• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ.. କାଲି ଜାଗା ଦେଲେ ତା ପରଦିନ କାମ ଆରମ୍ଭ ହେବ; ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ

ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ.. କାଲି ଜାଗା ଦେଲେ ତା ପରଦିନ କାମ ଆରମ୍ଭ ହେବ; ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ

ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ । ବରଗଡ଼ରୁ ପଦ୍ମପୁର ଭାୟା ପଦ୍ମପୁର ରେଳଲାଇନ୍ ମାମଲାକୁ ନେଇ ରେଳମନ୍ତ୍ରୀ କହିଛନ୍ତି ଯେ, କାଲି ଜାଗା ଦିଅନ୍ତୁ ତା ପର ଦିନ କାମ ଆରମ୍ଭ କରାଯିବ ।

ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ.. କାଲି ଜାଗା ଦେଲେ ତା ପରଦିନ କାମ ଆରମ୍ଭ ହେବ; ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ

ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ.. କାଲି ଜାଗା ଦେଲେ ତା ପରଦିନ କାମ ଆରମ୍ଭ ହେବ; ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ

  • News18 Odia
  • Last Updated :
  • Padmapur, India
  • Share this:
News 18 Odia Digital

ପଦ୍ମପୁର; ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ । ବରଗଡ଼ରୁ ପଦ୍ମପୁର ଭାୟା ପଦ୍ମପୁର ରେଳଲାଇନ୍ ମାମଲାକୁ ନେଇ ରେଳମନ୍ତ୍ରୀ କହିଛନ୍ତି ଯେ, କାଲି ଜାଗା ଦିଅନ୍ତୁ ତା ପର ଦିନ କାମ ଆରମ୍ଭ କରାଯିବ ।

ପଦ୍ମପୁର ଉପନିର୍ବାଚନ ଲାଗି ଜୋରଦାର ପ୍ରଚାର କରୁଛି ବିଜେପି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଜି ପ୍ରଚାର କରୁଛନ୍ତି ।  ପ୍ରଚାର ସମୟରେ ଏକ ନିର୍ବାଚନୀ ମଣ୍ଡଳୀ ସଭାରେ ଅଶ୍ୱିନ ବୈଷ୍ଣବ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଟୁକୁନି ସାହୁ ଓ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପଦ୍ମପୁର ଲୋକଙ୍କୁ ମିଛ କହିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ସ୍ଥାନ ମିଳୁନଥିବାରୁ ବରଗଡ଼ ଓ ନୂଆପଡ଼ା ଭାୟା ପଦ୍ମପୁର ରେଳ ପ୍ରକଳ୍ପ କାମ ଆଗେଇ ପାରୁନି । ପୂର୍ବରୁ ଓଡ଼ିଶାକୁ ରେଳ ପ୍ରକଳ୍ପ ପାଇଁ ୮ ଶହ କୋଟି ଟଙ୍କା ଆସୁଥିଲା । ବିଜେପି ସରକାରରେ ଏହା ୧୦ ହଜାର କୋଟି ଟଙ୍କାରେ ପହଞ୍ଚିଛି ।

କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଥିଲେ ଯେ, ବୀମା ଯୋଜନା ଟଙ୍କା କଥାକୁ ନେଇ ରାଜ୍ୟ ସରକାର ଅପ ପ୍ରଚାର କରୁଛନ୍ତି । କେନ୍ଦ୍ର ପକ୍ଷରୁ ଫସଲ ବୀମା ଯୋଜନା ଟଙ୍କା ରିଲିଜ କରାଯାଇସାରିଛି । କିନ୍ତୁ ଓଡ଼ିଶା ରାଜ୍ୟ ସରକାରଙ୍କ କାମ ଅତ୍ୟନ୍ତ ଧିର । ଯାହାଦ୍ୱାରା ଚାଷୀମାନେ ବୀମା ଟଙ୍କା ପାଇବାରେ ଅନେକ ବିଳମ୍ବ ହେଉଛି । ବୀମା ଟଙ୍କା ବାବଦରେ ଟେଣ୍ଡର ଡାକିବା ଓ ବୁଝିବା ଦାୟିତ୍ୱ ରାଜ୍ୟ ସରକାରଙ୍କର । କ୍ଷତିକୁ ନେଇ ରାଜ୍ୟ ସରକାର ସର୍ଭେ କରି ଟଙ୍କା ଦାବି କରନ୍ତି। କିନ୍ତୁ ବର୍ତ୍ତମାନ ଏସବୁ ନ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି ରାଜ୍ୟ ସରକାର। ଯଦି ପଦ୍ମପୁରରେ ଡବଲ ଇଞ୍ଜିନ ସରକାର ଥାନ୍ତା ତେବେ କଦାପି ଏପରି ହୁଅନ୍ତା ନାହିଁ ।

ଆଜି ପାଇକମାଳ ନିର୍ବାଚନୀ ମଣ୍ଡଳୀରେ ଦୁଇଜଣ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ,  ବସନ୍ତ ପଣ୍ଡା ଓ ସଙ୍ଗୀତା ସିଂହଦେଓ ଓ
ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଶନିବାର ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପଦ୍ମପୁରବାସୀଙ୍କୁ ବିଜେପି ସପକ୍ଷରେ ଭୋଟ ଦେବାକୁ କହିଥିଲେ ।
Published by:Soubhagya Mishra
First published: