ପୁରୀ: ମହିଳାଙ୍କ ଗଳାର ଚେନ୍ ନକଲି ଜାଣି ତାଙ୍କ ବେକ ମୋଡ଼ିଲା ଲୁଟେରା, ଭୟରେ ନଳାକୁ ଡେଇଁଲା

ଲୋକଙ୍କ ଭିଡ଼ ଭିତରେ ପୋଲିସ ବାବୁ ଚିଲାଉଥିଲେ, ‘‘କିଛି ହେବନି । ତୁ ନଳାରୁ ବାହାରି ଆ’ । ଯଦି ନ ବାହାରିବୁ ତୋ’ ବେଳା ଖରାପ ଜାଣ । ଭଲ ଦଶା ଅଛି ଯଦି ଚୁପ୍ କରି ବାହାରି ଆ’ ।’’ ନଳାରୁ କଳା ପଙ୍କରେ ସର ସର ହୋଇ ବାହାରିଥିଲା ୧୯ ବର୍ଷୀୟ ଲୁଟେରା ।

ପୁରୀ: ମହିଳାଙ୍କ ଗଳାର ଚେନ୍ ନକଲି ଜାଣି ତାଙ୍କ ବେକ ମୋଡ଼ିଲା ଲୁଟେରା, ଭୟରେ ନଳାକୁ ଡେଇଁଲା
ଲୁଟେରା ମଙ୍ଗଳ ଘୋଷ; (ଡାହାଣ) ଘଟଣା ସ୍ଥଳରେ ପୋଲିସ୍ ଓ ଭିଡ଼
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଲୁଟେରାମାନଙ୍କ ଦୌରାତ୍ମ୍ୟ ପୁରୀ ସହରରେ ବଢ଼ିଚାଲିଥିବା ବେଳେ ନିକଟରେ ଜଣେ ଲୁଟେରାଙ୍କ କାରନାମା ସମସ୍ତଙ୍କୁ ଚକିତ କରିଛି । ତା’ ଶିକାର ହୋଇଥିବା ଜଣେ ମହିଳାଙ୍କ ଗଳାରୁ ଚେନ୍‌ ଛିଡ଼େଇ ନେବା ପରେ ସେହି ଚେନଟି ନକଲି ବୋଲି ଜାଣି ଲୁଟେରା ମହିଳାଙ୍କ ଗଳା ମୋଡ଼ି ଦେଇଥିଲା ଓ ତା’ପରେ ସେଠୁ ଖସି ପଳାଇବାକୁ ଏକ ବିପଦଜନକ ପଦକ୍ଷେପ ନେଇଥିଲା ।

ଏହି ଘଟଣା ଜୁଲାଇ ୮ ତାରିଖ ସନ୍ଧ୍ୟାରେ କୁମ୍ଭାରପଡ଼ା ଥାନା ଅଧୀନ ବାଲିଉପର ବସ୍ତିରେ ଘଟିଥିଲା । ଦମୟନ୍ତୀ ରେଡ୍ଡୀ ନାମକ ଜଣେ ବୃଦ୍ଧା ଘରକୁ ଚାଲିଚାଲି ଯାଉଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଡେଇଁପଡ଼ି ତାଙ୍କ ବେକରେ ଥିବା ଚେନକୁ ଛିଡ଼ାଇ ନେଇଥିଲା । ହେଲେ ଚେନଟି ନକଲି ବୋଲି ଜାଣିବା ପରେ ସେ ବୃଦ୍ଧାଙ୍କ ତଣ୍ଟି ମୋଡ଼ି ଦେଇଥିଲା । ବୃଦ୍ଧା ଚିତ୍କାର କରିବାରୁ ସେଠାରେ ଲୋକେ ଜମା ହୋଇଯାଇଥିଲା । ଖସି ପଳାଇବାକୁ ଉଦ୍ୟମ କରି ଦୁର୍ବୃତ୍ତ ଜଣକ ପାଖରେ ଥିବା ୮ ଫୁଟ ଗଭୀର ବଡ଼ ନଳାକୁ ଡେଇଁପଡ଼ିଥିଲା ।

ଖବର ପାଇ ପୋଲିସ୍‌ ସେଠାରେ ପହଞ୍ଚିଥିଲା । ଲୁଟେରା ଯୁବକକୁ ନଳାରୁ ବାହାର କରି କରି ଗିରଫ କରିଥିଲା । ଯୁବକକୁ ଉଦ୍ଧାର ଓ ଗିରଫ କରିବାରେ ଲାଗିଥିଲେ କୁମ୍ଭାରପଡା ଥାନା ଅଧିକାରୀଙ୍କ ସମେତ ୧୫ ଜଣ ପୋଲିସ କର୍ମୀ । ୧୦୦ ମିଟର ଯାଏଁ ନଳାକୁ ଜଗିଥିଲେ ପୋଲିସ କର୍ମୀ । ଲୋକଙ୍କ ଭିଡ଼ ଭିତରେ ପୋଲିସ ବାବୁ ଚିଲାଉଥିଲେ, ‘‘କିଛି ହେବନି । ତୁ ନଳାରୁ ବାହାରି ଆ’ । ଯଦି ନ ବାହାରିବୁ ତୋ’ ବେଳା ଖରାପ ଜାଣ । ଭଲ ଦଶା ଅଛି ଯଦି ଚୁପ୍‌ କରି ବାହାରି ଆ’ ।’’

ବୃଦ୍ଧାଙ୍କ ଚିତ୍କାର ଶୁଣି ସେଠାରେ ଅନେକ ଲୋକ ଜମା ହୋଇଯାଇଥିଲେ ।


ପୋଲିସ୍‌ ବାବୁଙ୍କ ଏଇ କେଇ ପଦ କଥା ଶୁଣିବା ପରେ ରାସ୍ତା ପାଖ ଡ୍ରେନ ଭିତରୁ ବାହାରିଥିଲା ସେ ଯୁବକ – ୧୯ ବର୍ଷୀୟ ବାଟୁ ଓରଫ ମଙ୍ଗଳ ଘୋଷ । କଳା ପଙ୍କରେ ସର ସର ଥିଲା ତା’ ଗୋଟା ଦେହ । ସେଠି ଜମା ହୋଇଥିବା ଭିଡ଼ରୁ କିଛି ଲୋକ ତା’ ଉପରେ ବାଲଟିରେ ପାଣି ଢାଳି ତାକୁ ଗାଧୋଇ ସଫା କରିଥିଲେ । ତା’ପରେ ପୋଲିସ୍‌ ମଙ୍ଗଳକୁ ଭ୍ୟାନରେ ଭର୍ତ୍ତି କରି ଥାନାକୁ ନେଇଥିଲା । ତା’ ପର ଦିନ ତାକୁ କୋର୍ଟକୁ ଚାଲାଣ କରାଯାଇଥିଲା ।

ଏହି ଘଟଣା ଲୁଟର ଶିକାର ହୋଇଥିବା ବାଲିଉପର ବସ୍ତିର ଦମୟନ୍ତୀ ରେଡ୍ଡୀଙ୍କ ମନରେ ଗଭୀର ଭୟ ସୃଷ୍ଟି କରିଥିଲା । ‘‘ସନ୍ଧ୍ୟା ୮ଟା ବେଳେ ମୁଁ ଘରକୁ ଫେରୁଥିଲି । ପୋଲିସ ଲାଇନ ସ୍କୁଲରୁ ବାଲିଉପର ବସ୍ତି ରାସ୍ତାରେ ଯିବା ବେଳେ ଜଣେ ଯୁବକ ହଠାତ ମୋ’ ଉପରକୁ ଡେଇଁ ପଡ଼ିଥିଲା । ମୋ’ ବେକରେ ପଡ଼ିଥିବା ନକଲି ଚେନଟିକୁ ସେ ଝାମ୍ପି ନେଇଗଲା । ସେଇଟା ନକଲି ବୋଲି ଜାଣିବା ପରେ ଦୌଡ଼ି ଆସି ମୋ’ ବେକକୁ ଜୋରର୍‌ ମୋଡ଼ି ମୋତେ ଫୋପାଡ଼ିଦେଇଥିଲା । ଏହି ଘଟଣା ମୁଁ କେବେ ବି ଭୁଲିପାରିବି ନାହିଁ,’’ କହିଛନ୍ତି ରେଡ୍ଡୀ ।

ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଭିଡ଼ ହାତରୁ ରକ୍ଷା ପାଇବାକୁ ଲୁଟେରା ଯୁବକ ଜଣକ ସେହି ନଳାରେ ପ୍ରାୟ ୧୦୦ ମିଟର ଚାଲିଚାଲି ପଳାଇଯାଇଥିଲା ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀମାନେ । ପୋଲିସକୁ ଫୋନ କରିଥିବା ଶିବ ରେଡ୍ଡୀ କହିଛନ୍ତି, ‘‘ତିନୋଟି ପିସିଆର ଭ୍ୟାନ ସେଠି ପହଞ୍ଚିଥଲେ । ନଳା ଉପରେ ଜଗିରହିଥିଲେ ୧୫ ଜଣ ପୋଲିସ କର୍ମୀ । ଡ୍ରେନ ଭିତରକୁ ଟର୍ଚ୍ଚ ପକାଇ ଖୋଜାଯାଇଥିଲା ସେ ଦୁର୍ବୃତ୍ତକୁ । ଡ୍ରେନଟି ସହରର ଏକ ବଡ଼ ଡ୍ରେନ ହୋଇଥିବାରୁ ଓ ତାହା କାଚ ଓ କଣ୍ଟା ଆଦି ଆବର୍ଜନା ଭର୍ତ୍ତି ଥିବାରୁ ତା’ ଭିତରକୁ କେହି ପଶିବାକୁ ସାହାସ କରି ନ ଥିଲେ । କୁମ୍ଭାରପଡ଼ା ଥାନା ଅଧିକାରୀ ତାକୁ ବୁଝାଇବା ଓ ଧମକାଇବା ପରେ ସେ ବାଧ୍ୟ ହୋଇ ନଳାରୁ କଳା ପଙ୍କରେ ଜୁଡୁବୁଡୁ ହୋଇ ବାହାରିଥିଲା ।’’

ଏହା ବି ପଢ଼ନ୍ତୁ: କେରଳ ଡାକ୍ତରାଣୀ ଶୁଣାଇଲେ ଅନୁଭୂତି: ‘‘ଭିଡ଼ରେ ଜଣେ ଲୋକ ଆମ କାରରେ ମୁଣ୍ଡ ପୂରାଇ କାଶି ଦେଲା!’’

‘‘ବୃଦ୍ଧା ଦମୟନ୍ତୀ ରେଡ୍ଡୀଙ୍କ ପକ୍ଷରୁ କୁମ୍ଭାରପଡା ଥାନାରେ ଏତାଲା ରୁଜୁ ହୋଇଛି । ଦୁର୍ବୃତ୍ତ ଜଣକ ବଳିଆପଣ୍ଡା ଥାନା ଅଞ୍ଚଳ ବସ୍ତିର ୧୯ ବର୍ଷୀୟ ବାଟୁ ଓରଫ ମଙ୍ଗଳ ଘୋଷ । ତାକୁ ନଳାରୁ ଉଦ୍ଧାର କରିବା ପରେ ପୁରୀ ସଦର ହସପିଟାଲକୁ ନେଇ ତା’ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ଦମୟନ୍ତୀଙ୍କ ଏତାଲା ଅନୁଯାୟୀ ତା’ ନାଁରେ ଆଇପିସି ଦଫା ୩୪୧, ୩୨୩, ୩୯୨, ୫୧୧, ୩୫୪, ୩୦୭ ଓ ୫୦୭ ବଳରେ ମାମଲା ରୁଜୁ କରାଯାଇଛି । କୋବିଡ ଟେଷ୍ଟ କରାଯିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା । ତା’ ପରେ ତାକୁ ଜେଲକୁ ପଠାଯାଇଛି,’’ କହିଛନ୍ତି କୁମ୍ଭାରପଡ଼ା ଥାନା ଅଧିକାରୀ କୁଳମଣୀ ସେଠୀ ।
Published by: Anand Shankar Thankur Das
First published: July 11, 2020, 5:09 PM IST
corona virus btn
corona virus btn
Loading