ପୁରୀ ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ଶ୍ରୀକ୍ଷେତ୍ରରେ ଆଜି ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ପୁରୀ ବିକାଶ ପରିଷଦ ତରଫରୁ ଆଜି ୟୁଥ୍ ହଷ୍ଟେଲରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରୀ ଜିଲ୍ଲା ଐତିହ୍ୟ ଓ ପ୍ରକୃତିର ଗନ୍ତାଘର । ବିକାଶମୂଳକ କାର୍ଯ୍ୟ ସମୟରେ ଏହାର ସଂରକ୍ଷଣ କରାଯାଉ । ପୁରୀ ଦେଶର ଆଧ୍ୟାତ୍ମିକ ରାଜଧାନୀ । ଏହାର ପବିତ୍ରତା ଏବଂ ଧାର୍ମିକ ପରିବେଶ ଅକ୍ଷୁର୍ଣ୍ଣ ରଖାଯିବାକୁ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି ।
ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର କରାଯିବ ଓ ଲୋକଙ୍କ ସହଯୋଗ ବିନା ଏହା ସଫଳ ହୋଇପାରିବ ନାହିଁ ବୋଲି କହିଥିଲେ। ପୁରୀରେ ରହିଥିବା ବିଭିନ୍ନ ମଠ ମନ୍ଦିର ଏବଂ ପ୍ରାଚୀନ ଐତିହ୍ୟ ଗୁଡ଼ିକର ସୁରକ୍ଷା ସହ ଜନସାଧାରଣଙ୍କ ପରାମର୍ଶ ଏବଂ ପ୍ରସ୍ତାବକୁ ସ୍ବାଗତ କରାଯାଉଛି। ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଏକ ସୁନ୍ଦର ପଦକ୍ଷେପ । ଏହାକୁ ବ୍ୟାପକ ଆଲୋଚନା କରାଯାଇ ଏକ ଚୁଡାନ୍ତ ରୂପରେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ସହଯୋଗ କରିବ । ପୁରୀ ବିକାଶ ପରିଷଦର ଏଭଳି ଉଦ୍ୟମକୁ ସେ ସାଧୁବାଦ ଜଣାଇଛନ୍ତି । କେବଳ ପୁରୀ ନୁହେଁ ଜିଲ୍ଲାର ବିକାଶ ପାଇଁ ଶିକ୍ଷାବିତ, ବୁଦ୍ଧିଜୀବୀ ମାନେ ନିର୍ଦ୍ଧିଷ୍ଟ ପ୍ରସ୍ତାବ ଦେବାକୁ ଅତିରିକ୍ତ ଜିଲାପାଳ ପରାମର୍ଶ ଦେଇଥିଲେ । ପୁରୀ ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଜଗନ୍ନାଥ ଓଡ଼ିଶାର ପରିଚୟ ବୋଲି କହିଥିଲେ । ପୁରୀର ଐତିହ୍ୟ, ସଂସ୍କୃତି, ପରମ୍ପରା ବିଶ୍ୱବ୍ୟାପୀ ହୋଇଛି । ପୁରୀକୁ ନେଇ ପ୍ରତ୍ୟେକ ଅଧିବାସୀ ଆଜି ଗର୍ବ କରିବା ଉଚିତ୍ । ପୁରୀକୁ ସ୍ୱଚ୍ଛ, ସବୁଜ ଏବଂ ପ୍ରଦୂଷଣମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ସେ ଆହ୍ୱାନ କରିଛନ୍ତି ।
ମହାତ୍ମା ଗାନ୍ଧି ପୁରୀକୁ ଭଲ ପାଇବା ସହ ବାରମ୍ବାର ଏଠାକୁ ଆସିଛନ୍ତି । ଗାନ୍ଧିଜୀ ତାଙ୍କ ସଂପାଦକୀୟରେ ପୁରୀ ବିଷୟରେ ଅନେକ ଗୁରୁତ୍ତ୍ୱପୂର୍ଣ ତଥ୍ୟ ଉଲେଖ କରିଛନ୍ତି ବୋଲି ପୁରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ କାର୍ଯକ୍ରମରେ ଅଧ୍ୟକ୍ଷତା କହିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।