ମାଛ ତେଲରେ ମାଛ ଭାଜିବା ମୁଖ୍ୟମନ୍ତ୍ରୀଙ୍କଠୁ ଶିଖିବା ଦରକାର; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମାଛ ତେଲରେ ମାଛ ଭାଜିବା ମୁଖ୍ୟମନ୍ତ୍ରୀଙ୍କଠୁ ଶିଖିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରୀୟ ବିଦ୍ୟାଳୟ ୨ ଅନୁଗୋଳର ସ୍ଥାୟୀ କ୍ୟାମ୍ପସର ଭୂମି ପୂଜନ ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ କେନ୍ଦ୍ର ସରକାରଙ୍କ ଅର୍ଥରେ ରାଜ୍ୟ ସରକାର ବା ବା ନେଉଥିବା କହିଥିଲେ ।

ମାଛ ତେଲରେ ମାଛ ଭାଜିବା ମୁଖ୍ୟମନ୍ତ୍ରୀଙ୍କଠୁ ଶିଖିବା ଦରକାର; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମାଛ ତେଲରେ ମାଛ ଭାଜିବା ମୁଖ୍ୟମନ୍ତ୍ରୀଙ୍କଠୁ ଶିଖିବା ଦରକାର; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଶାନାରେ ନବୀନ । ମାଛ ତେଲରେ ମାଛ ଭାଜିବା ମୁଖ୍ୟମନ୍ତ୍ରୀଙ୍କଠୁ ଶିଖିବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ ୨ ଅନୁଗୋଳର ସ୍ଥାୟୀ କ୍ୟାମ୍ପସର ଭୂମି ପୂଜନ ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହି ସମୟରେ କେନ୍ଦ୍ର ସରକାରଙ୍କ ଅର୍ଥରେ ରାଜ୍ୟ ସରକାର ବା ବା ନେଉଥିବା କହିଥିଲେ ଧର୍ମେନ୍ଦ୍ର । ଏହି ସଭାରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ସଂସଦୀୟ ବ୍ୟାପାର ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଧର୍ମେନ୍ଦ୍ରଙ୍କ ଭୂୟସୀ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା।
ପରିସର ଥିଲା ଅନୁଗୁଳ କେନ୍ଦ୍ରୀୟ ବିଦ୍ୟାଳୟ ୨ ଭୁମିପୂଜନ। ଟାର୍ଗେଟରେ ମୁଖ୍ୟମନ୍ତ୍ରୀ। ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି କହିଥିଲେ ମାଛ ତେଲରେ ମାଛ ଭାଜିବା ମୁଖ୍ୟମନ୍ତ୍ରୀଙ୍କଠୁ ଶିଖିବା କଥା।



ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଆଜି ଅନୁଗୋଳ ଜିଲ୍ଲା ଗସ୍ତ ଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିଳ୍ପ ସମୃଦ୍ଧ ଜିଲ୍ଲା ହେଉଛି ଅନୁଗୋଳ। ଏଥିପାଇଁ ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ରକଳ୍ପର ଅର୍ଥ ହେଉଛି କେନ୍ଦ୍ର ସରକାରଙ୍କର ବୋଲି ଧର୍ମେନ୍ଦ୍ର କହିଥିଲେ । ଖଣି ଖାଦାନରେ ହେଉଥିବା ବ୍ୟାପକ ଅନିୟମିତତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଦୂର ହୋଇଛି । ଡିଏମଏଫ ପାଣ୍ଠିର ବ୍ୟାପକ ଦୁରୁପଯୋଗ ହେଉଛି । ବିନା ଟେଣ୍ଡରରେ ଜିଲ୍ଲାପାଳଙ୍କ ହସ୍ତମୂଦୀ ମାହଲ ପାଲଟିଛି ଡିଏମଏଫ। ଏଥିପାଇଁ ଭୁବନେଶ୍ୱରରୁ ବାବୁଙ୍କ ଚାପ ପଡ଼ୁଥିବା ଅନୁଗୁଳ ଜିଲ୍ଲାପାଳ କହିଥିବା ଧର୍ମେନ୍ଦ୍ର କହିଛନ୍ତି ।

ସେହିପରି ତାଳଚେର ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୫ଶହ କୋଟି ଟଙ୍କା ଦେଇସାରିଥିବା ବେଳେ ରାଜ୍ୟ ସରକାର ମୈଡିକାଲ କଲେଜ ପାଇଁ ଚିଠିଟିଏ ଲେଖିନଥିବା ଧର୍ମେନ୍ଦ୍ର କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ବିଷୟରେ କହିଥିଲେ, ମହିଳାଙ୍କୁ ଋଣ ଦେବା ନେଇ ଯାହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତାହା କଣ ଓଡ଼ିଶା ଟ୍ରୈଜ ଦେଉଛନ୍ତି ବୋଲି ପଚାରିଥିଲେ । ୧୧ ପ୍ରତିଶତରୁ କେନ୍ଦ୍ର ସରକାର ସାତ ପ୍ରତିଶତ ଦେଉଛନ୍ତି । ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ନିଜ ଅଭିଭାଷଣରେ ମୋଦିଙ୍କ ଶାସନ କାଳରେ ଓଡ଼ିଶା ବିକାଶର ଚିତ୍ର ରଖିଥିଲେ ।

ଆଗରୁ ରେଲୱେ ଆଉ ଟେଲିକମରେ ଅବହେଲା ଅଭିଯୋଗ ହେଉଥିଲା କିନ୍ତୁ ମୋଦିଜୀଙ୍କ ଆଗରେ ସେ ଅଭିଯୋଗ ଆଉ ରଖି ପାରିବେନି । ମୋଦିଙ୍କ ପୁର୍ବରୁ ଓଡିଶାକୁ ରେଳ ବିଭାଗ ଦେଉଥିଲା ୮୦୦ କୋଟି, ୨୦ ରୁ ୩୦ କିଲୋମିଟର କାମ ହେଉଥିଲା । ଏବେ ୧୦ ହଜାର କୋଟି ଟଙ୍କା ଦେଉଛନ୍ତି ଆଉ ଏବେ ୩୦୦ କିଲୋମିଟର କାମ ହେଉଛି । ଆଉ ଓଡ଼ିଶାକୁ ଅବହେଳା ଅଭିଯୋଗ କରିପାରିବେ ନାହିଁ । ପ୍ରାଧନମନ୍ତ୍ରୀ ଅର୍ଥ ଦେଇଛନ୍ତି କହିଛନ୍ତି, ଓଡ଼ିଶାରେ ଯାହା ଦରକାର କର । ହେଲେ ଜମି ନହେଲେ କେମିତି ହେବ, ଜମି ପାଇଁ ଶୀଘ୍ର ଅନୁମତି ଦେଲେ ସବୁ ହେବ ।

ଓଡ଼ିଶାରେ ୩୬ ଷ୍ଟେସନର ପୁଣିଥରେ ବିକାଶ ପାଇଁ ପିଏମ ମୋଦି ଅର୍ଥ ଦେଇଛନ୍ତି, ପ୍ରତି ଜିଲ୍ଲାରେ ଷ୍ଟେସନ ବିଶ୍ଵସ୍ତରୀୟ ହେବ । ଓଡ଼ିଶା ପାଇଁ ପିଏମ ମୋଦିଙ୍କ ହୃଦୟ ଖୋଲା । ରାମାୟଣ ଏକ୍ସପ୍ରେସ ଭଳି ଓଡ଼ିଶାରେ ଚାଲିବ ଜଗନ୍ନାଥ ସର୍କେଲ । ରାଜ୍ୟ ସରକାରଙ୍କ ସହଯୋଗ ରହିଲେ ଓଡ଼ିଶା ହେବ ୱାନ ଟ୍ରିଲିଅନ ଡଲାର ଇକୋନୋମି । ଅନୁଗୋଳ ତାଳଚେର ହେବ ଏନର୍ଜି କରିଡ଼ର । ଏଥିପାଇଁ ୧୪ ହଜାର କୋଟି ଖର୍ଚ୍ଚ ହେବ । କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ କୋଇଲା ଖଣି ନିଲାମ ଆରମ୍ଭ ହେବାପରେ ଖଣି ରାଜସ୍ୱ ବଢ଼ିଛି । ୨୦୧୪-୧୫ରେ ଖଣି ରାଜସ୍ୱ ୫ହଜାର କୋଟି ଥିବାବେଳେ ଏବେ ୫୦ହଜାର କୋଟିରେ ପହଞ୍ଚିଛି । ଧର୍ମେନ୍ଦ୍ରଙ୍କ ଭଳି ନେତାକୁ ଏ ମାଟି ଦେଇଥିବାରୁ ଧନ୍ୟବାଦ ଦେଇଥିଲେ । ଦୁଇ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।
Published by:Soubhagya Mishra
First published: