News18 Odia Digital
ଭୁବନେଶ୍ବର: ରବିବାର ଦିନ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଗ୍ରାମଗୁଡ଼ିକରେ ଇଣ୍ଟରନେଟ୍ ସଂଯୋଗକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶାରେ ପ୍ରାୟ ୪ ହଜାର ମୋବାଇଲ ଟାୱାର ସ୍ଥାପନ କରାଯିବ।
ଟାୱାର ଅଭାବରୁ ରାଜ୍ୟର ପ୍ରାୟ ୬ ହଜାରରୁ ଅଧିକ ଗାଁ ମୋବାଇଲ ନେଟୱାର୍କରୁ ଦୂରେଇ ରହିଛି। ତେଣୁ ରାଜ୍ୟର ସମସ୍ତ ଗ୍ରାମକୁ ନେଟ୍ ସଂଯୋଗ ଯୋଗାଇବା ପାଇଁ ୩,୯୩୩ ମୋବାଇଲ ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି 4G ଓ 5G ଟେକ୍ନୋଲୋଜିର ସ୍ୱଦେଶୀ ବିକାଶ ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛନ୍ତି।
ସେ ଏଠାରେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, “ମୋବାଇଲ୍ ଫୋନ୍ ରେଡିଓ ନେଟୱାର୍କ ପାଇଁ ଖୁବ୍ ଶୀଘ୍ର ବଜାରରେ 5G ଟେକ୍ନୋଲୋଜି ପ୍ରଚଳିତ ହେବ।’’
ରେଳ ବିଭାଗରେ ଓଡ଼ିଶା ପାଇଁ ଆବଣ୍ଟନ ସମ୍ପର୍କରେ ରାଜ୍ୟର ରାଜ୍ୟସଭା ସାଂସଦ ବୈଷ୍ଣବ କହିଛନ୍ତି, “ଉପା ଶାସନ ଅପେକ୍ଷା କେନ୍ଦ୍ରରେ ବିଜେପି ସରକାରଙ୍କ ଅଧୀନରେ ଅଧିକ ଅର୍ଥ ମଞ୍ଜୁର ହୋଇଛି। ଉପା ସରକାର ୨୦୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୦୦ କୋଟି ଆବଣ୍ଟନ କରିଥିବାବେଳେ ବିଜେପି କ୍ଷମତାକୁ ଆସିବା ପରେ ୨୦୧୪ରେ ରାଜ୍ୟକୁ ୪,୧୨୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି।”
ବୈଷ୍ଣବ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ପାଇଁ ୯,୭୩୪ କୋଟି ଆବଣ୍ଟନ କରାଯାଇଛି ଓ ରାଜ୍ୟରେ ୧୨ଟି ରେଳ ଷ୍ଟେସନର ନବୀକରଣ ପାଇଁ ଯୋଜନା ଚାଲିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।