ଇତିହାସ ବଦଳାଇଲେ ସୂର୍ଯ୍ୟବଂଶୀ; ଧାମନଗରରୁ ବିଜେପିର ବିଜୟ ଆରମ୍ଭ

ଇତିହାସ ବଦଳାଇଲେ ସୂର୍ଯ୍ୟବଂଶୀ। ପ୍ରଥମ ଥର ପାଇଁ ଉପ ନିର୍ବାଚନରେ ଶାସକ ବିଜେଡ଼ି ଦଳକୁ ହରାଇଲା ବିଜେପି ।

ଧାମନଗରରେ ଉଦୟ ହେଲେ ସୂର୍ଯ୍ୟ

ଧାମନଗରରେ ଉଦୟ ହେଲେ ସୂର୍ଯ୍ୟ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଭୁବନେଶ୍ୱର: ଇତିହାସ ବଦଳାଇଲେ ସୂର୍ଯ୍ୟବଂଶୀ। ପ୍ରଥମ ଥର ପାଇଁ ଉପ ନିର୍ବାଚନରେ ଶାସକ ବିଜେଡ଼ି ଦଳକୁ ହରାଇଲା ବିଜେପି। ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସ୍ଥିତପଜ୍ଞ ସୂରଜ ବିଜୟ ହାସଲ କରିଛନ୍ତି। ସେ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯,୮୦୨ ଭୋଟ୍‌ରେ ପରାସ୍ତ କରିଛନ୍ତି । ସୂର୍ଯ୍ୟବଂଶୀଙ୍କ ବିଜୟୀ ପରେ ସାରା ରାଜ୍ୟରେ ଖୁସିର ମାହୋଲ ଖେଲିଉଥିଛି। ବିଜେପି କର୍ମୀମାନେ ଖୁସିରେ ମିଠା ବାଣ୍ଟିକି ଖୁସିର ସହ ପାଳନ କରୁଛନ୍ତି ଏହି ମହା ବିଜୟ।

ଏହି ଉତ୍ସବର ସାମିଲ ହୋଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଆଜିଠୁ ନବୀନ ସରକାରକୁ ଗୁଡବାଏ କହିବାର ସମୟ ଆସିଛି। ସେପଟେ ବିଜେପି ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି ଖୁସି ହୋଇ କହିଛନ୍ତି ଏହା ଓଡ଼ିଆ ସ୍ୱାଭିମାନର ବିଜୟ। ସେ ପ୍ରଚାର କରିଥିବା ସମସ୍ତ ରାଜନେତାକୁ ପ୍ରଶଂସା କରିଛନ୍ତି ଓ ତାଙ୍କର କୃତଜ୍ଞତା ଜଣାଇଛନ୍ତି। ସେ ଶେଷରେ କହିଥିଲେ ଯେ ଏହା ଗଣତନ୍ତ୍ରର ବିଜୟ। ସେହିପରି ଦଳର ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ ଧାମନଗର ଉପନିର୍ବାଚନରେ ଧର୍ମର ଜୟ ହୋଇଛି ତଥା ଧାମନଗରର ବିଜୟ ହୋଇଛି।

ଧାମନଗର ପ୍ରଥମ ରାଉଣ୍ଡର ଗଣନା ଅନୁଯାୟୀ ବିଜେପି ପ୍ରାର୍ଥୀ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡରେ ସୁରଜ ସୂର୍ଯ୍ୟବଂଶୀଙ୍କୁ ୪ହଜାର ୭୪୯ ଭୋଟରେ ଆଗୁଆ ରହିଥିଲେ । ସେହିପରି ବିଜେଡିର ଅବନ୍ତୀ ଦାସଙ୍କୁ ୩ହଜାର ୯୮୦ ଭୋଟରେ ଆଗୁଆ ରହିଥିଲେ । ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ୪୦୦ ଭୋଟରେ ଆଗୁଆ ରହିଥିଲେ ।
ଦ୍ୱିତୀୟ ରାଉଣ୍ଡ ଟ୍ରେଣ୍ଡରେ ମଧ୍ୟ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗୁଆ ଥିଲେ। ଦ୍ୱିତୀୟ ରାଉଣ୍ଡରେ ସୁରଜ ସୂର୍ଯ୍ୟବଂଶୀ ୩୯୮୮ ଭୋଟରେ ଆଗୁଆ ଥିଲେ ସେହିପରି ବିଜେଡ଼ି ଅବନ୍ତି ଦାସ ୩୩୭୮ ଭୋଟରେ ଆଗୁଆ ଥିଲେ ।

ତୃତୀୟ ରାଉଣ୍ଡ ସୁଦ୍ଧା ୨୦୩୩ ଖଣ୍ଡ ଭୋଟରେ ବିଜେପି ଆଗୁଆ ଥିଲା।

ଚତୁର୍ଥ ରାଉଣ୍ଡ ସୁଦ୍ଧା ସୂର୍ଯ୍ୟବଂଶୀ ସୁରଜ ୩୨୬୧ ଖଣ୍ଡ ଭୋଟରେ ଆଗୁଆ ଥିଲେ

ସପ୍ତମ ରାଉଣ୍ଡ ସୁଦ୍ଧା ୫୨୦୦ ଭୋଟରେ ବିଜେପି ଆଗୁଆ ଥିଲା

ଅଷ୍ଟମ ରାଉଣ୍ଡ ସୁଦ୍ଧା ୫୯୯୧ ଭୋଟରେ ଆଗୁଆ ଥିଲେ ବିଜେପି ପାର୍ଥି

ନବମ ରାଉଣ୍ଡ ସୁଦ୍ଧା ୫୨୬୫ ଭୋଟରେ ଆଗୁଆ ଥିଲେ ସୂର୍ଯ୍ୟବଂଶୀ ସୁରଜ

ଦଶମ ରାଉଣ୍ଡରେ ବି ଲିଡ଼ କରିଥିଲା ବିଜେଡି। ଦଶମ ରାଉଣ୍ଡ ସୁଦ୍ଧା ୪୮୪୫ ଭୋଟରେ ଆଗୁଆ

୧୧ ରାଉଣ୍ଡରେ ମଧ୍ୟ ଲିଡ କରିଥିଲା ବିଜେପି । ୧୧ ରାଉଣ୍ଡ ସୁଦ୍ଧା ୫୩୧୦ ଭୋଟ ରେ ଆଗୁଆ ଥିଲେ ବିଜେପି ସୂର୍ଯ୍ୟବଂଶୀ ସୁରଜ।

୧୨ ରାଉଣ୍ଡରେ ବିଜେପି ଲିଡ । ୧୨ ରାଉଣ୍ଡ ସୁଦ୍ଧା ୬୨୧୪ ଭୋଟରେ ଆଗୁଆ ବିଜେପି

୧୩ ରାଉଣ୍ଡରେ ବିଜେପି ଲିଡ । ୧୩ ରାଉଣ୍ଡ ସୁଦ୍ଧା ବିଜେପି ପାର୍ଥି ୬୭୫୫ ଭୋଟରେ ଆଗୁଆ

୧୪ ରାଉଣ୍ଡ ସୁଦ୍ଧା ବିଜେପି ୭୬୬୧ ଭୋଟରେ ଆଗୁଆ

୧୫ ରାଉଣ୍ଡରେ ୨ ଖଣ୍ଡ ଭୋଟରେ ବିଜେପି ଲିଡ। ୧୫ ରାଉଣ୍ଡ ସୁଦ୍ଧା ମୋଟ ୭୬୬୩ ଖଣ୍ଡ ଭୋଟରେ ବିଜେପି ଆଗୁଆ।

୧୬ ରାଉଣ୍ଡରେ ବିଜେପି ଲିଡ। ୧୬ ରାଉଣ୍ଡ ସୁଦ୍ଧା ବିଜେପି ମୋଟ ୭୯୭୨ ଭୋଟରେ ଆଗୁଆ।

୧୭ ରାଉଣ୍ଡରେ ମଧ୍ୟ ବିଜେପିର ଲିଡ ଥିଲା, ୧୭ ରାଉଣ୍ଡ ସୁଦ୍ଧା ବିଜେପିର ମୋଟ ୮୮୨୫ ଭୋଟ

୧୮ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ ଥିଲା, ମୋଟ ୯୭୪୨ ଭୋଟରେ ସୂର୍ଯ୍ୟବଂଶୀ

୧୯ ରାଉଣ୍ଡରେ ୯୮୮୧ ଖଣ୍ଡ ଭୋଟରେ ସୂର୍ଯ୍ୟବଂଶୀ ବିଜୟୀ
Published by:Soumyashree Mishra
First published: