News 18 Odia Digital
ଭୁବନେଶ୍ୱର; ଶିଳ୍ପ କରାଖାନାରୁ ନିର୍ଗତ ବର୍ଯ୍ୟବସ୍ତୁକୁ ସିମେଣ୍ଟ ଉତ୍ପାଦନରେ ବ୍ୟବହାର କରାଯିବ । ଏହା ସହିତ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ପରୀକ୍ଷଣ କରାଯିବ । ଓଡ଼ିଶାରେ ଥିବା ଷ୍ଟିଲ, ଆଲୁମିନିୟମ, ଫଟିଲାଇଜର ପ୍ଲାଣ୍ଟର ବର୍ଯ୍ୟବସ୍ତୁରୁ ସିମେଣ୍ଟ ତିଆରି ହେବ । ଥର୍ମାଲ ପାୱାର ପ୍ଲାଣ୍ଟରୁ ବାହାରୁଥିବା ଫ୍ଲାଇ ଆସ, ଆଲୁମିନିୟମ କମ୍ଲେକ୍ସରୁ ରେଡମଗ, ଜିପସମ, ଷ୍ଟିଲ ପ୍ଲାଣ୍ଟରୁ ବାହାରୁଥିବା ସ୍ଲାଗ ଭଳି ୱେଷ୍ଟ୍ ମେଟେରିଆଲରୁ ସିମେଣ୍ଟ ତିଆରି ହବ ।

ଓଡ଼ିଶାରେ ୧୪ଟି ସିମେଣ୍ଟ ପ୍ଲାଣ୍ଟ ଅଛି । ଆଗକୁ ଆହୁରି ସିମେଣ୍ଟ ପ୍ଲାଣ୍ଟ ହେବ । ୱେଷ୍ଟ୍ ମେଟେରିଆଲରୁ ସିମେଣ୍ଟ ତିଆରି ନେଇ ରିସର୍ଚ୍ଚ ଚାଲିଛି । ଏହା ଦ୍ବାରା ପ୍ରଦୂଷଣ କମିବ । ଭୁବନେଶ୍ୱର ମଞ୍ଚେଶ୍ବର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଠାରେ ନ୍ୟାସନାଲ କାଉନସିଲ ଫର ସିମେଣ୍ଟ ଆଣ୍ଡ ବିଲଡିଙ୍ଗ ମେଟେରିଆଲ୍ସର ସମ୍ପ୍ରସାରଣ ପାଇଁ ରିସର୍ଚ ଆଣ୍ଡ୍ ଲାବୋରୋଟ ଶିଲାନ୍ୟାସ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବା ପରଠୁ ଫୁଲଫେଜରେ କାମ ଚାଲିବ । ଶିଳ୍ପ କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁକୁ ବ୍ୟବହାର ଉପଯୋଗୀ କରିବା ଗବେଷଣାର ମୁଖ୍ୟ ଲକ୍ଷ୍ୟ । ଓଡ଼ିଶାର ନିର୍ମାଣ ହେଉଥିବା ପ୍ରକଳ୍ପର ରାସ୍ତା, ବ୍ରିଜ ଏବଂ କୋଠାବାଡିର କ୍ବାଲିଟି ଟେଷ୍ଟ ହୋଇପାରିବ । ଉଭୟ ସରକାରୀ ଏବଂ ବେସରକାରୀ ନିର୍ମାଣର ଗୁଣବତ୍ତା ଯାଞ୍ଚ ହୋଇପାରିବ ।
ନ୍ୟାସନାଲ କାଉନସିଲ ଫର ସିମେଣ୍ଟ ଏଣ୍ଡ ବିଲଡିଙ୍ଗ ମେଟେରିଆଲ । ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନରେ କାମ କରିଥାଏ । ଭାରତରେ ଏହାର ଚାରୋଟି ସେଣ୍ଟର କାମ କରୁଛି । ଏହାର ଡିଜି ବିବେକାନନ୍ଦ ମହାପାତ୍ର କହିଛନ୍ତି ଓଡ଼ିଶାରେ ବହୁତ ବର୍ଯ୍ୟବସ୍ତୁ ରହିଛି । ୬୬ମିଲିୟନ ଟନ ଜିପସମ ପାରାଦୀପରେ ଅଛି । ଏହାକୁ ସାରା ଦେଶ ପାଇଁ ବ୍ୟବହାର କରାଯିବ । ଓଡ଼ିଶାରେ ୧୪ଟି ସିମେଣ୍ଟ କାରଖାନାରେ ଫ୍ଲାଇ ଆସ ଏବଂ ସ୍ଲାଗକୁ ବ୍ୟବହାର କରାଯାଉଛି । ରେଡ ମଡ ପାଇଁ ରିସର୍ଚ୍ଚ ଚାଲିଛି। ବିଶ୍ବବିଦ୍ୟାଳୟମାନଙ୍କୁ ଏହି ରିସର୍ଚ୍ଚରେ ସାମିଲ କରାଯାଇଛି । ବଡ଼ ବଡ଼ ନିର୍ମାଣ କାମର କ୍ଵାଲିଟି ତଦାରଖ ଏନସିସିବିଏମ କରିଥାଏ। । ନିର୍ମାଣରେ ବ୍ୟବହୃତ ମେଟେରିଆଲ ଟେଷ୍ଟି ଠାରୁ ବିଲଡି ନିର୍ମାଣ ଯାଏ କ୍ୱାଲିଟି ତଦାରଖ କରିଥାଏ। ଏହା ଦ୍ୱାରା ନିମ୍ନ ମାନର କାମକୁ ରୋକା ଯାଇପାରିଥାଏ।
ଓଡିଶାରେ ଫସଫୋଜିପ୍ସମ୍, ଫ୍ଲାଏ ଆସ୍, ରେଡ୍ ମଡ ଏବଂ ସ୍ଲାଗ୍ ପରି ବହୁ ପରିମାଣର ଶିଳ୍ପ ବର୍ଜ୍ୟବସ୍ତୁ ରହିଛି । ତେଣୁ ଉଭୟ ସିମେଣ୍ଟ ଏବଂ ନିର୍ମାଣ କ୍ଷେତ୍ରରେ ଏହି ସାମଗ୍ରୀର ସର୍ବାଧିକ ବ୍ୟବହାର ପାଇଁ ଅନୁସନ୍ଧାନ କରାଯାଇପାରିବ । ଏନ୍ସିସିିବିଏମ୍ ଭୁବନେଶ୍ୱର ଆଇଏସ୍ଓ ୧୭୦୨୫:୨୦୧୭ ଏନ୍ଏବିଏଲ୍ ସ୍ୱୀକୃତିପ୍ରାପ୍ତ ଫିଜିକାଲ୍ ଆଣ୍ଡ କେମିକାଲ୍ ଲାବୋରଟୋରୀଗୁଡିକ ସମସ୍ତ କଞ୍ଚାମାଲ୍, ଇନ୍-ପ୍ରୋସେସ୍ ସାମଗ୍ରୀ, ସିମେଣ୍ଟ ଏବଂ କଂକ୍ରିଟ୍ ନମୁନା ପରୀକ୍ଷଣ ପାଇଁ ଓଡ଼ିଶାରେ ୧୪ଟି ସିମେଣ୍ଟ ପ୍ଲାଣ୍ଟ ଏବଂ ଗ୍ରାଇଣ୍ଡିଂ ୟୁନିଟ୍ ଯୋଗାଇବ । ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଯଥା କିଟ୍ ଡିୟୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଏନଆଇଟି ରାଉରକେଲା ଏବଂ ଏନ୍ସିସିିବିଏମ୍ ମଧ୍ୟରେ ଏମଓୟୁ ସ୍ୱାକ୍ଷର କରାଯାଇଛି । ଗ୍ରୀନ୍ ବିଲ୍ଡିଂ ଟେକ୍ନୋଲୋଜି ନୂତନ ଗବେଷଣା ଏବଂ ଲାବୋରେଟୋରୀ ସୁବିଧା ନିର୍ମାଣରେ ଅନ୍ତର୍ଭୁକ୍ତ ହେବ ଯାହାକି ୧୮ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ । ଓଡ଼ିଶା ସରକାରଙ୍କ ଉଚ୍ଚ ପଦସ୍ତ ଅଧିକାରୀ ସହ ପିଏସୟୁ ଏକାଡେମିକ୍, ଶିଳ୍ପ ବର୍ଜ୍ୟବସ୍ତୁ ଉତ୍ପଦନ କାରଖାନା, ଓଡ଼ିଶାର ସିମେଣ୍ଟ ଉତ୍ପଦାନ କାରଖାନା ଏବଂ ଛାତ୍ରଛାତ୍ରୀ ତଥା ମାନ୍ୟଗଣ ବ୍ୟକ୍ତିମାନେ ଏହି ସମାହୋରରେ ଯୋଗ ଦେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।