ଏମକେସିଜି ମେଡିକାଲରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ସେଣ୍ଟ୍ରାଲ ଆଇସିୟୁ

ଏମକେସିଜି ମେଡିକାଲରେ ଖୁବଶିଘ୍ର କାର୍ଯ୍ୟକ୍ଷମ ହେବ ସେଣ୍ଟ୍ରାଲ ଆଇସିୟୁ । ଆଇସିୟୁରେ ରହିବ ଅତ୍ୟାଧୁନିକ ସୁବିଧା ସହ ୪୮ଟି ଆଇସିୟୁ ବେଡ।

ସେଣ୍ଟ୍ରାଲ ଆଇସିୟୁ

ସେଣ୍ଟ୍ରାଲ ଆଇସିୟୁ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲରେ ଖୁବଶିଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ସେଣ୍ଟ୍ରାଲ ଆଇସିୟୁ । ଯେଉଁଥିରେ ଅତ୍ୟାଧୁନିକ ସୁବିଧା ସହ ରହିଛି ୪୮ ଆଇସିୟୁ ବେଡ଼ । ଆଜି ଏହି ନବନିର୍ମିତ କୋଠାକୁ ପରିଦର୍ଶନ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଏମକେସିଜି ମେଡିକାଲ ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତର ଓ ମେଡିକାଲ ଅଫିସରମାନେ।

"ପୂର୍ବରୁ ଏମକେସିଜି ମେଡିକାଲରେ କମ ଆଇସିୟୁ ରହିଥିବା ଯୋଗୁଁ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଆଇସିୟୁକୁ ବୃଦ୍ଧି କରାଯାଇଛି । ଯାହାଫଳରେ ରୋଗୀ ମାନେ ଏହି ଆଇସିୟୁ ଦ୍ବାରା ଉଚିତ ଚିକିତ୍ସା ସେବା ପାଇ ଉପକୃତ ହେବେ। ଅତିଶୀଘ୍ର ଏହି ଆଇସିୟୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ରୋଗୀଙ୍କ ପାଇଁ ଏଭଳି ସୁବିଧା ପ୍ରଦାନ କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା।

"ପୂର୍ବରୁ ଏମକେସିଜି ମେଡିକାଲରେ ୨୦ଟି ଆଇସିୟୁ ରହିଥିବା ବେଳେ ବର୍ତ୍ତମାନ ଆଉ ୪୮ଟି ଆଇସିୟୁ କାର୍ଯ୍ୟକ୍ଷମ ହେବ । ଯାହାଫଳରେ ମୋଟ ୬୮ଟି ଆଇସିୟୁ ରହିବ ଏମକେସିଜି ମେଡିକାଲରେ ।‌ଯାହାଫଳରେ ରୋଗୀ ମାନଙ୍କୁ ଆଇସିୟୁ ବେଡ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏହା ସହିତ ପୂର୍ବରୁ କୋରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ରହିଥିବା ଡିସିଏଚ-୧ କୋଠାକୁ ଶିଶୁ ରୋଗ ବିଭାଗରେ ପରିବର୍ତ୍ତନ କରାଯାଇଛି । ଏହାଦ୍ବାରା ଶିଶୁ ରୋଗୀ ମାନେ ମଧ୍ୟ ବେଶ ଉପକୃତ ହୋଇପାରିବେ," ଏମକେସିଜି ମେଡିକାଲର ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ।

ଆଇସିୟୁ କୋଠା ଓ ନୂତନ ଶିଶୁରୋଗ ବିଭାଗ କୋଠି ବୁଲିବା ପରେ ଏମକେସିଜି ମେଡିକାଲ ପରିସର ବୁଲି ଦେଖିଥିଲେ ବିଧାୟକ ଓ ମେଡିକାଲ ଅଧିକ୍ଷକ । ମେଡିକାଲର କିଛି ସ୍ଥାନରେ ଡ୍ରେନ ଗୁଡିକ ମୁକୁଳା ପଡିଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଥିଲେ । ଖୁବଶୀଘ୍ର ଡ୍ରେନ ଗୁଡିକ ଢାଙ୍କୁଣି ଘୋଡ଼ାଇ ରଖିବା ସହ ସଫେଇକୁ ଗୁରୁତ୍ବ ଦେବାକୁ ମେଡିକାଲର ଅଧିକ୍ଷକଙ୍କୁ କହିଛନ୍ତି ବିଧାୟିକ ବିକ୍ରମ ପଣ୍ଡା ।
Published by:Soumya Das
First published: