ସେସୁ ସିରିୟସ୍, ଲାଇନ୍ କାଟିବ: ରାଜ୍ୟରେ ଲକ୍ଷାଧିକ ଗ୍ରାହକ ୨ ବର୍ଷ ହେଲା ବିଜୁଳି ବିଲ୍ ପଇଠ କରି ନାହାନ୍ତି

ଜାନୁଆରୀ ୧୫ ସୁଦ୍ଧା ବିଜୁଳି ବିଲ୍ ପୈଠ କରିବାକୁ ସେସୁ ପକ୍ଷରୁ ସମୟ ଦିଆଯାଇଛି । ଜାନୁୟାରୀ ୧୬ ତାରିଖରୁ ଲାଇନ୍ କାଟିବା ଆରମ୍ଭ ହେବ । ଏବେ ରାଜ୍ୟରେ ବିଦ୍ୟୁତ ଗ୍ରାହକମାନଙ୍କ ଉପରେ ସେସୁର ବାକି ପଡ଼ିଛି ସମୁଦାୟ ୧,୯୭୧ କୋଟି ଟଙ୍କା । ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ରହିଛି ୧୦୮ କୋଟି ଟଙ୍କାର ବକେୟା ବିଲ୍ ।

ସେସୁ ସିରିୟସ୍, ଲାଇନ୍ କାଟିବ: ରାଜ୍ୟରେ ଲକ୍ଷାଧିକ ଗ୍ରାହକ ୨ ବର୍ଷ ହେଲା ବିଜୁଳି ବିଲ୍ ପଇଠ କରି ନାହାନ୍ତି
ରାଜ୍ୟରେ ବିଦ୍ୟୁତ ଗ୍ରାହକମାନଙ୍କ ଉପରେ ସେସୁର ବାକି ପଡ଼ିଛି ସମୁଦାୟ ୧,୯୭୧ କୋଟି ଟଙ୍କା
  • News18 Odia
  • Last Updated: December 10, 2019, 6:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: ଏଥର ବାକିଥିବା ବିଜୁଳି ବିଲ୍ ତୁରନ୍ତ ପଇଠ ନ କଲେ ଘରେ ବା ବେପାର ସ୍ଥାନରେ କଟିବ ଲାଇନ୍‌ । ଦିନକୁ ଦିନ ବଢ଼ି ଚ଼ାଲିଥିବା ଆର୍ଥିକ ବୋଝ ତଳେ ଦବି ନ ଯିବା ପାଇଁ ସେସୁ (Central Electricity Supply Utility of Orissa ବା CESU) ଶୁଣାଇଛି ଏଭଳି ଚ଼ରମ ଚ଼େତାବନୀ ।

ସେସୁର ସିଇଓ ଅରୁଣ ବୋଥ୍ରା କହିଛନ୍ତି ଯେ ରାଜ୍ୟରେ ଗ୍ରାହକମାନେ ବିଦ୍ୟୁତ ସେବା ବ୍ୟବହାର କରୁଛନ୍ତି ସତ, କିନ୍ତୁ ନିୟମିତ ବିଲ୍ ପଇଠ କରୁନାହାଁନ୍ତି । ଫଳରେ ସେସୁର ଆର୍ଥିକ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି ।

‘‘ରାଜ୍ୟରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ଗତ ଦୁଇ ବର୍ଷ ହେଲା ବିଦ୍ୟୁତ ବିଲ୍ ପୈଠ କରି ନାହାଁନ୍ତି । ସେମାନଙ୍କ ସଂଖ୍ୟା ହେଲା ଏକ ଲକ୍ଷ ୪ ହଜାର, ଯେଉଁମାନଙ୍କ ଉପରେ ବକେୟା ପଡିଛି ୩୯୪ କୋଟି ଟଙ୍କା,’’ କହିଛନ୍ତି ବୋଥ୍ରା ।

ଏତିକିରେ ସରିନି କଥା । ଜାଣିଲେ ଆଶ୍ଟର୍ଯ୍ୟ ହୋଇଯିବେ ଯେ ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ବାକି ପଡିଛି ୧୦୮ କୋଟି ଟଙ୍କା  । ବିଭିନ୍ନ ଶିଳ୍ପ ସଂସ୍ଥା ଗୁଡିକ ବିଜୁଳି ବିଲକୁ ନେଇ କୋର୍ଟରେ କେସ ବି କରିଛିନ୍ତି । କୋର୍ଟରେ ମାମଲା ଚାଲିଥିବାରୁ ସେମାନଙ୍କ ଠାରୁ ଆଦାୟ କରାଯାଇପାରୁନି ବକେୟା ବିଲ୍ ।

ସେସୁର ସିଇଓ ଅରୁଣ ବୋଥ୍ରା: ନୋ ପେମେଣ୍ଟ, ନୋ ପାୱାର


ସେହିପରି ୭ ପ୍ରତିଶତ କମର୍ସିଆଲ ସଂସ୍ଥା, ଯଥା ଦୋକାନ, ବଡ଼ ବଡ଼ ମଲ୍, ମଲ୍ଟିପ୍ଲେକ୍ସ ବିଦ୍ୟୁତ ବିଲ୍ ଦେବାକୁ କୁଣ୍ଠାବୋଧ କରୁଛନ୍ତି । ନିୟମିତ ବିଦ୍ୟିତ୍‌ ବିଲ୍ ଦେଉ ନଥିବାରୁ ଏବେ ରାଜ୍ୟରେ ଗ୍ରାହକମାନଙ୍କ ଉପରେ ସେସୁର ବାକି ପଡ଼ିଛି ସମୁଦାୟ ୧,୯୭୧ କୋଟି ଟଙ୍କା, ଯାହାକୁ ନେଇ ଚିନ୍ତାରେ ପଡିଛି ସେସୁ ।

କେମିତି ଏତେ ବକେୟା ପଡ଼ିଥିବା ଟଙ୍କା ଆଦାୟ କରାଯିବ ସେଥିପାଇଁ ସେସୁ ତିଆରି କରିଛି ବ୍ଲୁପ୍ରିଣ୍ଟ୍‌ । ଜାନୁୟାରୀ ୧୫ ସୁଦ୍ଧା ବିଲ୍ ପୈଠ କରିବାକୁ ସେସୁ ପକ୍ଷରୁ ସମୟ ଦିଆଯାଇଛି ।  ଜାନୁୟାରୀ ୧୫ ସୁଦ୍ଧା ବିଲ୍ ନ ଦେଲେ ୧୬ ତାରିଖରୁ ଘରୁ ବା ବେପାର ସ୍ଥାନରୁ କଟିବ ବିଦ୍ୟୁତ ଲାଇନ୍‌। ବିଦ୍ୟୁତ କାଟିବାକୁ ପ୍ରସ୍ତୁତ କରାଯିବ କଟ୍ ଡ୍ରାଇଭ । ଚିହ୍ନଟ ହେବେ ବିଦ୍ୟୁତ ବିଲ୍ ପୈଠ କରି ନଥିବା ଲୋକ ।

ବିଦ୍ୟୁତ ଗ୍ରାହକଙ୍କ ପାଇଁ ସେସୁର ଏଭଳି ଚ଼େତାବନୀ ପରେ ଖାମଖିଆଲି ଗ୍ରାହକମାନଙ୍କ ଛାତିରେ ଛନକା ପଶିଛି ।  ତେବେ ଯେଉଁମାନେ ଏତେ ଟଙ୍କା ଏକା ଥରେ ଦେବାକୁ ସକ୍ଷମ ନାହାନ୍ତି ସେମାନେ ସେସୁ କାର୍ଯ୍ୟାଳୟକୁ ଯାଇ କିସ୍ତିରେ ଟଙ୍କା ଦେଇ ପାରିବେ ବୋଲି କହିଛନ୍ତି ବୋଥ୍ରା ।
First published: December 10, 2019, 6:32 PM IST