ । ଗିରଫ ହୋଇଥିବାଠିକା କର୍ମଚାରୀମାନଙ୍କୁ ଯେଉଁମାନେ ଯାଞ୍ଚ କରିବା ପରେ କାମ ଦେଇ ସେହି କ୍ୟାମ୍ପସ୍‌ ଭିତରେ ପୂରେଇଥିଲେ ସେମାନଙ୍କୁ ଅବିଳମ୍ବେ ନିଲମ୍ବନ କରାଯିବା ଉଚିତ,’’ କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଗୃପ୍ କ୍ୟାପଟେନ୍ ଶଶିକାନ୍ତ ପତି ।

ଗୃପ୍ କ୍ୟାପଟେନ୍ ଶଶିକାନ୍ତ ପତି


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଟେନିସ୍ ତାରକା ମାର୍ଟିନା ଏଇଥି ପାଇଁ ପାକିସ୍ତାନ PM ଇମ୍ରାନ ଖାନଙ୍କୁ କହିଥିଲେ ‘ତୁମକୁ ଲଜ୍ଜା ଲାଗିବା ଉଚିତ’

ବଳରାମଗଡ଼ିରୁ ଶହ ଶହ ଟ୍ରଲର ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଉଛନ୍ତି । ଅଧିକାଂଶ ସମୟରେ ବାଂଲାଦେଶ ସୀମା ଯାଏଁ ପହଞ୍ଚି ଯାଉଛନ୍ତି ସେମାନେ । ତାଛଡ଼ା ଆଇ.ଟି.ଆର୍‌. ଚାରି ପାଖରେ ଥିବା ସରକାରୀ ଜାଗାକୁ ବେଆଇନ ଭାବେ କବଜା କରି ରହିଛନ୍ତି ବହୁ ବାଂଲାଦେଶୀ ଅନୁପ୍ରବେଶକାରୀ । ସେମାନେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ପରୀକ୍ଷଣ, କ୍ଷେପଣାସ୍ତ୍ର ଓ ଗୋଳାବାରୁଦ ଉପରେ ନଜର ରଖୁଥିବା ସନ୍ଦେହ କରାଯାଉଛି । ଏସବୁ ପାରିପାର୍ଶ୍ବିକ ସ୍ଥିତିକୁ ନିୟମିତ ନିରୀକ୍ଷଣ ଓ ତର୍ଜମା କରା ନ ଗଲେ ଚାନ୍ଦିପୁର ଆଇ.ଟି.ଆର୍‌.ର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାର ବଡ଼ ଆଶଙ୍କା ରହିଛି ବୋଲି ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ବିଶେଷଜ୍ଞମାନେ ।
Published by: Anand S.T. Das
First published: September 17, 2021, 11:52 PM IST