ବକେୟା ବିଜୁଳି ବିଲ୍ ନଦେଲେ ୧୬ରୁ କଟିବ ସଂଯୋଗ: ଶେଷ ଚେତବାନୀ ଶୁଣେଇଲା ସେସୁ

ବିଦ୍ୟୁତ ବିତରଣ କରୁଥିବା କମ୍ପାନୀ ସେସୁ ବିଲ୍ ବକେୟା ରଖିଥିବା ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ନେଇ ଚେତାବନୀ ଦେଇଛି । ଫଳରେ ଲୋକଙ୍କ ଭିତରେ ଛନକା ପସିଛି ।

ବକେୟା ବିଜୁଳି ବିଲ୍ ନଦେଲେ ୧୬ରୁ କଟିବ ସଂଯୋଗ: ଶେଷ ଚେତବାନୀ ଶୁଣେଇଲା ସେସୁ
ଅନେକ ଲୋକଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇପାରେ ।
  • News18 Odia
  • Last Updated: January 12, 2020, 1:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ପ୍ରମୁଖ ବିଦ୍ୟୁତ ବିତରଣ କମ୍ପାନୀ ସେସୁ ବିଦ୍ୟୁତ ବିଲ୍ ବକେୟା ରଖିଥିବା ଗ୍ରାହକଙ୍କ କଡ଼ା ଚେତାବନୀ ଦେଇ ଆସନ୍ତା ୧୬ ତାରିଖ ପୂର୍ବରୁ ବିଲ୍ ପୈଠ ନକଲେ ସଂଯୋଗ କାଟିଦିଆଯିବ ବୋଲି କହିଛି । ଏନେଇ ପୂର୍ବରୁ ବହୁଥର ସୂଚନା ଦିଆଯାଇଥିଲେ ବି ଲୋକମାନେ ସଚେତନ ହେଉନଥିବାରୁ ସେସୁ ଶେଷରେ ଚରମବାଣୀ ଶୁଣାଇବା ସହ ଏଭଳି କଡ଼ା ପଦକ୍ଷେପ ନେବା ଲାଗି ପ୍ରସ୍ତୁତ ହୋଇଯାଇଛି । କନେକ୍ସନ କାଟିବା ପାଇଁ ସେସୁ ୪୧୩ଟି ସ୍ବାର୍ଡ଼ ଗଠନ କରିଛି ।

ଏହି ଅଭିଯାନରେ ସେସୁ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ବଘରୁ ବିଦ୍ୟୁତ ସଂଯୋଗ କାଟିବାକୁ ସ୍ଥିର କରିଛି । ଏଥିରେ ୧୧୩୯୭ଟି ଗାଁ ସାମିଲ ଥିବାବେଳେ ୪୧୩ଟି ସ୍ବାର୍ଡ଼ ଏହି ଗାଁ ଗୁଡ଼ିକ ବୁଲି କନେକ୍ସନ କାଟିବେ । ବକେୟା ବିଲ୍ ପୈଠନେଇ ଚେତାବନୀ ଦେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ଲକ୍ଷ ୧୦ ହଜାରରୁ ଊର୍ଦ୍ଧ୍ବଲୋକ ୨୧ କୋଟି ବକେୟା ପୈଠ କରିସାରିଥିବାବେଳେ ଏବେବି ଆହୁରି ୮ଲକ୍ଷ ଲୋକଙ୍କ ଉପରେ ୧୯୭୧ କୋଟିର ବକେୟା ବାକିଥିବାବେଳେ ୨୧କୋଟି ଆଦାୟ ହୋଇଥିବାବେଳେ ୧୯୫୧କୋଟି ବାକିଥିବା ଜଣା ପଡ଼ିଛି । ବକେୟା ଦେବା ପାଇଁ ସେସୁ ୩ଟି ସ୍କିମ କରିଛି । ଏହି କ୍ରମରେ ଯଉଁମାନଙ୍କର ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବିଲ୍ ବାକି ଅଛି ସେମାନେ ଏହା ୩୦% ଡାଉନପେମେଣ୍ଟ ଦେଇ ବକେୟା ବିଲ୍ ୩ଟି କିସ୍ତିରେ, ୨୫ରୁ ୫୦ହଜାର ବାକିଥିବା ଗ୍ରାହକ ୩୦% ହିସାବରେ ୪ଟି କିସ୍ତିରେ ଏବଂ ୫୦ହଜାରରୁ ଅଧିକ ବାକିଥିବା ଗ୍ରାହକ ୬ଟି କିସ୍ତିରେ ବିଲ୍ ପୈଠ କରିପାରିବେ ।

ଏନେଇ ସେସୁ ପକ୍ଷରୁ ୮ ଲକ୍ଷ ୩୬ହଜାର ଘରୋଇ ଗ୍ରାହକ ଏବଂ ୫୯, ୧୯୦ଟି ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ୍ ଦିଆଯାଇଛି । ସେସୁ ସିଇଓ ଅରୁଣ ବୋଥ୍ରା କହିଛନ୍ତି ‘‘ ବିଭିନ୍ନ ବିଭାଗ ଅଧୀନରେ ଥିବା ସରକାରୀ ସଂସ୍ଥାଗୁଡ଼ିକର ବିଲକୁ ସରକାର ମାର୍ଚ୍ଚମାସ ବେଳକୁ ପୈଠକ କରିଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହା ସହ ୨୦୨୦ରୁ ପ୍ରତି ମାସରେ ବିଦ୍ୟୁତ ବିଲ୍ ପୈଠ କରିବାକୁ ସମସ୍ତ ସରକାରୀ ସଂସ୍ଥା କହିଥିବା’’ ସେ କହିଥିଲେ ।  ତେବେ ଆଗକୁ ମାଟ୍ରିକ ପରୀକ୍ଷା ଥିବାବେଳେ ବିଦ୍ୟୁତ କନେକ୍ସନ କାଟିବାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ଏନେଇ କଟକରେ କେତେକ ଲୋକ ପ୍ରତିକ୍ରିୟାର କହିଛନ୍ତି କି, ‘‘ଯାହା ଉପରେ ବିଜୁଳି ବକେୟା ଅଛି ସେମାନେ ସମସ୍ତେ ପୈଠ କରିପାରିବେ ତାହା ସନ୍ଦେହ । ସେହିପରି ଶିଳ୍ପ ସଂସ୍ଥାମାନଙ୍କ ଉପରେ ବାକିଥିବା ୬ହଜାର କୋଟି କେବେ ସୁଦ୍ଧା ଆଦାୟ ହେବ ସେନେଇ କ’ଣ ଆଭିମୁଖ୍ୟ ତାହାବି ସ୍ପଷ୍ଟ କରିବା ଦରକାର । ସେହିପରି ଏତେ ବକେୟା ରଖିବା ପର୍ଯ୍ୟନ୍ତ କଥା ଗଲା କାହିଁକି । ବରଂ ଏନେଇ ସେସୁ ପେଣ୍ଡିଂ  ସମସ୍ୟାର ସମାଧାନ କରିବା ଦରକାର’’ ବୋଲି ଲୋକମାନେ କହିଛନ୍ତି ।
First published: January 12, 2020, 1:10 PM IST