News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ରର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର (Modi Government) ଏହି ପାର୍ବଣ ଋତୁରେ ସରକାରୀ କର୍ମଚାରୀମାନଙ୍କୁ (Government Employees) ଖୁସି ଖବର ଦେବାକୁ ଯାଉଛନ୍ତି । ବାସ୍ତବରେ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଘର ଭଡା ଭତ୍ତାକୁ (HRA) ୩ ପ୍ରତିଶତ ବୃଦ୍ଧି କରୁଛନ୍ତି । ଦେଢ଼ ବର୍ଷ ଧରି ବାକି ଥିବା ମହଙ୍ଗା ଭତ୍ତା (Dearness allowance, DA) ବି ସରକାର ଦେଇନାହାଁନ୍ତି, ଯଦିଓ ଜୁଲାଇ ୨୦୨୧ରୁ ମହଙ୍ଗା ଭତ୍ତାକୁ ୧୭ ପ୍ରତିଶତରୁ ବଢ଼ାଇ ୨୮ ପ୍ରତିଶତକୁ କରାଯାଇଛି । ଏବେ ଅଗଷ୍ଟ ମାସ ପାଇଁ ଘର ଭଡା ଭତ୍ତାକୁ ୩ ପ୍ରତିଶତ ବଢ଼ାଇ ମୌଳିକ ବେତନର ୨୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି ।
କେନ୍ଦ୍ର ସରକାର ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ସରକାରୀ କର୍ମଚାରୀମାନଙ୍କର ମୌଳିକ ବେତନ (Basic Salary) ଆଧାରରେ ଘର ଭଡା ଭଡା ଓ ଡିଏ ବୃଦ୍ଧି କରାଯିବ । ନିୟମ ଅନୁଯାୟୀ DA ୨୫ ପ୍ରତିଶତରୁ ଅଧିକ ହୋଇଯାଇଥିବାରୁ HRAକୁ ବୃଦ୍ଧି କରାଯାଇଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର HRAକୁ ୨୭ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ବ୍ୟୟ ବିଭାଗ (Expenditure Department) ୭ ଜୁଲାଇ ୨୦୧୭ରେ ଜାରି କରିଥିବା ଏକ ଆଦେଶରେ କହିଥିଲା ଯେ ଯେତେବେଳେ ଡିଏ ୨୫ ପ୍ରତିଶତରୁ ଅଧିକ ହେବ, ସେତେବେଳେ HRA ବି ପରିବର୍ତ୍ତିତ ହେବ । ଏବେ ଜୁଲାଇ ୧ ତାରିଖରୁ ମହଙ୍ଗା ଭତ୍ତା ୨୮ ପ୍ରତିଶତକୁ ବୃଦ୍ଧି ପାଇଛି ।ତେଣୁ HRAକୁ ବି ବୃଦ୍ଧି କରିବା ଆବଶ୍ୟକ ହୋଇପଡ଼ିଛି ।
ଏହା ବି ପଢ଼ନ୍ତୁ | ପିପିଲିର ଜନାଦେଶ: BJDର ଭୋଟ୍ ଶେୟାର୍ ବଢ଼ିଲା; BJP ଓ କଂଗ୍ରେସ ପାଇଁ ନୂଆ ଚିନ୍ତାର ଆରମ୍ଭକର୍ମଚାରୀମାନଙ୍କର ବର୍ତ୍ତମାନର ସହରର ବର୍ଗ ଅନୁଯାୟୀ ସେମାନଙ୍କ HRA ନିର୍ଦ୍ଧାରିତ ହୋଇଥାଏ । ସେହି ଅନୁସାରେ ୨୭ ପ୍ରତିଶତ, ୧୮ ପ୍ରତିଶତ ଓ ୯ ପ୍ରତିଶତ HRA ଦିଆଯାଏ । HRAରେ ଏହି ବୃଦ୍ଧି ବି ଜୁଲାଇ ୧, ୨୦୨୧ରୁ DA ସହିତ କାର୍ଯ୍ୟକାରୀ ହୋଇଛି ।HRAର ବର୍ଗ X, Y ଓ Z ଶ୍ରେଣୀ ସହର ଅନୁଯାୟୀ ହୋଇଥାଏ । ଅନ୍ୟ ଅର୍ଥରେ, ଯଦି ଜଣେ କେନ୍ଦ୍ରୀୟ କର୍ମଚାରୀ X ବର୍ଗ ସହରରେ ଅଛନ୍ତି, ତେବେ ସେ ବର୍ତ୍ତମାନ ମାସକୁ ୫,୪୦୦ ଟଙ୍କାରୁ ଅଧିକ HRA ପାଇବେ ।Y ବର୍ଗର କର୍ମଚାରୀମାନେ ମାସକୁ ୩,୬୦୦ ଟଙ୍କା ଓ Z ଶ୍ରେଣୀର କର୍ମଚାରୀମାନେ ମାସକୁ ୧,୮୦୦ ଟଙ୍କା HRA ପାଇବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମହାନଦୀରେ ଅଘଟଣ: ସମ୍ବଲପୁରରେ ଗାଧୋଇବା ବେଳେ ଭାସିଗଲେ ଗୋଟିଏ ପରିବାରର ୩ ଜଣସପ୍ତମ ବେତନ ଆୟୋଗ (7th Pay Commission) ଅନୁଯାୟୀ କେନ୍ଦ୍ରୀୟ କର୍ମଚାରୀମାନଙ୍କର ସର୍ବନିମ୍ନ ମୌଳିକ ଦରମା (Basic Salary) ୧୮,୦୦୦ ଟଙ୍କା । ସେହି ଅନୁସାରେ ଏବେ ଘରୋଇ କ୍ଷେତ୍ରର (private sector) କର୍ମଚାରୀମାନଙ୍କ ମୌଳିକ ଦରମା ୧୫,୦୦୦ ଟଙ୍କାରୁ ଆରମ୍ଭ ହୋଇଥାଏ । କେନ୍ଦ୍ରୀୟ କର୍ମଚାରୀମାନେ ଜୁନ୍ ୨୦୨୧ ପର୍ଯ୍ୟନ୍ତ ୧୭ ପ୍ରତିଶତ ହାରରେ ୧୮,୦୦୦ ଟଙ୍କା ମୌଳିକ ବେତନ ଉପରେ ୩,୦୬୦ ଟଙ୍କା DA ପାଉଥିଲେ । ଜୁଲାଇ ୨୦୨୧ରୁ କେନ୍ଦ୍ରୀୟ କର୍ମଚାରୀମାନେ ୨୮ ପ୍ରତିଶତ DA ହାରରେ ମାସିକ ୫,୦୪୦ ଟଙ୍କା ପାଇବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।