News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ବି ନିଜ ଡମହଙ୍ଗା ଭତ୍ତା ବୃଦ୍ଧିକୁ (DA hike) ଅପେକ୍ଷା କରୁଛନ୍ତି, ତେବେ କେନ୍ଦ୍ର ସରକାର ଏହାକୁ ଶୀଘ୍ର ଦେବାୟୁ ଯଉଛନ୍ତି । କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ (Central government employees) ଦଶହରା ପୂର୍ବରୁ ବର୍ଦ୍ଧିତ ଡି.ଏ.ର ଉପହାର ପାଇବେ । ସେପ୍ଟେମ୍ବର ଶେଷ ସୁଦ୍ଧା ଆପଣଙ୍କ ଆକାଉଣ୍ଟରେ DAର ତିନୋଟି କିସ୍ତି ଆସିଯିବ ବୋଲି ବିଶ୍ୱାସ କରାଯାଉଛି ।
କର୍ମଚାରୀମାନଙ୍କ ଡିଏ ଗତ ବର୍ଷ ଫ୍ରିଜ୍ ହୋଇଯାଇଥିଲା, କିନ୍ତୁ ଏବେ ନିକଟରେ ହୋଇଥିବା ଏକ ବୈଠକ ଅନୁଯାୟୀ ଆପଣ ସେପ୍ଟେମ୍ବର ସୁଦ୍ଧା DAର ତିନୋଟି ଦେୟ କିସ୍ତି ପାଇପାରିବେ । ଏହା ସହିତ ଜୁଲାଇ ଓ ଅଗଷ୍ଟ ମାସ ପାଇଁ ବକେୟା ଡି.ଏ. (arrears) ମଧ୍ୟ ମିଳିଯିବ ।
ଏହା ବି ପଢ଼ନ୍ତୁ | ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିଆସିବା ପରେ ନବୀନ ନିଜ ମନ୍ତ୍ରୀମଣ୍ଡଳ ବିସ୍ତାର କରିବେଜେ.ସି.ଏମ୍.ର ଜାତୀୟ ପରିଷଦ ସଦସ୍ୟ ଶିବ ଗୋପାଳ ମିଶ୍ରଙ୍କ ଅନୁଯାୟୀ ଡିଏ ସମ୍ବନ୍ଧରେ ଏକ ବୈଠକ ଜୁନ୍ ମାସରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏହି ବିଷୟରେ ସହମତି ହୋଇଥିଲା ଯେ ସେପ୍ଟେମ୍ବର ଶେଷ ସୁଦ୍ଧା କର୍ମଚାରୀମାନେ ନିଜ ଅଟକି ରହିଥିବା DAର ଲାଭ ପାଇବେ । ସେପ୍ଟେମ୍ବର ମାସର ଦରମା ସହିତ କର୍ମଚାରୀମାନଙ୍କୁ ତିନୋଟି କିସ୍ତି ପ୍ରଦାନ କରାଯିବ ।
ଏହା ବି ପଢ଼ନ୍ତୁ | ରଥ ଯାତ୍ରା ଏ ଥର ବି ଇତିହାସ ଗଢ଼ିଲା; ବିନା ଭକ୍ତରେ ୩ ରଥ ଗଡ଼ିଲେ; ପରମ୍ପରା ଅତୁଟ ରହିଲାDA କେତେ ବଢ଼ିବ?DAର ବୃଦ୍ଧି ବିଷୟରେ କହିବାକୁ ଗଲେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ (Central government employees) ୧୭ ପ୍ରତିଶତ ହାରରେ DA ପାଉଛନ୍ତି । ଯଦି ଆମେ ଏଥିରେ ଶେଷ ତିନୋଟି କିସ୍ତି ଯୋଡୁ, ତେବେ ଆପଣ ୨୮ ପ୍ରତିଶତ DA ପାଇବେ । ଏଥିରେ ଜାନୁଆରୀ ୨୦୨୦ର ୪ ପ୍ରତିଶତ DA, ଜୁନ୍ ୨୦୨୦ର ୩ ପ୍ରତିଶତ DA ଓ ଜାନୁଆରୀ ୨୦୨୧ର ୪ ପ୍ରତିଶତ ଡି.ଏ. ମିଶି ରହିଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶାକୁ ପୁଣି ଘାରିଲା ମାଓବାଦୀ ଚିନ୍ତା; ସ୍ବାଭିମାନ ଅଞ୍ଚଳ ଛାଡ଼ି ସୀମାନ୍ତରେ ସକ୍ରିୟ ହେଉଛି ଲାଲ ବାହିନୀଏହା ବି ବିଶ୍ୱାସ କରାଯାଉଛି ଯେ ଆପଣଙ୍କୁ ଜୁନ୍ ୨୦୨୧ର DAର ଲାଭ ବି ମିଳିବ । ବର୍ଦ୍ଧିତ ମହଙ୍ଗା ଭତ୍ତାର ଆକଳନ ଜୁନ୍ ୨୦୨୧ରେ ପ୍ରକାଶିତ ହୋଇନାହିଁ । ଏହି ତଥ୍ୟ ଶୀଘ୍ର ପ୍ରକାଶ ପାଇପାରେ । AICPIର ତଥ୍ୟ ଅନୁଯାୟୀ ଜୁଲାଇରେ ମଧ୍ୟ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇପାରେ । ତେଣୁ ଏହି ଉପାୟରେ ଆପଣଙ୍କ ସମୁଦାୟ DA ୩୧ ପ୍ରତିଶତ ହେବ, ଯାହା ସେପ୍ଟେମ୍ବର ଶେଷରେ ଆପଣଙ୍କୁ ଦିଆଯାଇପାରେ ।
ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ୩୧ ପ୍ରତିଶତ ଡିଏ ଯୋଗ କରାଯାଇପାରେ । ଯଦି ଆପଣଙ୍କର ମୌଳିକ ଦରମା (ସର୍ବନିମ୍ନ ଦରମା) ୨୫,୦୦୦ ଟଙ୍କା, ତେବେ ଆପଣ ଏଥିରେ ୩୧ ପ୍ରତିଶତ DAର ଲାଭ ପାଇବେ । ତାହା ୭,୭୫୦ ଟଙ୍କା ହେବ । ସବୁ କର୍ମଚାରୀଙ୍କ ଦରମା ସେମାନଙ୍କ ବେତନ ସ୍କେଲ୍ ଅନୁଯାୟୀ ଭିନ୍ନ ହେବ । ଆପଣ ଏହାର ହିସାବ ନିଜ ବେତନ ଅନୁଯାୟୀ କରିପାରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।