ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ସମ୍ପନ୍ନ ହେଲା; ବିବାଦ ଯୋଗୁଁ ନୀତି ଓ ବେଶ ବିଳମ୍ବିତ ରହିଲା

ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ସମ୍ପନ୍ନ ହେଲା; ବିବାଦ ଯୋଗୁଁ ନୀତି ଓ ବେଶ ବିଳମ୍ବିତ ରହିଲା

ସେବାୟତମାନଙ୍କ ମଧ୍ୟରେ ବେଶକୁ ନେଇ ବିବାଦ ଦେଖାଦେବାରୁ ନୀତି ନିର୍ଘଣ୍ଟର ତିନି ଘଣ୍ଟା ବିଳମ୍ବରେ ସମ୍ପନ୍ନ ହୋଇଥିଲା ନାଗାର୍ଜୁନ ବେଶ । ଏ ବର୍ଷର ବେଶକୁ ମ୍ୟୁଜିୟମରେ ରଖିବା ପାଇଁ ବେଶକୁ ପ୍ରଶାସନକୁ ଦାନ କରିଛନ୍ତି ସେବାୟତ ବଳରାମ ଖୁଣ୍ଟିଆ ।

ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ସମ୍ପନ୍ନ ହେଲା; ବିବାଦ ଯୋଗୁଁ ନୀତି ଓ ବେଶ ବିଳମ୍ବିତ ରହିଲା
ନାଗାର୍ଜୁନ ବେଶ
  • News18 Odia
  • Last Updated: November 27, 2020, 7:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କାର୍ତ୍ତିକ ଶୁକ୍ଳ ପଞ୍ଚକ ଦ୍ୱାଦଶୀର ମଳ ତିଥିରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସୁସଜ୍ଜିତ ହୋଇଛନ୍ତି ମହାପ୍ରଭୁ । କୋଭିଡ କଟକଣାରେ ଯେଭଳି ବିନା ଭକ୍ତରେ ରଥ ଯାତ୍ରା ହେଲା ସେହି ଭଳି ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ନାଗାର୍ଜୁନ ବେଶ । ପ୍ରଶାସନ ପକ୍ଷରୁ ଭକ୍ତଙ୍କ କଟକଣାକୁ ନେଇ ନଭେମ୍ବର ୨୭ ରାତି ୨ଟାରୁ ବେଶ ଓଳାଗି ପର୍ଯ୍ୟନ୍ତ ଜାରି ହୋଇଥିଲା ୧୪୪ ଧାରା । ଭକ୍ତମାନେ ଘରେ ରହି ମହାପ୍ରଭୁଙ୍କ ଉପାସନା କରି କରିଛନ୍ତି ଆତ୍ମା ଚକ୍ଷୁରେ ଦର୍ଶନ।

ସେବାୟତମାନଙ୍କ ମଧ୍ୟରେ ବେଶକୁ ନେଇ ବିବାଦ ଦେଖାଦେବାରୁ ନୀତି ନିର୍ଘଣ୍ଟର ତିନି ଘଣ୍ଟା ବିଳମ୍ବରେ ସମ୍ପନ୍ନ ହୋଇଥିଲା ନାଗାର୍ଜୁନ ବେଶ । ଚଳିତ ବର୍ଷର ବେଶକୁ ମ୍ୟୁଜିୟମରେ ରଖିବା ପାଇଁ ବେଶକୁ ପ୍ରଶାସନକୁ ଦାନ କରିଛନ୍ତି ବେଶ ସ୍ଵୀକୃତିପ୍ରାପ୍ତ ସେବାୟତ ଚକ୍ରକୋଟ ବଳରାମ ଖୁଣ୍ଟିଆ ।

ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆ

‘‘ମୁଁ ଯେତେବେଳେ ୧୪ ବର୍ଷର ହୋଇଥିଲି ସେତେବେଳେ ପଡ଼ିଥିଲା ଏହା ପୂର୍ବର ନାଗାର୍ଜୁନ ବେଶ । କିଭଳି ବେଶ ନିର୍ମାଣ ହୋଇଥିଲା ମୁଁ ଜାଣିନଥିଲି । ତେଣୁ ଚଳିତ ବର୍ଷ ବେଶ କରିବା ନେଇ ଯେତେବେଳେ ଦାୟିତ୍ବ ମିଳିଲା ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ଆରମ୍ଭ କରିଥିଲି କାର୍ଯ୍ୟ । ବିଜୟା ଦଶମୀରେ ବେଶ ନିର୍ମାଣ ଅନୁକୂଳ ପର୍ବ ପରେ ପୁଷ୍ପାଳକ ନିଯୋଗର ତତ୍ତ୍ୱବଧାନରେ ମିଳିଥିବା ମାପ ଅନୁସାରେ ଆରମ୍ଭ ହୋଇଥିଲା ବେଶ ନିର୍ମାଣ କାର୍ଯ୍ୟ । ଆଠ ଜଣ ବେଶ କରିଗରଙ୍କୁ ନେଇ ସୋଲ, ଜରି ଓ ଜମ୍ବୁରାରେ କାମ କରିଥିଲୁ,’’ କହିଛନ୍ତି ଖୁଣ୍ଟିଆ ।

ପରମ୍ପରା ମୁତାବକ ନାଗାର୍ଜୁନ ବେଶରେ ହାଣ୍ଡିଆ, ତାଟି, ଧନୁ, ଶର ଓ ଷୋଡ଼ଶ ଆୟୁଧ ସହ ବାଘ ଛାଲ ଓ ନିଶ ଆଦି ଅନ୍ଯାନ୍ଯ ସାମଗ୍ରୀ ବ୍ୟବହୃତ ହୋଇଥିଲା । ଏକାଦଶୀ ତିଥି ରାତି ୨ଟା ସମୟରେ ଘଣ୍ଟ ଘଣ୍ଟା ଛତା କାହାଳୀ ସହ ବିରାଟ ପଟୁଆରରେ ମଙ୍ଗଳାର୍ପଣ ହୋଇ ବାହାରିଥିଲା ବେଶ । ‘‘ବେଶ ନେଇ ଶ୍ରୀମନ୍ଦିରରେ ପହଁଞ୍ଚାଇବା ପରେ ନିଜେ ଦାୟିତ୍ୱମୁକ୍ତ ହେବା ସହ ମହାପ୍ରଭୁ ନାଗାର୍ଜୁନ ବେଶରେ ସୁସଜିତ ହେବା ପରେ ବେଶ ଦର୍ଶନର ଆନନ୍ଦ ଅତୁଳନୀୟ,’’ କହିଛନ୍ତି ୪୦ ବର୍ଷୀୟ ବେଶ କାରିଗର ବସନ୍ତ ରଣା ।

ନାଗାର୍ଜୁନ ବେଶରେ ବ୍ୟବହୃତ ସାମଗ୍ରୀ ତିଆରି କରୁଥିବା ଜଣେ ସେବାୟତ


ଚକ୍ରକୋଟ ଜଗନ୍ନାଥ ଖୁଣ୍ଟିଆଙ୍କ ପରିବାରକୁ ନାଗାର୍ଜୁନ ବେଶ କରିବାର ସତ୍ତ୍ୱଲିପି ରହିଛି । ସେ ନେଇ ଚଳିତ ବର୍ଷ ଅର୍ଥାତ ୨୫ ବର୍ଷ ପରେ ଏ ଥର ବେଶର ଅଧିକାର ପାଇଛନ୍ତି ୪୮ ବର୍ଷୀୟ ଚକ୍ରକୋଟ ସେବାୟତ ବଳରାମ ଖୁଣ୍ଟିଆ । ନିଜ ମଣିକର୍ଣ୍ଣିକା ସାହି ଘରେ  ବେଶ ପାଇଁ କରିଗରଙ୍କୁ ସବୁ ସରଞ୍ଜାମ ଯୋଗାଇ ଦେଇଥିଲେ ସେ ।

ଏହା ବି ପଢ଼ନ୍ତୁ | ବିବାହ ପରେ ବି ଅଫେୟାର୍ ଚଳାଇଥିଲା; ପତ୍ନୀ ଦେଲା ନିଆରା ଦଣ୍ଡ; ହାତଗୋଡ଼ ବାନ୍ଧିବା ପରେ...

‘‘ଦ୍ଵାଦଶୀ ମଳ ତିଥିରେ ନିର୍ମାଣ ହୋଇଥିବା ନାଗାର୍ଜୁନ ବେଶ ଶ୍ରୀମନ୍ଦିରକୁ ବାହାରିଥିଲା ବିରାଟ ପାଟ ପଟୁଆରରେ । ଘଣ୍ଟ ଘଣ୍ଟା କାହାଳି ବାଜା ରୋଷଣୀରେ ବେଶକୁ ମଙ୍ଗଳାର୍ପଣ କରିବା ପରେ ନିଆଯାଇଥିଲା ଶ୍ରୀମନ୍ଦିରକୁ । ମଣିକର୍ଣ୍ଣିକା ସାହି ଓ ହରଚଣ୍ଡୀ ସାହି ଦେଇ ସିଂହଦ୍ୱାର ପାର୍‌ କରି ମନ୍ଦିରକୁ ଯାଇଥିଲା ବେଶ । ତେବେ ଆମ ପରିବାରକୁ ମହାପ୍ରଭୁ ଏଭଳି ସେବା ଦେଇଥିବାରୁ ଆମେ ଧନ୍ୟ । ଚଳିତ ବର୍ଷ ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଥିବାରୁ ବେଶ ଓଳାଗି ବା କଢ଼ା ହେବା ପରେ ମ୍ୟୁଜିୟମରେ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଦେଇଛି,’’ ଭାବବିହ୍ଵଳ ହୋଇ କହିଛନ୍ତି ସେବାୟତ ଚକ୍ରକୋଟ ବଳରାମ ଖୁଣ୍ଟିଆ  ।

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି ଯେ ରାତି ୨ଟାରେ ବେଶ ଶ୍ରୀମନ୍ଦିରକୁ ଆସିବା ପାଇଁ ହୋଇଥିଲା ବ୍ୟବସ୍ଥା ।  ସେ ନେଇ ଶ୍ରୀମନ୍ଦିର ଦ୍ୱାରଫିଟା ୨ଟା ୪୫ରେ ହୋଇଥିବା ବେଳେ ଭିତର ଶୋଧ ୩ଟା ୨୫ରେ, ମଙ୍ଗଳ ଆଳତି ୩ଟା ୩୫ରେ, ମଇଲମ ୩ଟା ୪୦ରେ, ତଡ଼ପଲାଗି ୪ଟାରେ ଓ ନାଗା ବେଶ ମନ୍ଦିରକୁ ବିଜେ ୪ଟା ୧୦ରେ ହୋଇଥିଲା । ‘‘ଅବକାଶ ପୂଜା ଶେଷ ୪ଟା ୩୫ରେ ଓ ନାଗାର୍ଜୁନ ବେଶ ଆରମ୍ଭ ୪ଟା ୪୫ରେ ହୋଇଥିଲା । ସକାଳ ୧୦ଟା ୧୫ରେ ବେଶ ଲାଗି ସମ୍ପୁର୍ଣ୍ଣ ହୋଇ ନାଗାର୍ଜୁନ ବେଶରେ ମହାପ୍ରଭୁ ଦର୍ଶନ ଦେଇଥିଲେ,’’ କହିଛନ୍ତି ସାହୁ ।

ଏହା ବି ପଢ଼ନ୍ତୁ କମେଡିଆନ ଭାରତୀ ସିଂ ଗିରଫ ହେଲେ; ତାଙ୍କ ଘରୁ ଗଞ୍ଜେଇ ଜବତ; ସ୍ୱାମୀଙ୍କ ସହ ସେବନ କରୁଥିଲେ

ହେଲେ ନାଗାର୍ଜୁନ ବେଶ ଲାଗିରେ ହୋଇଥିଲା ତିନି ଘଣ୍ଟା ବିଳମ୍ବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୋର ୪ଟାରେ ବେଶ ଲାଗି କରିବା ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା । ହେଲେ ଭଣ୍ଡାରମେକାପ ପାଳିଆ ମେକାପଙ୍କୁ ସୁବର୍ଣ୍ଣ ଅଳଙ୍କାର ଦେବା ପରେ ଓ ସେ ସିଂହାରୀଙ୍କୁ ହସ୍ତାନ୍ତର କରିବା ପରେ ସେମାନେ ବେଶ କରିବାର ଥିଲା । ହେଲେ ଅତ୍ୟଧିକ ସିଂହାରି ସେବାୟତ ରହିଥିବାରୁ ଅଳଙ୍କାର ମଣତି କରି କିଏ ନେବ ସେ ନେଇ ହୋଇଥିଲା ବିବାଦ ।

ଏତେ ସଂଖ୍ୟକ ସିଂହାରି ସେବୟତଙ୍କର ରତ୍ନ ସିଂହାସନରେ କାର୍ଯ୍ୟ କ’ଣ ବୋଲି ପ୍ରଶ୍ନ କରିଥିଲେ ଖୁଣ୍ଟିଆ ସେବାୟତ । ଏହି ବିବାଦକୁ ନେଇ ବେଶ ତିନି ଘଣ୍ଟା ବିଳମ୍ବ ହୋଇଥିଲା । ପରେ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ପହଞ୍ଚି ବେଶ ତ୍ୱରିତ କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରିବା ପରେ ସାଢ଼େ ୭ଟାରେ ବେଶ ଆରମ୍ଭ ହୋଇଥିଲା ।

ଏହା ବି ପଢ଼ନ୍ତୁ | KBC 12: ତୃତୀୟ କୋଟିପତି ହେଲେ ଅନୁପା ଦାସ; ୧ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଲେ

ହାଣ୍ଡିଆର ମାପ ଟିକିଏ ଛୋଟ ହୋଇଥିବାରୁ ସେଥି ପାଇଁ ବି ସମସ୍ୟା ହୋଇଥିଲା । ସକାଳ ୯ଟା ସୁଦ୍ଧା ମହାପ୍ରଭୁ ହାଣ୍ଡିଆ ଓ ଢେଣୁ ଆଦି ଲାଗି ହୋଇଥିବା ବେଳେ ଶ୍ରୀ ପୟର ଓ ଶ୍ରୀଭୁଜ ଲାଗି ହୋଇଥିଲେ । ତେଣୁ ନୀତିରେ ବିଳମ୍ବ ହେତୁ ବେଶରେ ମଧ୍ୟ ବିଳମ୍ବ ହୋଇଥିବା ସ୍ୱୀକାର କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ୫୮ ବର୍ଷୀୟ ରାମଚନ୍ଦ୍ର ଦାସ ମହାପାତ୍ର ।

‘‘ଶୃଙ୍ଖଳିତ ଭାବେ ସମାପନ ହୋଇଛି ନାଗାର୍ଜୁନ ବେଶ । ରଥ ଯାତ୍ରାକୁ ଯେଭଳି ବିନା ଭକ୍ତରେ କରାଯାଇଥିଲା ସେହି ଭଳି ବିନା ଭକ୍ତରେ ହୋଇଛି ନାଗାର୍ଜୁନ ବେଶ । ପୁରୀ ସହରବାସୀ ଓ ଜଗନ୍ନାଥ ପ୍ରେମୀ ଏ ନେଇ ସହଯୋଗ କରିଛନ୍ତି । ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଥିଲା । ଶ୍ରୀମନ୍ଦିର ଭିତରକୁ କେହି ଅଣସେବାୟତ କି ମୋବାଇଲ ଫୋନ୍‌ ନେଇ କୌଣସି ବ୍ୟକ୍ତି ନ ଯିବା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଭକ୍ତଙ୍କ ପାଇଁ ମହାପ୍ରସାଦ ବିକ୍ରି ଜଗନ୍ନାଥ ବଲ୍ଲଭରେ କରାଯାଇଥିଲା। ପ୍ରଶାସନକୁ ସହଯୋଗ କରିଥିବାରୁ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଧନ୍ୟବାଦ ଜଣାଉଛୁ,’’ କହିଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ।

ଏହା ବି ପଢ଼ନ୍ତୁଗର୍ଭବତୀ ଅନୁଷ୍କା ଶର୍ମା ଗୋଟେ ପରେ ଗୋଟେ ଶୁଟିଂ କରିବା ଆରମ୍ଭ କରିଛନ୍ତି; ମେ ମାସରୁ ପୂର୍ବ ପରି ସୁଟିଂ କରିବେ

ଦୋଳମଣ୍ଡପ ସାହିର  ୫୬ ବର୍ଷୀୟା ଭକ୍ତ ଉର୍ମିଳା ପତି କହିଛନ୍ତି ସେ ୨୫ ବର୍ଷ ତଳେ ରତ୍ନସିଂହାସନ ପାଖରେ ଠିଆ ହୋଇ ଚର୍ମ ଚକ୍ଷୁରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ କରିଥିଲେ । ‘‘ସେ ଦିନ ସୋରିଷଟିଏ ପକାଇବାକୁ ଜାଗା ନ ଥିଲା । ପୁଣି ଦଳା ଚକଟାରେ ଛଅ ଜଣ ମରିଥିଲେ । ଏତେ ଭୟ ଓ କଷ୍ଟରେ ଦର୍ଶନ କରିଥିବା ବେଳେ ଆଜି କୋଭିଡ ସକାଶେ ଦର୍ଶନରୁ ବଞ୍ଚିତ ହେବା ଦୁଃଖଦାୟକ,’’ କହିଛନ୍ତି ପତି ।



ସ୍ନାନ ପୂର୍ଣିମା ଓ ରଥ ଯାତ୍ରା ଭଳି ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ମଧ୍ୟ କୋଭିଡ କଟକଣାରେ ବିନା ଭକ୍ତରେ ଅନୁଷ୍ଠିତ ହେଲା । ତେବେ କେବେ ମିଳିବ କାଳିଆର ଦର୍ଶନ ତାକୁ ଅନେଇ ଅନେଇ ଆଖିରୁ ଲୁହ ସୁଖେଇ ଅପେକ୍ଷା କରିଛନ୍ତି କୋଟି କୋଟି ଭକ୍ତ ।
Published by: Anand Shankar Thankur Das
First published: November 27, 2020, 7:07 PM IST