ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଲେଶ୍ୱର ଜିଲ୍ଲାର ବାତ୍ୟା ୟାସ୍ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ସ୍ଥିତି ବୁଲି ଦେଖିଲା କେନ୍ଦ୍ରୀୟ ଟିମ୍

ବାଲେଶ୍ୱର ଜିଲ୍ଲାର ବାତ୍ୟା ୟାସ୍ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ସ୍ଥିତି ବୁଲି ଦେଖିଲା କେନ୍ଦ୍ରୀୟ ଟିମ୍

ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଅନେକ ସ୍ଥାନରେ ସମୁଦ୍ର ପାଣି ପ୍ରବେଶ କରିବା ଦ୍ୱାରା ବ୍ୟାପକ ପରିମାଣରେ ଧାନ ଚାଷ ଓ ଚିଙ୍ଗୁଡ଼ି ଘେରି ନଷ୍ଟ ହୋଇଛି । ଅନେକ ସ୍ଥାନରେ ଏବେ ବି ଲୁଣା ପାଣି ଜମି ରହିଥିବାରୁ ଏବେ ଚାଷ କରିବା ସମ୍ଭବ ନୁହେଁ ।

ବାଲେଶ୍ୱର ଜିଲ୍ଲାର ବାତ୍ୟା ୟାସ୍ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ସ୍ଥିତି ବୁଲି ଦେଖିଲା କେନ୍ଦ୍ରୀୟ ଟିମ୍
ଏକ ପ୍ରଭାବିତ ଅଞ୍ଚଳ ଦେଖୁଛନ୍ତି କେନ୍ଦ୍ରୀୟ ଟିମ୍ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: କେନ୍ଦ୍ର ସରକାର ପଠାଇଥିବା ଚାରି-ଜଣିଆ ଟିମ୍‌ ବାଲେଶ୍ୱର ଜିଲ୍ଲାରେ ବାତ୍ୟା ୟାସର ପ୍ରଭାବରେ କ୍ଷତିଗ୍ରସ୍ଥ ହୋଇଥିବା ଅଞ୍ଚଳର ସ୍ଥିତି ବୁଲି ଦେଖିଛନ୍ତି । ସେମାନେ ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହିତ ଆଲୋଚନା କରିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖିଲେ କେତେ ରୋଗୀ ମରିବେ; ମିନିଟରେ ମଲେ ୨୨ – VIDEO

କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ଯୁଗ୍ମ ସଚିବ ସୁନୀଲ ବର୍ଣ୍ଣୱାଲଙ୍କ ନେତୃତ୍ବରେ ଆସିଥିବା ଏହି ଟିମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଉପ-ସଚିବ କୈଳାସ କୁମାର, ଶକ୍ତି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପ୍ରଧାନ ଓ ମତ୍ସ୍ୟ ବିଭାଗର ସହକାରୀ ବୈଷୟିକ ଅଧିକାରୀ ଦିଗମ୍ବର ସ୍ବାଇଁ ଥିଲେ । ସୋମବାର ଦିନ ବାତ୍ୟାରେ ପ୍ରଭାବିତ ବାଲେଶ୍ୱର ସଦର ବ୍ଲକର ସାର୍ଥା, ଚକ ସାର୍ଥା, ହଳଦୀ ଗୁଡ଼ି ଓ ମେଘା, ଏବଂ ଚାନ୍ଦିପୁର ପଞ୍ଚାୟତର ବଳରାମଗଡ଼ି, ପଞ୍ଚୁବିଶା ଜେଟି, ପଞ୍ଚୁବିଶା ଗାଁ ଓ LC-3 ରାସ୍ତା ବୁଲି ଦେଖିବା ପରେ ଅଭଣା ରାସ୍ତା ଦେଇ ସୋର ଅନନ୍ତପୁର ଅଞ୍ଚଳ ବୁଲି ଦେଖିଥିଲେ ସେମାନେ । ଏହା ପରେ ବାଲେଶ୍ୱର ଫେରି ଆସିଥିଲେ ।

ଏହା ବି ପଢ଼ନ୍ତୁ | Vaccine: ଘରୋଇ ହସପିଟାଲ୍ଗୁଡ଼ିକ ପାଇଁ କରୋନା ଟିକାର ଦାମ୍ ସ୍ଥିର କଲେ କେନ୍ଦ୍ର ସରକାର

ମଙ୍ଗଳବାର ଦିନ ସୋର ଓ ବାହାନଗା ବ୍ଲକ୍‌ ଗସ୍ତ କରି ବାତ୍ୟା ପରେ ଲୋକଙ୍କ ସମସ୍ୟା, କ୍ଷତିଗ୍ରସ୍ଥ ଚାଷ ଜମି, ରାସ୍ତା, ଡଙ୍ଗା, ସମୁଦ୍ର ବନ୍ଧ ଓ ଘର ପ୍ରଭୃତିର ସ୍ଥିତି ଅନୁଧ୍ୟାନ କରିଥିଲେ ସେମାନେ । ଜିଲ୍ଲାରେ ଲୁଣି ପାଣି ମାଡ଼ିଯିବାରୁ ବ୍ୟାପକ ପରିମାଣରେ ଚାଷ ନଷ୍ଟ ହୋଇଛି । ବାଲେଶ୍ୱର ଜିଲ୍ଲାର ୮୦ କିଲୋମିଟର ଲମ୍ବା ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ପ୍ରାୟ ୨.୬ କିଲୋମିଟର୍‌ ଅଞ୍ଚଳରେ ସମୁଦ୍ର ପାଣି ପ୍ରବେଶ କରିବା ଦ୍ୱାରା ବ୍ୟାପକ ପରିମାଣରେ ଧାନ ଚାଷ ନଷ୍ଟ ହୋଇଯାଇଛି । ବ୍ୟାପକ ପରିମାଣରେ ଚିଙ୍ଗୁଡ଼ି ଘେରି ମଧ୍ୟ ନଷ୍ଟ ହୋଇଯାଇଛି । ଅନେକ ସ୍ଥାନରେ ଏବେ ବି ଲୁଣା ପାଣି ଜମି ରହିଥିବାରୁ ଏବେ ଚାଷ କରିବା ସମ୍ଭବ ନୁହେଁ ।

ଏହା ବି ପଢ଼ନ୍ତୁ | SBI ଆଲର୍ଟ! ଏବେ ATMରୁ ଟଙ୍କା ଉଠାଇବା ମହଙ୍ଗା ହେବ, ଚେକ୍ ବୁକ୍ ନିୟମ ବି ବଦଳିବ

ଗ୍ରାମବାସୀମାନଙ୍କ ସହ ଆଲୋଚନା କରୁଛନ୍ତି କେନ୍ଦ୍ରୀୟ ଟିମ୍ ।


କେବଳ ଚଳିତ ବର୍ଷ ନୁହେଁ, ତା’ ପରେ କିଛି ବର୍ଷ ପାଇଁ ଏହି ଜମି ସବୁ ଚାଷ ପାଇଁ ଉପଯୋଗୀ ହୋଇପାରିବନି ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ତେଣୁ ଏ ସବୁ ଅଞ୍ଚଳରେ ବିକଳ୍ପ କ’ଣ ବ୍ୟବସ୍ଥା କରିହେବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ କେନ୍ଦ୍ରୀୟ ଟିମର ସଦସ୍ୟମାନେ ।

ଏହା ବି ପଢ଼ନ୍ତୁ | ଫୁଟବଲରେ ଆଗକୁ ବଢ଼ିଲା ଭାରତ, ହରାଇଲା ବାଂଲାଦେଶକୁ; ସୁନୀଲ୍ ଛେତ୍ରୀ ୨ଟି ଗୋଲ୍ କଲେ

କେନ୍ଦ୍ରୀୟ ଟିମ୍‌ ସହିତ ଜିଲ୍ଲପାଳ, ଉପ-ଜିଲ୍ଲାପାଳ ଓ ଜିଲ୍ଲାର ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ, କୃଷି, ଉଦ୍ୟାନ କୃଷି ଆଦି ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ । ବିଭିନ୍ନ ଅଞ୍ଚଳ ବୁଲିବା ପରେ କେନ୍ଦ୍ରୀୟ ଟିମ୍‌ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ । ସମୁଦ୍ର କୂଳରେ ଉଚ୍ଚା ବନ୍ଧ ନିର୍ମାଣ, ସମୁଦ୍ର କୂଳରେ ଜୁଆର ପ୍ରତିରୋଧ ପାଇଁ ଜଙ୍ଗଲ ସୃଷ୍ଟି କରିବା, ନଦୀ ମୁହାଣ ଗଭୀର କରିବା, ଅଧିକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣକରିବା, ଚାଷ ଜମିରୁ ବନ୍ୟା ଜଳ ନିଷ୍କାସନ ପାଇଁ କେନାଲ ଓ ନାଳ ଖନନ କରିବା, ବିଜୁଳୀ ଖୁଣ୍ଟ ବଦଳରେ ପାଇଲନ୍‌ ଟାୱାର ନିର୍ମାଣ କରିବା ଓ ତାର ବଦଳରେ କେବୁଲ ଭଳି ସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିବା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା ଏହି ଟିମ୍‌ ।



‘‘କେନ୍ଦ୍ରୀୟ ଟିମ୍‌ ବାଲେଶ୍ୱର ଜିଲ୍ଲାର ସଦର ବ୍ଲକର ସାର୍ଥା, ଚାନ୍ଦିପୁର, ବଳରାମଗଡ଼ି ଓ ସୋର ବ୍ଲକର କିଛି ଅଞ୍ଚଳ ଓ ବାହନଗା ଅଞ୍ଚଳର କିଛି ଅଞ୍ଚଳ ବୁଲି ବୁଲିଦେଖିବା ପରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ଆମେ ଆମର କ୍ଷୟକ୍ଷତି ସମ୍ପର୍କରେ ଜଣାଇଛୁ । ପୁନରୁଦ୍ଧାର ନେଇ ପ୍ଲାନ୍‌ ଉପରେ ମଧ୍ୟ ଆଲୋଚନା କରିଛୁ,’’ କହିଛନ୍ତି ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ । ବାଲେଶ୍ୱର ପରେ ଏହି ଟିମ୍‌ ମୟୂରଭଞ୍ଜ ଅଭିମୁଖେ ଗସ୍ତ କରିଛି ।
Published by: Anand ST Das
First published: June 8, 2021, 11:31 PM IST