ଉଡ୍ର ପକ୍ଷରୁ ଦୃଷ୍ଟି ବାଧିତ ଲୋକଙ୍କୁ ନେଇ ‘ଚାଲ ଖୁସି ବାଣ୍ଟିବା’ କାର୍ଯ୍ଯକ୍ରମ ପାଳନ

“ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ୫୦ ଜଣ ଦୃଷ୍ଟି ବାଧିତ ଲୋକମାନଙ୍କୁ ଏକ ବସ ଯୋଗେ ଆଣି ରେଷ୍ଟୁରାଣ୍ଟରେ ଆଣିଥିଲେ। ସଙ୍ଗୀତକାର ବିଷ୍ଣୁ ମୋହନ କବିଙ୍କର ଗ୍ରୁପ୍ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା।

ଉଡ୍ର ପକ୍ଷରୁ 'ଚାଲ ଖୁସି ବାଣ୍ଟିବା' ଅଭିଯାନ (ପ୍ରତୀକାତ୍ମକ ଛବି)

ଉଡ୍ର ପକ୍ଷରୁ 'ଚାଲ ଖୁସି ବାଣ୍ଟିବା' ଅଭିଯାନ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

 ଭୁବନେଶ୍ୱର: ଦୀପାବଳି ଅବସରରେ “ଉଡ୍ର” ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ “ଚାଲ ଖୁସି ବାଣ୍ଟିବା” ଏକ ଭିନ୍ନ ଧରଣର କାର୍ଯ୍ୟକ୍ରମ ତମାଣ୍ଡୋ କଳିଙ୍ଗବିହାର ଡି.ଏନ୍‌. ରିଗାଲିଆ ମଲ୍ ସ୍ଥିତ ବାର୍‌ବେକିୟୁ ନେସନ୍ ରେଷ୍ଟୁରାଣ୍ଟ ଠାରେ ଆୟୋଜିତ ହୋଇଛି। ସେଠାରେ ଦୃଷ୍ଟି ବାଧିତ ଲୋକମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ସୁବିଧା ଉପଲବ୍ଧ ରହିଥିଲା।

“ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ୫୦ ଜଣ ଦୃଷ୍ଟି ବାଧିତ ପିଲାମାନଙ୍କୁ ଏକ ବସ ଯୋଗେ ଆଣି ରେଷ୍ଟୁରାଣ୍ଟରେ ଆଣିଥିଲେ। ସଙ୍ଗୀତକାର ବିଷ୍ଣୁ ମୋହନ କବିଙ୍କର ଓ.ଡି. ୦୧ ପପ୍ ଗ୍ରୁପ୍ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା। ଲୋକମାନେ ସେମାନଙ୍କ ସହିତ ନାଚଗୀତରେ ଖୁସି ମନାଇଥିଲେ ଓ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ଉତ୍ତୋରତ୍ତର କାମନା କରିଥିଲେ ।

ଏହି ଅବସରରେ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ କହିଛନ୍ତି,"ଖୁସି ବାଣ୍ଟିଲେ ଖୁସି ବଢେ। 'ଉଡ୍ର' ଅନେକ ସମୟରେ ଏହିପରି ସମାଜର ମୁଖ୍ୟସ୍ରୋତର ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅନେକ ପର୍ବପର୍ବାଣୀରେ ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଥାଏ"।

ଏହି କାର୍ଯ୍ୟକ୍ରମକରେ “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ, ଓଡିଆ ସିନେଜଗତର ଅଭିନେତା ସମରେଶ ରାଉତରାୟ, ବୁଲୁ ଦାସ, ଦେବାଶିଷ ପାତ୍ର, ଅଭିନେତ୍ରୀ ପୁନମ ମିଶ୍ର ଉପସ୍ଥିତ ରହିଥିଲେ ।

କାର୍ଯ୍ୟକ୍ରମରେ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଦେବୀ ପ୍ରସାଦ ମଙ୍ଗରାଜ, ସତ୍ୟ ସୁମନ, ଅସିତ୍ ସାହୁ, ପବନ ପାତ୍ର, କିଶୋର ଦାସ, ଭାଗ୍ୟଧର ସାମଲ ଓ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Published by:Soumya Das
First published: